Posted inଖେଳ

ନ୍ୟୁଜିଲାଣ୍ଡ ଗସ୍ତ: ଭାରତୀୟ ମହିଳା ହକି ଦଳର ଦ୍ୱିତୀୟ ବିଜୟ

ଅକ୍‌ଲାଣ୍ଡ, ୫।୨(ପି.ଟି.)- ଚଳିତ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ମହିଳା ହକି ଦଳ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌ରେ ଭାରତ ୧-୦ ଗୋଲରେ ଗ୍ରେଟ୍‌ ବ୍ରିଟେନକୁ ହରାଇଛି। ଅଧିନାୟିକ ରାଣୀ ରାମପଲ ଦଳ ତରଫରୁ ମ୍ୟାଚ୍‌ର ଏକମାତ୍ର ଗୋଲ ସ୍କୋର କରିଥିଲେ। ୪୭ତମ ମିନିଟ୍‌ରେ ରାଣୀ ଗୋଲ ସେ ଭାରତକୁ ଅଗ୍ରଣୀ କରାଥିଲେ। ଏହି ଗସ୍ତରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆୟୋଜକ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ତେବେ ଏହାପରେ କ୍ରମାଗତ ଦୁଇଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା।
ସାରା ମ୍ୟାଚ୍‌ରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା ଭାରତ। ତେବେ ଆରମ୍ଭରୁ ପେନାଲ୍ଟି କର୍ନର ମିଳିଥିଲେ ମଧ୍ୟ ଭାରତ ଏହାକୁ ଗୋଲରେ ପରିଣତ କରିପାରି ନ ଥିଲା। ସନ୍ତୁଳିତ ଡିଫେନ୍ସ ଓ ଟାଇଟ୍‌ ପାସିଂ କାରଣରୁ ଭାରତ ବ୍ରିଟନକୁ କୌଣସି ସୁଯୋଗ ଦେଇ ନ ଥିଲା। ଫଳରେ ପ୍ରତି ଆକ୍ରମଣ କରିବାରେ ବିଫଳ ହେବା ସହା ବ୍ରିଟେନ ସୁଯୋଗ ମଧ୍ୟ ସୃଷ୍ଟି କରିପାର ନ ଥିଲା। ଭାରତ ବହୁତ ସୁଯୋଗ ସୃଷ୍ଟି କରିଥିଲା। ତେବେ ଏଗୁଡିକୁ ଗୋଲରେ ରୁପାନ୍ତର କରିବାର ସମୟ ଆସି ପହଞ୍ଚିଛି ବୋଲି ଜୋଏର୍ଡ ମାରିଜନେ କହିଛନ୍ତି। ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ତୃତୀୟ କ୍ୱାର୍ଟରରେ ଭାରତ ଆଉ ଏକ ପେନାଲ୍ଟି ପାଇଥିଲେ ମଧ୍ୟ ଗୋଲରେ ପରିଣତ କରି ନ ଥିଲା। ତେବେ ୪୭ତମ ମିନିଟ୍‌ରେ ରାଣୀ ପ୍ରତିପକ୍ଷ ସର୍କଲରେ ସ୍ପେସ୍‌ ସୃଷ୍ଟି କରିବା ସହ ଜୋରଦାର ଶଟ୍‌ ମାରି ବ୍ରିଟେନ ଗୋଲକ ିପରଙ୍କୁ ଚକ୍‌ମା ଦେଇ ଦଳ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ୧-୦ରେ ପଛରେ ପଡିବା ପରେ ବ୍ରିଟେନ ଚାପରେ ଥିଲା ଓ ଏଥିରୁ ମୁକୁଳି ପାରି ନ ଥିଲା। ମ୍ୟାଚ ଶେଷ ଆଡକୁ ଆମେ ମଧ୍ୟ ଚାପରେ ଥିଲୁ। କିନ୍ତୁ ଏହାକୁ ସଫଳତାର ସହ ହ୍ୟାଣ୍ଡଲ କରିଥିଲୁ। ଏହି ବିଜୟ ଦଳର ଆତ୍ମ ବିଶ୍ୱାସ ବୃଦ୍ଧି କରିବ। ବାକି ମ୍ୟାଚ୍‌ଗୁଡିକରେ ଭାରତ ପ୍ରଭାବ ବିସ୍ତାର କରି ଖେଳିବ। ବୁଧବାର ଭାରତ ଓ ବ୍ରିଟେନ ପୁଣି ଥରେ ପରସ୍ପରକୁ ଭେଟିବେ। ଦଳ ପେନାଲ୍ଟି କନଭରଶନ ଉପରେ ଅଧିକ ଧ୍ୟାନ ଦେବ ବୋଲି ମାରିଜନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ କ୍ରିକେଟରଙ୍କ ବଢ଼ିଲା ପେନ୍‌ସନ

ନୂଆଦିଲ୍ଲୀ,୧୪।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପୂର୍ବତନ କ୍ରିକେଟର (ମହିଳା ଓ ପୁରୁଷ) ଏବଂ ଅମ୍ପାୟରଙ୍କ ପେନ୍‌ସନ ବୃଦ୍ଧି କରିଛି। ଯେଉଁ ପ୍ରଥମ ଶ୍ରେଣୀ କ୍ରିକେଟରମାନେ...

କ୍ୱାର୍ଟର ଫାଇନାଲରେ ଜର୍ମାନୀ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପରେ ପ୍ରଥମ ଦଳଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଟାଇଟଲ ଫେଭରାଇଟ ଜର୍ମାନୀ।...

ଶିବପାଲ୍‌ଙ୍କ ବାସନ୍ଦ ଦଣ୍ଡ ୧ ବର୍ଷକୁ ହ୍ରାସ

ନୂଆଦିଲ୍ଲୀ, ୧୧ା୧ (ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍‌ସି (ନାଡା)ର ଅପିଲ ପ୍ୟାନେଲ ଭାରତର ଟପ୍‌ ଜାଭେଲିନ ଥ୍ରୋୟର ଶିବପାଲ୍‌ ସିଂଙ୍କ ବାସନ୍ଦ ଦଣ୍ଡକୁ ୪...

ପ୍ରଥମ ଦିନିକିଆ: କ୍ରମାଗତ ବିଜୟରେ ଅଷ୍ଟ୍ରେଲିଆ ମହିଳା ଦଳର ରେକର୍ଡ

ମାଉଣ୍ଟ ମାଉନଗାନୁଇ, ୫।୪: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ମହିଳା ଦଳ ୬ ଉଇକେଟରେ ବିଜୟ ହାସଲ କରିଛି। ସ୍ଥାନୀୟ ବେ...

ଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଆଶା ଉଜ୍ଜୀବିତ

ଭୁବନେଶ୍ୱର,୧୫।୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ଭ୍ରମଣକାରୀ ନର୍ଥ ଇଷ୍ଟ ୟୁନାଇଟେଡକୁ ପରାସ୍ତ...

ଆଜିର ଦିନରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ ମ୍ୟାଚ୍‌ ଖେଳିଥିଲେ ମାଷ୍ଟର ବ୍ଲାଷ୍ଟର; ହେଲେ ଏହି ଘଟଣା ଯୋଗୁ…

ନୂଆଦିଲ୍ଲୀ,୧୫।୧୧: ୩୧ ବର୍ଷ ପୂର୍ବେ ଆଜିର ଦିନରେ କରାଚିରେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ସଚିନ ତେନ୍ଦୁଲକର। ମାତ୍ର ୧୬ ବର୍ଷ ବୟସରେ...

ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ବଡ଼ ଝଟକା !

ଲଣ୍ଡନ,୧୮।୮: ଇଂଲଣ୍ଡ ପେସର ମାର୍କ ଉଡ୍‌ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ତାଙ୍କ...

ଆଇପିଏଲ୍‌ରେ ଇତିହାସ ରଚିଲେ ଉମରାନ୍‌

ମୁମ୍ବାଇ,୧୭।୪: ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଉମରାନ୍‌ ମଲିକ ଚମତ୍କାର ବୋଲିଂ କରିଥିଲେ। ସେ ଆଇପିଏଲରେ ଇତିହାସ ସୃଷ୍ଟି କରିଛନ୍ତି। ଆଇପିଏଲ...

Advertisement
Archives

Model This Week