Posted inଖେଳ

ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନ୍‌ର ବିଜୟଲକ୍ଷ୍ୟ

ହାମିଲଟନ,୨୯।୧- ଏଠାରେ ଚାଲିଥିବା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୭୯ ରନ୍‌ କରିଛି। ଦଳକୁ ଭଲ ଆରମ୍ଭ ଦେଇଥିଲେ ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ। ଦୁହେଁ ପ୍ରଥମ ଉଇକେଟ ପାଇଁ ୯ ଓଭରରେ ୮୯ ରନ୍‌ କରିଥିଲେ। ଦଳ କ୍ରମାଗତ ବ୍ୟବଧାନରେ ୩ ଉଇକେଟ ହରାଇଥିଲା। ରାହୁଲ ୨୭ ରନ୍‌ କରି ଆଉଟ୍‌ ହେବା ପରେ ଅର୍ଦ୍ଧଶତକ ପୂରଣ କରିସାରିଥିବା ରୋହିତ ୬୫ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ପରେ ଶିବମ ଦୁବେ (୩) କିଛି ଖାସ୍‌ କରିପାରି ନ ଥିଲେ। ମଧ୍ୟକ୍ରମରେ ଶ୍ରେୟାସ ଆୟାର ୧୭, ଅଧିନାୟକ ବିରାଟ କୋହଲି ୩୮, ମନୀଷ ପାଣ୍ଡେ ୧୪ ଓ ରବୀନ୍ଦ୍ର ଜାଡେଜା ୧୦ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୋଲିଂ ଟେଷ୍ଟ ପାସ୍‌ କଲେ ବୁମ୍‌ରା ! ଏସିଆ କପ୍‌ ଟିମ୍‌ରେ ମିଳିପାରେ ସୁଯୋଗ…

ନୂଆଦିଲ୍ଲୀ,୧୯।୮: ଟିମ୍‌ ଇଣ୍ଡିଆର ଷ୍ଟାର ବୋଲରଙ୍କ ମଧ୍ୟରୁ ଜସପ୍ରିତ ବୁମ୍‌ରା ଅନ୍ୟତମ। ହେଲେ ଆହତ କାରଣରୁ ସେ ଦୀର୍ଘଦିନ ଧରି ଦଳରୁ ବାଦ୍‌ ପଡ଼ିଥିଲେ। ଏବେ...

ବ୍ୟାଡ଼ମିଣ୍ଟନ ଖେଳାଳି ବିକୁଛନ୍ତି ଚା’

ଲକ୍ଷ୍ନୌ, ୧।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଲକ୍‌ଡାଉନ୍‌ ଜାତୀୟସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳାଳି ମୁକୁଲ ତିଓ୍ବାରୀଙ୍କ ଜୀବନରେ ବଡ଼ଧରଣର ପରିବର୍ତ୍ତନ...

୩ ଭାରତୀୟ ବାସ୍କେଟବଲ ଖେଳାଳି ଅଟକ

ନୂଆଦିଲ୍ଲୀ,୮।୧୧- ଦେଶର ଟପ୍‌ ବାସ୍କେଟବଲ ଖେଳାଳି ଅମଜ୍ୟୋତ ସିଂ, ଅର୍ଶପ୍ରୀତ ଭୁଲାର ଓ ଅମରିତପଲ ସିଂଙ୍କୁ ବୁଧବାର ରାତିରେ ବିଦ୍ୟାନଗର ଥାନା ଲକ ଅଫ୍‌ରେ ୪...

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁକୁ ହରାଇଲା ଏଟିକେ

କୋଲକାତା, ୨୬।୧୨ (ପି.ଟି.)- ଦୁଇଥରର ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଚାମ୍ପିୟନ ଏଟିକେ କ୍ରୀସମାସରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଖେଳାଯାଇଥିବା ଆଇଏସ୍‌ଏଲ୍‌ର ଏକ ମ୍ୟାଚ୍‌ରେ...

୬ ବର୍ଷର ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍‌

ଦୁବାଇ,୭।୧୧: ପାକିସ୍ତାନ କ୍ରିକେଟ ଦଳର ତାରକା ଓପନର୍‌ ତଥା ଉଇକେଟ କିପର ମହମ୍ମଦ ରିଜୱାନ ଏକ ବଡ଼ ରେକର୍ଡ କରିଛନ୍ତି। ସେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଏକ...

ମୁମ୍ବାଇ ବିପକ୍ଷ ପରାଜୟକୁ ନେଇ ଦୁଃଖି ସିଏସ୍‌କେ ଅଧିନାୟକ: କହିଲେ ସବୁଠାରୁ ବଡ଼ ଭୁଲ ହେଲା…

ନୂଆଦିଲ୍ଲୀ,୨।୫: ଅରୁଣ ଜେଟଲୀ ଷ୍ଟାଡିୟମରେ ଶନିବାର ଖେଳାଯାଥିବା ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଏକୁଟିଆ କିରୋନ ପୋଲାର୍ଡ ବିରୋଧୀ ଚେନ୍ନାଇ ସୁପରକିଙ୍ଗ୍ସ...

ହକି ବିଶ୍ୱକପ୍‌କୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ନିମନ୍ତ୍ରଣ, ସାଦରରେ ଗ୍ରହଣ କଲେ ଶିବରାଜ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍‌ ଅନୁଷ୍ଠିତ ହେବ। ଦ୍ବିତୀୟ ଥର ପାଇଁ ଓଡ଼ିଶା ଏହି...

ପଦାର୍ପଣ ରଣଜୀ ମ୍ୟାଚ୍‌ରେ ଇତିହାସ ରଚିଲେ ଧୂଲ

ନୂଆଦିଲ୍ଲୀ,୨୦।୨: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଅଧିନାୟକ ୟଶ ଧୂଲ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଛନ୍ତି। ୧୮ ମାସ...

Advertisement
Archives

Model This Week