ନୟାଗଡରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମୋବାଇଲ୍‌ ଟର୍ଚ୍ଚରେ ଆଟେଣ୍ଡାଣ୍ଟ କଲେ ଗୁରୁତର ରୋଗୀଙ୍କ ଷ୍ଟିଚିଂ

ନୟାଗଡ଼ ଅଫିସ,୩।୬: ମୋବାଇଲ ଟର୍ଚ୍ଚ ଆଲୋକରେ କରାଯାଉଛି ଷ୍ଟିଚ୍‌। ତାହା ପୁଣି ଦୁର୍ଘଟଣାର ଶିକାର ହୋଇ ଗୁରୁତର ଥିବା ରୋଗୀଙ୍କୁ। ନୟାଗଡ ଜିଲା ରଣପୁର ବ୍ଲକ ରାଜ ସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବୁଧବାର ସୂଚନା ମିଳିଛି।

ସୂଚନାନୁଯାୟୀ, ଚମ୍ପାଇଲୋ ଗ୍ରାମର ଜଣେ ଯୁବକ ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବିନୋଦପଡ଼ା ଛକଠାରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ତାଙ୍କୁ କିଛି ଯୁବକ ଉଦ୍ଧାର କରି ଚିକିତ୍ସା ପାଇଁ ରାଜ ସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଡ୍ରେସିଂ ରୁମ୍‌କୁ ନିଆ ଯାଇଥିଲା। କିନ୍ତୁ ଏହି ଜରୁରୀକାଳୀନ ସେବା ଗୃହର ସବୁ ଲାଇଟ୍‌ ଫିଉଜ୍‌ ହୋଇ ଯାଇଥିଲା। ତେବେ ମେଡିକାଲ ଆଟେଡାଣ୍ଟ ମୋବାଇଲ ଟର୍ଚ୍ଚ ସାହାଯ୍ୟରେ ଷ୍ଟିଚ୍‌ ପକାଇଥିଲେ। ତେବେ କିଛି ଦିନ ତଳେ ୫ କୋଟି ଟଙ୍କାରେ ନିର୍ମିିତ ଏହି ସ୍ବାସ୍ଥ୍ୟକେନ୍ଦ୍ରର ୩ ମହଲା ବିଲ୍ଡିଂରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଉଥିବା ଡ୍ରେସିଂ ରୁମ୍‌ରେ ଲାଇଟ ନ ଥିବା ଘଟଣା ପ୍ରଶାସନିକ ଅବହେଳାକୁ ପଦାରେ ପକାଇଛି। ଗୁରୁତର ରୋଗୀଙ୍କ ସ୍ବାସ୍ଥ୍ୟ ଏବଂ ଜୀବନ ସହ ମେଡିକାଲ କର୍ତ୍ତୃପକ୍ଷ ଖେଳ ଖେଳୁଥିବା ସ୍ତାନୀୟ ଲୋକେ ଅଭିଯୋଗ କରିଛନ୍ତି। କର୍ତ୍ତୃପକ୍ଷଙ୍କ ଏଭଳି ଦାୟିତ୍ୱହୀନତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ ଇଞ୍ଜେକଶନ ଯୋଗୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଉଦଳା,୧ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଡାକ୍ତରଖାନାରେ ଭୁଲ୍‌ ଇଞ୍ଜେକଶନ ଯୋଗୁ ସୋମବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ...

ସିସୋର୍‌ର ଆଉ ୫.୬୭ କୋଟିର ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର,୫।୧୨(ବ୍ୟୁରୋ): ସିସୋର୍‌ ଚିଟ୍‌ଫଣ୍ଡ ସଂସ୍ଥାର ଆଉ ୫.୬୭ କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ଟଙ୍କା ସିସୋର ଆକାଉଣ୍ଟରୁ ୨ ବ୍ୟବସାୟୀ...

ତିନିଥର ଅସ୍ତ୍ରୋପଚାର ପରେ ବି ଅସୁସ୍ଥ

ବଲାଙ୍ଗୀର ଅଫିସ, ୨୦।୪ – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ୍‌ ଘୁନସର ପଞ୍ଚାୟତ ଅନ୍ତର୍ଗତ ସାନବାଞ୍ଜିପାଲି ଗ୍ରାମର ପ୍ରଥମ ମାଟ୍ରିକ୍ୟୁଲେଟ୍‌ ଓ ଗ୍ରାଜୁଏଟ୍‌ ମେଧାବୀ ଆଦିବାସୀ...

ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି: ଏମ୍ସ

କୋଲକାତା/ଭୁବନେଶ୍ୱର,୨୫।୭(ବ୍ୟୁରୋ): ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଅଧୀନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ଥିବା କହିଛି...

ସରିଲା ପଦ୍ମପୁର ଉପନିର୍ବାଚନ: ରେକର୍ଡ ୮୧.୨୯ ପ୍ରତିଶତ ମତଦାନ

ବରଗଡ ଅଫିସ, ୬।୧୨: ବରଗଡ ଜିଲା ପଦ୍ମପୁର ଉପନିର୍ବାଚନ ସୋମବାର ଶେଷ ହୋଇଛି । ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଅର୍ଥାତ୍‌ ୮୧.୨୯ ପ୍ରତିଶତ ମତଦାନ ହୋଇଛି।...

ଅତ୍ୟାଧୁନିକ ସେବା ଯୋଗାଇବା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୭ା୮ (ବ୍ୟୁରୋ): ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୟୁରୋଲୋଜି, ହୃଦ୍‌ରୋଗ, ନେଫ୍ରୋଲୋଜି ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ...

ବାର ଅନୁଯାୟୀ ଖୋଲିବ ବଜାର

ଅନୁଗୋଳ ଅଫିସ, ୨୨।୪ – ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ...

ସଙ୍ଗରୋଧ ଗୃହ ପାଇଁ ଖାଦ୍ୟ ତାଲିକା ଜାରି କଲା ପ୍ରଶାସନ

ଭଦ୍ରକ ଅଫିସ,୫।୫: ଭଦ୍ରକ ଜିଲାରେ କାର୍ଯ୍ୟ କରୁଥିବା ସମସ୍ତ ସଙ୍ଗରୋଧ ଗୃହ ପାଇଁ ଏକ ଖାଦ୍ୟ ତାଲିକା ଜାରି କରିଛି ଜିଲା ପ୍ରଶାସନ। କ୍ୱାରାଣ୍ଟାଇନ ସେଣ୍ଟରରେ...

Advertisement
Archives

Model This Week