ନ୍ୟାୟ ହିନ୍ଦୁ ସମାଜ ସପକ୍ଷରେ ଯିବ ବୋଲି ଆଶା କରୁଛୁ: ଭୈୟାଜୀ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ସାରା ଦେଶରେ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆରସି) ଲାଗୁ ହେବା ଉଚିତ। ଦେଶରେ ଅନୁପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଏକ ରାଷ୍ଟ୍ରୀୟ ନୀତି ନିର୍ମାଣ ପୂର୍ବକ ତାଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ସମ୍ପୂର୍ଣ୍ଣ ଦେଶରେ ଏହା ଲାଗୁ କରାଯିବା ଦରକାର ବୋଲି ଆରଏସ୍‌ଏସ୍‌ ସରକାର୍ଯ୍ୟବାହ ଭୈୟାଜୀ ଯୋଷୀ କହିଛନ୍ତି। ସଂଘ ପକ୍ଷରୁ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଯେ, ଦେଶରେ ଆର୍‌ଏସଏସ୍‌ ପକ୍ଷରୁ ୧ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ସେବାକାର୍ଯ୍ୟ ଚାଲୁ ରହିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଂଘ ବିଭିନ୍ନ ସହାୟତା କାର୍ଯ୍ୟ ପ୍ରଥମ ଦିନରୁ ଚାଲୁ ରଖିଥିଲା। ମାତ୍ର ୧୯୮୯ ମସିହାରେ ଯୋଜନାବଦ୍ଧ ଭାବେ ସେବାକ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା ବୋଲି ସେ କହିଛନ୍ତି। ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ସେ କହିଛନ୍ତି, ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିଠାରେ ମନ୍ଦିର ନିର୍ମାଣ ପାଇଁ ସମସ୍ତ ବାଧା ଦୂର କରିବା ଦରକାର। ଏ ମାମଲାର ଶୁଣାଣି ସମାପ୍ତ ହୋଇସାରିଛି। ଆମେ ଆଶା କରଛୁ ନ୍ୟାୟାଳୟ ନିର୍ଣ୍ଣୟ ହିନ୍ଦୁ ସମାଜ ସପକ୍ଷରେ ଯିବ। ଦେଶରେ ସମାନ ନାଗରିକ ସଂହିତା ଆଇନ ବହୁ ପୁରାତନ ଦାବି। ସମ୍ବିଧାନ ନିର୍ମାଣ ସମୟରେ ଏ ବିଷୟରେ ନିର୍ଣ୍ଣୟ କରାଯିବା ଦରକାର ଥିଲା। କୌଣସି ଦେଶରେ ନାଗରିକଙ୍କ ପାଇଁ ସମାନ ଆଇନ ହେବା ଉଚିତ। କଶ୍ମୀର ପଣ୍ଡିତମାନଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ସେ କହିଛନ୍ତି, ସୁରକ୍ଷାଗତ କାରଣ ଯୋଗୁ କଶ୍ମୀର ପଣ୍ଡିତମାନେ ନିଜ ଘର ଛାଡି ପଳାୟନ କରିବାକୁ ବାଧ୍ୟ ହୋଇଥିଲେ। ଆମେ ଚାହୁଁଛୁ କଶ୍ମୀରରେ ସୁରକ୍ଷାର ବାତାବରଣ ଫେରିଆସୁ। କଶ୍ମୀର ହିନ୍ଦୁ ସମାଜ ନିଜ ଘରକୁ ସୁରକ୍ଷାପୂର୍ବକ ଫେରିଆସନ୍ତୁ। ଅଖଣ୍ଡ ଭାରତ ସମ୍ବନ୍ଧିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଭାଜିତ ଭାରତର ସମସ୍ତ ଅଞ୍ଚଳରେ ଏକପ୍ରକାର ସାଂସ୍କୃତିକ ଧାରା ରହିଛି। ପଶ୍ଚିମବଙ୍ଗରେ ଜାରି ରହିଥିବା ହିଂସାକାଣ୍ଡକୁ ନେଇ ସେ କହିଛନ୍ତି, ସରକାରଙ୍କ ଦାୟିତ୍ୱ ନିଜ ନାଗରିକମାନଙ୍କୁ ସୁରକ୍ଷା ପ୍ରଦାନ କରିବା। ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ବାମପନ୍ଥୀଙ୍କ ଶାସନକାଳରେ ସମ୍ପୂର୍ଣ୍ଣ ସମାଜ ଭୟର ବାତାବରଣ ଭିତରେ ଥିଲା। କିନ୍ତୁ ବର୍ତ୍ତମାନ ଗୋଟିଏ ନିର୍ଦ୍ଦିଷ୍ଟ ସମାଜକୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି ବୋଲି ସୁରେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri