ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଦାବି କଲା ବରିଷ୍ଠ ନାଗରିକ କଲ୍ୟାଣ ଟ୍ରଷ୍ଟ

ନୟାଗଡ଼ ଅଫିସ,୨୧।୭-ନୟାଗଡ଼ ବରିଷ୍ଠ ନାଗରିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଖୋଲିବା ପାଇଁ ଦାବି କରାଯାଇଛି। ନୟାଗଡ଼ରେ ମୁଖ୍ୟ ଡାକଘର ଥିବା ସହିତ ସେଠାରେ ଆବଶ୍ୟକୀୟ ଭିତ୍ତିଭୂମି ଥିବାରୁ ପୋଷ୍ଟାଲ ଡିଭିଜନ କାର୍ଯ୍ୟାଳୟ ସ୍ଥାପନ ପାଇଁ ଟ୍ରଷ୍ଟ ଦାବି କରିଛି। ଟ୍ରଷ୍ଟର ସଦସ୍ୟ ସୁବାସ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ରୋଟାରୀ ଭବନଠାରେ ଆୟୋଜିତ ବୈଠକରେ ଏହି ଦାବି ଉପସ୍ଥାପନ କରାଯାଇଛି। କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ନୟାଗଡ଼ରେ ପୋଷ୍ଟାଲ ଡ଼ିଭିଜନ ସ୍ଥାପନ କରାଯିବା ପାଇଁ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। ଆଗାମୀ ଦିନରେ କାର୍ଯ୍ୟ ଖସଡ଼ା କରାଯିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଥିଲା। ଜିଲା ପ୍ରତିଷ୍ଠା ହେବାର ୨୬ ବର୍ଷ ବିତିଗଲାଣି। ଅନେକ ସରକାରୀ କାର୍ଯ୍ୟାଳୟ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଯୋଗାଯୋଗ ଓ ମନ୍ତ୍ରଣାଳୟ ପକ୍ଷରୁ ପୋଷ୍ଟାଲ ଡ଼ିଭିଜନ ଖୋଲିବା ପାଇଁ ପଦକ୍ଷେପ ନିଆଯାଉନାହିଁ। ପୋଷ୍ଟାଲ ଡିଭିଜନ ନ ଥିବାରୁ ଲୋକମାନେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ବୈଠକରେ ସୂଚନା ଦିଆଯାଇଥିଲା। ଆଗାମୀ ଦିନରେ ପୋଷ୍ଟାଲ ଡିଭିଜନ ଖୋଲିବା ପାଇଁ ମୁଖ୍ୟପୋଷ୍ଟ ମାଷ୍ଟର ଜେନେରାଲ, ବିଭାଗୀୟ ମନ୍ତ୍ରୀ, ଜିଲାର ୩ ଏମ୍‌ପି, ମନ୍ତ୍ରୀ ଓ ବିଧାୟକମାନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଟ୍ରଷ୍ଟର ସମ୍ପାଦକ ଅରୁଣ କୁମାର ମହାନ୍ତି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଙ୍ଘୁଛି ଡାହୁକା: ନଷ୍ଟ ହେଉଛି ଜାମୁ ଜଙ୍ଗଲ

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ସହରଠାରୁ ୫ କିଲୋମିଟର ଦୂର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମ ଡାହୁକା ନଦୀ କୂଳରେ ରହିଛି ବୃହତ୍ତ ଜାମୁ ଜଙ୍ଗଲ। ୮୦୦...

ଜାତୀୟ ରାଜପଥରେ ରାହାଜାନି: କଣ୍ଟେନରରୁ ଲୁଟିନେଲେ ୨ କୋଟିର ସିଗାରେଟ

ଟାଙ୍ଗୀ (ଖୋର୍ଦ୍ଧା),୬ା୧୧ (ଡି.ଏନ.ଏ.): ୧୬ନଂ. ଜାତୀୟ ରାଜପଥର ଟାଙ୍ଗୀ ଥାନା ଉଗ୍ରତାରା ଛକରେ ସୋମବାର ବିଳମ୍ବିତ ରାତିରେ ଲୁଟେରାମାନେ ଏକ ବଡଧରଣର ରାହାଜାନି ଘଟାଇଛନ୍ତି। ଚାଳକଙ୍କୁ...

ଚଳନ୍ତା ଭ୍ୟାନ୍‌ରେ ଲାଗିଲା ନିଆଁ

ଓଡ଼ଗାଁ,୯।୬(ସ୍ବ.ପ୍ର.): ସ୍ଥାନୀୟ ଆଦର୍ଶ ଥାନା ସମ୍ମୁଖରେ ରବିବାର ମଧ୍ୟାହ୍ନରେ ଏକ ଚଳନ୍ତା ଗ୍ୟାସ୍‌ ସୋଡ଼ା ଭ୍ୟାନ୍‌ରେ ନିଆଁ ଲାଗିଯାଇଛି। ହାଇସ୍କୁଲ ଓ ଥାନା ସମ୍ମୁଖରେ ଭ୍ୟାନ୍‌ଟି...

ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗ

ନୟାଗଡ଼ ଅଫିସ,୧୯ା୯: ନୟାଗଡ଼ ସଦର ଥାନା ବାଲୁଗାଁ ସଅର ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ...

ବନ୍ୟାରେ ଲୋକେ ସଂଗ୍ରହ କରୁଛନ୍ତି ଜାଳକାଠ

ଖଣ୍ଡପଡ଼ା,୧୫ା୮(ସ୍ବ.ପ୍ର.)-ଉପର ମୁଣ୍ଡରେ ପ୍ରବଳ ଓ ଲଗାଣ ବର୍ଷା ଯୋଗୁ ମହାନଦୀ ଓ ଏହାର ଉପନଦୀ କମେଇ, କୁଆଁରିଆ, କାଳୀଗିରି ଓ କୁସୁମୀ ନଦୀଗୁଡିକରେ ବନ୍ୟା ଦେଖାଦେଇଛି...

ନୂଆ ମୋଟର ଯାନ ଆଇନ ଭୟ: ଯାତ୍ରୀବାହୀ ବସ୍‌ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଗଣିଆ,୭ା୯(ଡି.ଏନ.ଏ.): ଗତ ସେପ୍ଟେମ୍ବର ୧ତାରିଖରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡିମୋଟର ଚେକିଂ, ବ୍ଲକିଂ ଓ ଧରପଗଡକୁ...

ବଢୁଛି ବିଦ୍ୟୁତ୍‌ ବିଭାଗର ମନମାନି

ନୟାଗଡ଼ ଅଫିସ,୧୧।୪: ଟାଟା ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରେ ଗ୍ରାହକଙ୍କ ଉପରେ ଅତ୍ୟଧିକ ବିଦ୍ୟୁତ୍‌ ବିଲ୍‌ ଲଦି ଦିଆଯାଉଥିବା ଅଭିଯୋଗ ଆସୁଛି। ଏହି ମନମାନି...

ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ: ରାତିରେ ମିଳୁନି ସ୍ବାସ୍ଥ୍ୟସେବା

ନୟାଗଡ଼ ଅଫିସ,୨୬।୯: ଜରୁରିକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଜିଲା ସଦର ମହକୁମାରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ରହିଛି। ୨୪ ଘଣ୍ଟା ସ୍ବାସ୍ଥ୍ୟ ସେବା...

Advertisement
Archives

Model This Week