Posted inଖେଳ

ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଝଟ୍‌କା

ନୂଆଦିଲ୍ଲୀ, ୨୧।୧ (ପି.ଟି.)- ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨-୧ରେ ଦିନିକିଆ ସିରିଜ ହରାଇବା ପରେ ଭାରତୀୟ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ପ୍ରସ୍ତୁତ ହେଉଛି। ତେବେ ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ଝଟ୍‌କା ଲାଗିଛି। ଆଘାତଜନିତ ସମସ୍ୟା ଲାଗି ଓପନର୍‌ ଶିଖର ଧାଓ୍ବନ କିଓ୍ବି ଦଳ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜରୁ ବାଦ୍‌ ପଡ଼ିଛନ୍ତି। ‘ହଁ, ସେ ଟି୨୦ ସିରିଜରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳ ଖେଳାଳି ଖୁବ୍‌ଶୀଘ୍ର ଘୋଷଣା କରାଯିବ’ ବୋଲି ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ବେଙ୍ଗାଲୁରୁ ଦିନିକିଆରେ ଫିଲ୍ଡିଂ କରୁଥିବାବେଳେ ଧାଓ୍ବନ କହୁଣିରେ ଆଘାତ ପାଇଥିଲେ। ଏହି କାରଣରୁ ସେ ଓପନିଂ କରିବାକୁ ଆସିପାରି ନ ଥିଲେ। ଫଳରେ ରୋହିତ୍‌ ଶର୍ମାଙ୍କ ସହ ଲୋକେଶ ରାହୁଲ ଇନିଂସ ଓପନ୍‌ କରିଥିଲେ। ଏକ୍ସ-ରେ ପରେ ଧାଓ୍ବନଙ୍କ ବାମହାତ କହୁଣିରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏହାପୂର୍ବରୁ ଦ୍ୱିତୀୟ ଦିନିକିଆରେ ପ୍ୟାଟ୍‌ କୁମିନ୍ସଙ୍କ ଏକ ବାଉନ୍ସର ୩୪ ବର୍ଷୀୟ ଧାଓ୍ବନଙ୍କ ହାତରେ ବାଜିବାରୁ ସେ ମଧ୍ୟ ଫିଲ୍ଡିଂ କରିବାକୁ ଆସିପାରି ନ ଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇ ମ୍ୟାଚ୍‌ରେ ସେ ଯଥାକ୍ରମେ ୯୬ ଓ ୭୪ ରନ କରିଥିଲେ। ଧାଓ୍ବନ ମଧ୍ୟ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜରୁ ସଂମ୍ପୂର୍ଣ୍ଣ ଭାବେ ବାଦ୍‌ ପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାରାଡୋନାଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୬ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନ୍ ଫୁଟବଲ ଖେଳାଳି ଡିଏଗୋ ମାରୋଡୋନାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କ କ୍ୟାରିୟରରେ ଖେଳ...

ଧୋନୀ-ରୋହିତ ପ୍ଲେ-ଅଫ୍‌ ଦୌଡ଼ରୁ ବାହାର ! ଟପ୍‌-୪ ଦୌଡ଼ରେ…

ମୁମ୍ବାଇ,୫।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)୨୦୨୨ରେ ଏଯାବତ ୪୯ ମ୍ୟାଚ୍‌ ଖେଳା ସରିଛି। ଦଳଗୁଡ଼ିକର ପ୍ରଦର୍ଶନ ଅନୁଯାୟୀ ପ୍ଲେ ଅଫ୍‌ ପାଇଁ ୮ ଦଳ ମଧ୍ୟରେ କଡ଼ା...

ଅଲିମ୍ପିକ୍ସ ଖେଳିବା ପାଇଁ ସର୍ତ୍ତ ରଖିଲେ ନମ୍ବର ଓ୍ବାନ୍‌ ଟେନିସ ଖେଳାଳି

ବେଲଗ୍ରେଡ, ୨୭।୫: ଟୋକିଓ ଅଲିମ୍ପିକ୍ସରେ ଖେଳିବା ଲାଗି ସର୍ତ୍ତ ରଖିଛନ୍ତି ବିଶ୍ୱର ନମ୍ବର ଓ୍ବାନ୍‌ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌। ଫ୍ୟାନ୍ସଙ୍କୁ ଷ୍ଟାଡିୟମରେ...

କ୍ରୀଡ଼ାବିତ୍‌ଙ୍କ ସହଯୋଗ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୪ା୪ (ପି.ଟି.)-ଦେଶରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ କ୍ରମେ ବୃଦ୍ଧି ପାଉଛି। ଏଥିଲାଗି ସଚେତନତା ଅଭିଯାନରେ ସାମିଲ ହେବା ଲାଗି ଦେଶର ପ୍ରମୁଖ କ୍ରୀଡ଼ାବିତ୍‌ଙ୍କ ସହଯୋଗ...

କ୍ରିକେଟ୍‌ ଅଷ୍ଟ୍ରେଲିଆ ସିଇଓ ଦୌଡ଼ରେ ଷ୍ଟ୍ରସ୍‌

ମେଲବୋର୍ନ, ୧୮।୬- କରୋନା ମହାମାରୀ ଲାଗି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦ ଲାଗି...

ଜାଡେଜାଙ୍କ ବିବାଦୀୟ ରନ ଆଉଟ

ଚେନ୍ନାଇ, ୧୬ା୧୨ (ପି.ଟି.)-ରବିବାର ଏଠାରେ ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କୁ ଯେପରି ଭାବେ ଆଉଟ ଦିଆଗଲା ସେଥିରେ...

ଡୋପିଂ: ୨ ଭାରୋତ୍ତୋଳକ ଲଣ୍ଡନ ଅଲିମ୍ପିକ୍ସ ପଦକ ହରାଇଲେ

ଲାଉସେନ,୨୬।୧୧(ଏପି): ଡୋପିଂ କାରଣରୁ ରୋମାନିଆର ଦୁଇଜଣ ଭାରୋତ୍ତୋଳକ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପଦକ ହରାଇଛନ୍ତି। ଷ୍ଟେରଏଡ୍‌ ସେବନ କାରଣରୁ ଡୋପ୍‌ ଟେଷ୍ଟରେ ଏମାନେ ପଜିଟିଭ ବୋଲି...

କ୍ରିକେଟ୍‌ ଇତିହାସରେ ଆଜିର ଦିନ ବହୁତ୍‌ ଖାସ୍‌: ଜାଣନ୍ତୁ କାହିଁକି

କ୍ରିକେଟ୍‌ ଇତିହାସରେ ଆଜିର ଦିନ ବହୁତ୍‌ ଖାସ୍‌। ୨୦୦୬ରେ ଆଜିର ଦିନରେ ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଇତିହାସ ରଚିଥିଲା। ଏକଦିବସିୟ କ୍ରିକେଟ୍‌ ଇତିହାସରେ ସବୁଠୁ ବଡ...

Advertisement
Archives

Model This Week