ପକେଟ୍‌ ଖର୍ଚ୍ଚରୁ ଚାଲିଛି ଫଟୋଗ୍ରାଫି ନିଶା

କଟକ ଅଫିସ,୧୭।୩:ଫଟୋଗ୍ରାଫି ନିଶାରେ ପଡିଛନ୍ତି ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରୀଛାତ୍ର। ସେମାନେ ହେଲେ ଆୟୁଷ୍ମାନ ଦାଶ, ସୂର୍ଯ୍ୟକାନ୍ତ ବେହେରା ଓ ପ୍ରଲିପ୍ତା ନାୟକ। ୩ ଜଣ ଯାକ ଭୂଗୋଳ ସ୍ନାତକ ପାଠ୍ୟକ୍ରମର ଶେଷ ବର୍ଷରେ ଅଧ୍ୟୟନ କରୁଛନ୍ତି। ହେଲେ ଫଟୋଗ୍ରାଫି ନିଶା ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ଟାଣି ନେଉଛି। ପର୍ଯ୍ୟଟନସ୍ଥଳୀର ଭିଡିଓ ଉତ୍ତୋଳନ କରି ୟୁ-ଟ୍ୟୁବ୍‌ରେ ଅପ୍‌ଲୋଡ କରିବା ସହ ବ୍ଲଗ୍‌ ଲେଖୁଛନ୍ତି। ୟୁ-ଟ୍ୟୁବ୍‌ରେ ଅପ୍‌ଲୋଡ ହେଉଥିବା ଛୋଟ ଭିଡିଓକୁ ସାଧାରଣତଃ ଭ୍ଲଗ୍‌ କୁହାଯାଏ। ଏମାନଙ୍କ ବ୍ଲଗ୍‌ ଓ ଭ୍ଲଗ୍‌କୁ ସୋସିଆଲ ମିଡିଆରେ ବିପୁଳ ପ୍ରଶଂସା ମିଳିଛି। ଏହି ୩ଜଣଙ୍କୁ ନେଇ ଗଠିତ ହୋଇଥିବା ଟିମ୍‌ର ନଁା ହେଲା ‘ନୋମାଡିକ୍‌ ବଡିଜ୍‌’।


ଇଂଲିଶ ଶବ୍ଦ ନୋମାଡିକ୍‌ର ଆକ୍ଷରିକ ଓଡ଼ିଆ ଅର୍ଥ ହେଉଛି ଯାଯାବର। ଯେଉଁମାନେ ଭ୍ରମଣଶୀଳ ତଥା ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ପସନ୍ଦ କରନ୍ତି। ଭ୍ରମଣପ୍ରିୟ ସାଙ୍ଗମାନଙ୍କୁ ନେଇ ହୋଇଥିବା ଏହି ଟିମ୍‌ର ନଁା ନୋମାଡିକ୍‌ ବଡିଜ୍‌ ଦିଆଯାଇଛି। ୨୦୧୮ ଠାରୁ ଏହି ଟିମ୍‌ ଫଟୋଗ୍ରାଫି ଦିଗରେ ଅନେକ ଆକର୍ଷଣୀୟ କାର୍ଯ୍ୟ କରି ଚାଲିଛି। ନିକଟ ଅତୀତରେ ଦେଓଝରକୁ ନେଇ ଏକ ଚମତ୍କାର ଭ୍ଲଗ୍‌ ନୋମାଡିକ୍‌ ବଡିଜ୍‌ର ଅଫିସିଆଲ ୟୁ-ଟ୍ୟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ ହୋଇଛି। ଏହି ଟିମ୍‌ ଦ୍ୱାରା ପ୍ରସ୍ତୁତ ମେଘାଳୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ କଲିକତାର ଦୁର୍ଗାପୂଜା ଭିଡିଓ ସବୁଠାରୁ ଅଧିକ ପ୍ରଶଂସା ସାଉଁଟିଛି। ଏହାଛଡା ଓଡ଼ିଶାର ବିଭିନ୍ନ ସ୍ଥାନକୁ ନେଇ ଏମାନେ ବ୍ଲଗ ଲେଖିବା ଜାରି ରଖିଛନ୍ତି। ଭୁବନେଶ୍ୱର, ପୁରୀ, କୋଣାର୍କ, ଯାଜପୁରର ବିଭିନ୍ନ ମନ୍ଦିର ସମେତ ପ୍ରସିଦ୍ଧି ଲାଭ କରିଥିବା ସ୍ଥାନଗୁଡିକର ଇତିହାସ ଏମାନେ ନିଜର ବ୍ଲଗ୍‌ରେ ଉପସ୍ଥାପନ କରୁଛନ୍ତି। ପାଠ ପଢୁଥିବା ଏହି ୩ଜଣ ଫଟୋଗ୍ରାଫି ପ୍ରେମୀ ପକେଟ୍‌ ଖର୍ଚ୍ଚରୁ ବିଭିନ୍ନ ସ୍ଥାନକୁ ଯାତ୍ରା ଖର୍ଚ୍ଚ ବହନ କରନ୍ତି ବୋଲି କହିଥିଲେ।

ଅମରେନ୍ଦ୍ର କୁମାର ଦାଶ ଓ ମମତା ଦାଶଙ୍କ ପୁଅ ଆୟୁଷ୍ମାନଙ୍କ ଘର କଟକରେ। ୨୦୧୮ ମାର୍ଚ୍ଚ ୧୧ରେ ଆୟୁଷ୍ମାନ ଏହି ଟିମ୍‌ ଗଠନ କରିଥିଲେ। ଫଟୋଗ୍ରାଫିକୁ ପସନ୍ଦ କରୁଥିବା ସାଙ୍ଗମାନଙ୍କୁ ଏକ୍‌ଜୁଟ କରି କାର୍ଯ୍ୟ ଆରମ୍ଭ କରିଥିଲେ। ଚିଲିକା, ଦାର୍ଜିଲିଂ, ମେଘାଳୟ, କଲିକତାରେ ରହି ଭିଡିଓ ଉତ୍ତୋଳନ କରିବା ଅନୁଭୂତି ସ୍ମରଣୀୟ ରହିଛି। ଭାରତର କୋଣ ଅନୁକୋଣର ସ୍ଥାନକୁ ନେଇ ଭିଡିଓ କରିବା ଓ ବ୍ଲଗ ଲେଖିବା ଆମ ଟିମ୍‌ର ମୁଖ୍ୟ ଲକ୍ଷ୍ୟ।
– ଆୟୁଷ୍ମାନ ଦାଶ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ର

୨୦୧୮ରୁ ମୁଁ ଏହି ଟିମ୍‌ରେ ରହିଛି। ପିଲାବେଳୁ ଫଟୋଗ୍ରାଫି ପ୍ରତି ମୋର ଦୁର୍ବଳତା ଥିଲା। ସୁଶାନ୍ତ କୁମାର ନାୟକ ଓ ପୁଷ୍ପଲତା ନାୟକଙ୍କ ଝିଅ ହେଉଛନ୍ତି ପ୍ରଲିପ୍ତା। ଟିମ୍‌ ସହ ବିଭିନ୍ନ ସ୍ଥାନକୁ ଯାଇ ଫଟୋ ଉତ୍ତୋଳନ କରିବାକୁ ମୋତେ ଆନନ୍ଦ ଲାଗେ।
– ପ୍ରଲିପ୍ତା ନାୟକ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ରୀ

ବାସୁଦେବ ବେହେରା ଓ ମିତା ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ ଏବେ ଖୋର୍ଦ୍ଧାରେ ରହୁଛନ୍ତି। ୨୦୧୯ରେ ମୁଁ ଏହି ଟିମ୍‌ରେ ଯୋଗ ଦେଇଥିଲି। ଏବେସୁଦ୍ଧା ହୋଇଥିବା ଅନେକ ଭିଡିଓରେ ମୋର ଅବଦାନ ବହୁତ ରହିଛି।
– ସୂର୍ଯ୍ୟକାନ୍ତ ବେହେରା, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ର

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?