ନୟନଯୋରିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା : ବଳାତ୍କାର ପରେ ହତ୍ୟା ଅଭିଯୋଗ

ପଦ୍ମପୁର/ତିହିଡ଼ି, ୩୧।୮ (ଡି.ଏନ.ଏ.) : ଭଦ୍ରକ ଜିଲା ନାୟକାଣିଡିହୀ ଥାନା ବାଲିମେଦ ପଞ୍ଚାୟତ ଅଧୀନ ପାଇକସାହି ନିକଟସ୍ଥ ନୟନଯୋରିରୁ ଶୁକ୍ରବାର ସକାଳେ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତା ଯୁବତୀଙ୍କ ପରିଚୟ ମିଳିଛି। ସେ ତିହିଡ଼ି ଥାନା ରାଜନଗର ପଞ୍ଚାୟତ ଚାରିତରଫ ଗ୍ରାମର ସାବିତ୍ରୀ ମହାକୁଡ଼(୨୩) ବୋଲି ଜଣାପଡ଼ିଛି। ସାବିତ୍ରୀଙ୍କୁ ସେହି ପଞ୍ଚାୟତ ବାହାରପାଳ ଗ୍ରାମର ଜଣେ ଯୁବକ ବଳାତ୍କାର ପରେ ହତ୍ୟା କରିଥିବା ମୃତା ସାବିତ୍ରୀଙ୍କ ବାପା ଭାଗୀରଥି ଶନିବାର ତିହିଡ଼ି ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି ତିହିଡ଼ି ଥାନା ପୋଲିସ ଏକ ମାମଲା(ନଂ.୩୯୦/୧୯) ରୁଜୁ କରି ତଦନ୍ତ କରୁଛି।
ମୃତା ସାବିତ୍ରୀଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୨୯ ତାରିଖ ସନ୍ଧ୍ୟାରେ ସାବିତ୍ରୀ ଶୌଚ ପାଇଁ ଯାଉଥିବା କହି କେଉଁଆଡ଼େ ଚାଲି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ପରେ ବାହାରପାଳ ଗ୍ରାମର ଜଣେ ଯୁବକଙ୍କ ବାଇକ୍‌ରେ ବସି ସାବିତ୍ରୀ ଗଦି ଆଡ଼କୁ ଯାଇଥିବା କେତେକ ଗ୍ରାମବାସୀଙ୍କଠାରୁ ସେ ଖବର ପାଇଥିଲେ। ପରେ ସେ ବିଭିନ୍ନ ଆଡ଼େ ସନ୍ଧାନ ନେଇଥିଲେ ମଧ୍ୟ ଝିଅର କୌଣସି ଖବର ପାଇ ନ ଥିଲେ। ପାଇକସାହି ନିକଟରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଥିବା ଏବଂ ତାଙ୍କୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିବା ଜାଣିବା ପରେ ସେ ଭଦ୍ରକ ଡାକ୍ତରଖାନାକୁ ଯାଇଥିଲେ। ମୃତଦେହକୁ ଦେଖିବା ପରେ ତାହା ତାଙ୍କ ଝିଅର ବୋଲି ଚିହ୍ନଟ କରିଥିଲେ। ବାହାରପାଳ ଗ୍ରାମର ଯୁବକ ଜଣଙ୍କ ପୂର୍ବରୁ ବିଭିନ୍ନ ସମୟରେ ତାଙ୍କ ଘରକୁ ଆସି ଝିଅ ସହ ମିଳାମିଶା କରୁଥିଲେ ବୋଲି ସେ ଦର୍ଶାଇଛନ୍ତି। ସାବିତ୍ରୀଙ୍କ ବେକକୁ ଏକ ଧାରୁଆ ଛୁରୀରେ କଟା ଯାଇଥିବାରୁ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌

ଆସିକା,୧।୮(ଡି.ଏନ୍‌.ଏ): ଆସିକା-ବାଲିପଦର ମୁଖ୍ୟରାସ୍ତାର ଭେଟନୟୀ ପଲୀମାଳ ନିକଟରେ ଗୁରୁବାର ପୂର୍ବାହ୍ନ ସମୟରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ମହିଳା ଏଜେଣ୍ଟଙ୍କୁ ଦୁର୍ବୃତ୍ତ ବନ୍ଧୁକ ଦେଖାଇ...

ପାଣି ପାଇଁ ଯିିବାକୁ ପଡୁଛି ୨ କି.ମି.

ଖଡ଼ିଆଳ,୧।୪: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଭୁଲିଆସିକୁଆଁ ଗ୍ରାମରେ ଦେଖାଦେଇଛି ପାନୀୟ ଜଳ ସଙ୍କଟ। ଖଡିଆଳ ବ୍ଲକଠାରୁ ଏହି ଗ୍ରାମ ୧୦ କି.ମି. ଦୂର। ଗାଁରେ...

ପଲିଥିନ୍‌ ତଲେ ଅସାହା ଜୀବନ୍‌ ଘଟନା : ପଁଚେତ୍‌ ଆଘେ ଅନଶନରେ ଗରିବ୍‌ ପରିବାର

  ପାଇକମାଳ,୨୯ା୧୦ (ଡି.ଏନ୍‌.ଏ.)- ପାଇକମାଳ ବ୍ଲକ ମାଣ୍ଡୋସିଲ ପଁଚେତ୍‌ ଡୁମେରବାହାଲ ଗଁାର କଷ୍ଟ ସାହୁ। ସରକାରୀ ଯୋଜନାରେ ଘରଖଁଡ଼େ ଆର ରାଶନ କାର୍ଡ ଦାବିରେ ସୋମବାରନୁ...

ନଗର କଂଗ୍ରେସ ତରଫରୁ ଜିଲାପାଳଙ୍କ ଅଫିସ ଘେରାଉ

ବଲାଙ୍ଗୀର ଅଫିସ, ୧୭।୬: ଅଘୋଷିତ ବିଜୁଳି କାଟ, ପିଇବା ପାଣି ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ସମାଧାନ ଦାବିରେ ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ସୋମବାର...

ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଝାରସୁଗୁଡ଼ା ଅଫିସ,୧୨।୬: ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ବୃନ୍ଦାମାଲ ଗ୍ରାମରେ ଶନିବାର ଏକ ଅଘଟଣ ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ଘଟିିଛି। ମୃତକ...

ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ହାଟଡିହୀ,୨୯ା୫(ସ୍ବ.ପ୍ର): ହାଟଡିହୀ ବ୍ଲକ ଅନ୍ତର୍ଗତ ସୁନ୍ଦରାପାଳ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ା ମୃତ ଯୁବକ...

ମଦ ପଇ ଟ୍ରେନ୍‌ରେ ମହିଳାଙ୍କୁ କନଷ୍ଟେବଳଙ୍କ ଦୁର୍ବ୍ୟବହାର

ଟିକିରି,୯ା୨(ଡି.ଏନ୍‌.ଏ): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିସ୍ଥିତ ବୁଧବାର ରାତିରେ ଜଣେ କନଷ୍ଟେବଳ ଅତ୍ୟଧିକ ମଦ୍ୟପାନ ରାଉରକେଲା ଯାଉଥିବା ଟ୍ରେନରେ ମହିଳାମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା...

ଜଳ ଛତ୍ରରେ ଦୁର୍ବୃତ୍ତ ମିସାଇଲେ ବିଷ: ପାଣି ପିଇ ୩ ଗୁରୁତର

ମାଲକାନଗିରି,୨୧।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଏମ୍ପିଭି ୪୯ ଗ୍ରାମରେ ଜଳ ଛତ୍ରରେ ଗୁରୁବାର ଦୁର୍ବୃତ୍ତ ବିଷ ମିସାଇଦେଇଛନ୍ତି । ବିଷ ପାଣି ପିଇ ୩ ଗୁରୁତର ହୋଇଛନ୍ତି।...

Advertisement
Archives

Model This Week