ନ୍ୟାଶନାଲ କଲେଜକୁ ନାକ ଟିମର ପରିଦର୍ଶନ

ନୂଆପଡ଼ା ଅଫିସ,୯ା୬:ନୂଆପଡ଼ା ଜିଲା ହେଡକ୍ୱାର୍ଟରର ଏକମାତ୍ର ବହୁ ପୁରୁଣା ନ୍ୟାଶନାଲ କଲେଜକୁ ନାକ ଟିମ (ନ୍ୟାଶନାଲ ଆସେସମ୍ୟାଣ୍ଟ ଆଣ୍ଡ ଆକ୍ରିଡେଶନ କାଉନସିଲ)ର ଏକ ୩ ଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଏହି ଟିମ୍‌ ବିଭିନ୍ନ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ି । ଏହି ଟିମ କଲେଜରେ ପହଞ୍ଚତ୍ ଦୁଇଦିନ ଧରି ବିଭିନ୍ନ ଦିଗକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିଛନ୍ତି । ଦେବୀଲାଲ ବିଶ୍ୱବିଦ୍ୟାଳୟ ହରିୟାଣାର ପୂର୍ବତନ କୁଳପତି ପ୍ରଫେସର ରାଧେଶ୍ୟାମ ଶର୍ମାଙ୍କ ନେତୃତ୍ୱରେ ପ୍ରଫେସର ପି.କେ.ଶ୍ରୀନିବାସ (ଡିନ ବାଙ୍ଗାଲୁର), ଡ.ଚନ୍ଦ୍ରକାନ୍ତ ରାୱଲ (ବିଏମସିସି ପୁନାର ପୂର୍ବତନ ଅଧ୍ୟକ୍ଷ) ପ୍ରମୁଖ ସାମିଲ ଥିଲେ । ପରିଦର୍ଶନ ବେଳେ ମହାବିଦ୍ୟାଳୟ ପାରିପାର୍ଶ୍ୱିକ ସ୍ଥିତି, ଭିତିଭୂମି, ଗୁଣାତ୍ମକ ଶିକ୍ଷା ତଥା ଛାତ୍ରୀଛାତ୍ରମାନଙ୍କ ବୌଦ୍ଧିକ ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ନିରୀକ୍ଷଣ କରିଥିଲେ । ସୂଚନାଯୋଗ୍ୟ ଯେ, ନୂଆପଡା ଭଳି ଉପାନ୍ତ ତଥା ଶିକ୍ଷାକ୍ଷେତ୍ରରେ ଅବହେଳିତ ଜିଲାରେ ନ୍ୟାଶନାଲ କଲେଜ ଏକମାତ୍ର ଡିଗ୍ରୀ କଲେଜ । ହେଲେ ଏହା ସରକାରୀ ସହାୟତା ପାଇପାରୁନାହିଁ । ଜିଲା ହେଡକ୍ୱାର୍ଟରରେ ଏକ ସରକାରୀ ଡିଗ୍ରୀ କଲେଜ ନାହିଁ। ଅନ୍ୟପଟେ ନାକ ମାନ୍ୟତା ପାଇ ନ ଥିବାରୁ ବିଭିନ୍ନ ଅନୁଦାନରୁ ବଞ୍ଚତ୍ତ ରହିଛି । ଏଥିପାଇଁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେବାରେ ବିଭିନ୍ନ ପ୍ରକାର ବାଧା ଉପୁଜିଥାଏ । ଏସବୁ ସତ୍ତ୍ୱେ ଏଠାରେ ସମସ୍ତଙ୍କ କଠିନ ପରିଶ୍ରମରୁ ଏକ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଢଙ୍ଗରେ ଉଚ୍ଚଶିକ୍ଷା ପ୍ରଦାନ କରାଯାଉଥିବାରୁ ନାକ ଟିମ ଖୁସି ପ୍ରକଟ କରିଥିଲେ । ପ୍ରକାଶ ଯେ, ଆଗରୁ ନାକ ମାନ୍ୟତା ପାଇଁ ପ୍ରଥମ ପର୍ଯ୍ୟାୟ ଦକ୍ଷତା ହାସଲ କରିସାରିଛି । ଏଥର ମଧ୍ୟ କ୍ୱାଲିଫାଏ କରିବା ଆଶା ନିଶ୍ଚିତ ରହିଥିବା ସମସ୍ତ ଅଭିଭାବକ, ଛାତ୍ରୀଛାତ୍ର ଏବଂ କର୍ମଚାରୀ ବ୍ୟକ୍ତ କରିଛନ୍ତି । ପରିଦର୍ଶନ ସମୟରେ କଲେଜ ଡ.ଅଶୋକ କୁମାର ପଟ୍ଟନାୟକ, ନାକ ସଂଯୋଜକ ସମରେନ୍ଦ୍ର ନାରାୟଣ ଦାସ, ଆଇକ୍ୟୁଏସି ସଂଯୋଜକ କିଶୋର କୁମାର ବାରିକ, ଟିଟିଲାଗଡ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଶିବପ୍ରସାଦ ବେହେରା, ସ୍ଥାନୀୟ ବିଧାୟକ ତଥା କଲେଜର ପରିଚାଳନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri