Posted inଖେଳ

ନ୍ୟୁଜିଲାଣ୍ଡ ଟୁର୍‌: ଭାରତୀୟ ମହିଳା ହକି ଦଳରେ ଓଡ଼ିଶାରୁ ୩

ନୂଆଦିଲ୍ଲୀ, ୧୫।୧ (ପି.ଟି.)- ଚଳିତ ମାସ ଶେଷଭାଗରେ ଭାରତୀୟ ମହିଳା ହକି ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି ମଙ୍ଗଳବାର ଷ୍ଟ୍ରାଇକର୍‌ ରାଣୀ ରାମପାଲଙ୍କ ନେତୃତ୍ୱରେ ୨୦ ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି। ଯେଉଁଥିରେ ଓଡ଼ିଶାରୁ ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ ସ୍ଥାନ ପାଇଛନ୍ତି। ଗୋଲକିପର ସବିତାଙ୍କୁ ଉପ-ଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି। ଜାନୁୟାରୀ ୨୫ରେ ନ୍ୟୁଜିଲାଣ୍ଡ ଡେଭଲପ୍‌ମେଣ୍ଟ ସ୍କ୍ବାଡ୍‌ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ। ଏହାପରେ ଜାନୁୟାରୀ ୨୭ ଓ ୨୯ରେ ନ୍ୟୁଜିଲାଣ୍ଡ ମହିଳା ଦଳକୁ ଭେଟିବ ଭାରତ। ଫେବୃୟାରୀ ୪ରେ ଗ୍ରେଟ୍‌ ବ୍ରିଟେନ ବିପକ୍ଷରେ ଏବଂ ୫ରେ ନ୍ୟୁଜିଲାଣ୍ଡ ସହ ଖେଳି ଭାରତ ଏହାର ନ୍ୟୁଜିଲାଣ୍ଡ ଗସ୍ତ ସମାପ୍ତ କରିବ। ‘ଏହି ଟୁର୍‌ରେ ଖେଳାଳିଙ୍କ ମଧ୍ୟରେ ଅଧିକ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଲକ୍ଷ୍ୟ ରଖିଛି, ଯେଉଁଥିପାଇଁ ଆମେ ୨୦ ଜଣିଆ ଦଳ ଘୋଷଣା କରିଛୁ। କିନ୍ତୁ ଅଲିମ୍ପିକ୍ସ ଓ ଅନ୍ୟ କେତେକ ପ୍ରତିଯୋଗିତାରେ ଆମେ ୧୬ କିମ୍ବା ୧୮ ଜଣିଆ ଦଳ ନେଇ ଖେଳିଥାଉ। ଖେଳାଳିମାନେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେବେ’ ବୋଲି ଭାରତୀୟ ଦଳର ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ କହିଛନ୍ତି।
ଭାରତୀୟ ମହିଳା ହକି ଦଳ: ରାଣୀ ରାମପାଲ (ଅଧିନାୟିକା), ସବିତା (ଉପ-ଅଧିନାୟିକା), ରାଜିନି ଏତିମାରପୁ, ଦୀପଗ୍ରେସ ଏକ୍କା, ଗୁର୍‌ଜିତ୍‌ କୌର, ରୀନା ଖୋଖର, ସାଲିମା ଟେଟେ, ସୁଶୀଳା ଚାନୁ, ନିଶା, ନମିତା ଟପ୍ପୋ, ଉଦିତା, ମୋନିକା, ଲିଲିମା ମିଞ୍ଜ, ନେହା, ମୋନିକା, ଶର୍ମିଳା ଦେବୀ, ନବନୀତ୍‌ କୌର, ଲାଲରେମସିଆମି, ବନ୍ଦନା କାଟାରିୟା ଓ ନବଜୋତ୍‌ କୌର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚଳିତ ବର୍ଷ ଆଇପିଏଲ୍‌ର ଟାଇଟଲ୍‌ ସ୍ପନଶର ହେବ ନାହିଁ ଭିଭୋ

ନୂଆଦିଲ୍ଲୀ, ୬ା୮ (ପି.ଟି.)-ଭାରତ ଓ ଚାଇନା ମଧ୍ୟରେ କୂଟନୈତିକ ଉତ୍ତେଜନା ଦେଖା ଦେଇଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚାଇନିଜ ମୋବାଇଲ କମ୍ପାନୀ ଭିଭୋ...

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସି- ଏଟିକେ ମ୍ୟାଚ୍‌ ଡ୍ର’

ପୁଣେ,୨୫।୧୧(ପି.ଟି)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଓଡ଼ିଶା ଏଫ୍‌ସି ଓ ଏଟିକେ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଅମୀମାଂସିତ ରହିଛି।...

କୋର୍ଟକୁ ଯାଇପାରନ୍ତି ୭ ଆଇ-ଲିଗ୍‌ କ୍ଲବ

ନୂଆଦିଲ୍ଲୀ, ୨୫ା୬ (ପି.ଟି.)-ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଯଦି ଇଣ୍ଡିଆନ ସୁପର ଲିଗ୍‌ (ଆଏସ୍‌ଏଲ୍‌)କୁ ବିଧିବଦ୍ଧ ଦେଶର ଟପ୍‌ ଲିଗ୍‌ ଘୋଷଣା କରେ ତେବେ ୭ଟି...

ଅଷ୍ଟ୍ରେଲିଆନ ଓପନ୍‌: ଜୋକୋଭିଚ୍‌- ଥିମ୍‌ ଫାଇନାଲ

ମେଲବୋର୍ନ,୧।୨ (ଏଏଫ୍‌ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ରବିବାର ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ...

ଭାରତ, ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରୁ ବାଦ୍‌ ପଡ଼ିଲେ ରବାଡା

ମେଲବୋର୍ନ,୨୯ା୨- କାଗିସୋ ରବାଡା ଆଗାମୀ ମାସରେ ଅଷ୍ଟ୍ରେଲିଆ ଓ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିପାରିବେ ନାହିଁ। ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌ରେ...

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: ନୂଆ ତାରିଖ ଘୋଷଣା

ଭୁବନେଶ୍ୱର,୧୩।୫(କ୍ରୀଡ଼ା ପ୍ରତିନିଧି)-କରୋନାଭାଇରସ୍‌ ସଂକ୍ରମଣଜନିତ ସ୍ଥିତିର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପରେ ବ୍ୟୁରୋ ଅଫ୍‌ ଫିଫା କାଉନ୍‌ସିଲ ପକ୍ଷରୁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ନୂଆ...

ରୋହିତ-ରାହୁଲଙ୍କ ୪ର୍ଥ ଶତକୀୟ ଭାଗୀଦାରି

ବିଶାଖାପାଟଣା,୧୮।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଓପନିଂ ଯୋଡ଼ି ୧୪୫ ରନ୍‌ର...

ଓଡ଼ିଶା ଏଫ୍‌ସି ଦଳରେ ଗୋଲକିପର ରବି କୁମାର

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି):ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ ସିଜନ ପୂର୍ବରୁ ଓଡ଼ିଶା ଏଫସି ଦଳରେ ସାମିଲ ହୋଇଛନ୍ତି ଗୋଲକିପର ରବି କୁମାର। ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ସହିତ...

Coronavirus Update


Archives

Model This Week

Why Dharitri