ନୋ ପାର୍କିଂକୁ ନେଇ ଅଡ଼ୁଆ

ଅନୁଗୋଳ ଅଫିସ, ୨୯ା୫ – ଅନୁଗୋଳ ପୂର୍ତ୍ତ ବିଭାଗ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଗୁରୁବାର ନୋ ପାର୍କିଂ ବୋର୍ଡ ଲଗାଯାଇଛି। ଫଳରେ ଏଠାରେ ଗାଡ଼ି ପାର୍କିଂ କରୁଥିବା ସରକାରୀ ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ଅଡ଼ୁଆରେ ପଡ଼ିଛନ୍ତି। ପ୍ରଶାସନର ନିର୍ଦ୍ଦେଶ ମୁତାବକ ବୋର୍ଡ ଲଗାଯାଇଥିବା ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି।
ପ୍ରକାଶ ଯେ, ଅନୁଗୋଳ ଜେଲ୍‌ ଛକ ଠାରୁ ଷ୍ଟେଟ ବ୍ୟାଙ୍କ ଛକ ମଧ୍ୟରେ ଏଣିକି ଗାଡ଼ି ରଖିବାକୁ ବାରଣ କରାଯାଇଛି। ବିଭିନ୍ନ ସମୟରେ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜୁଥିବାରୁ ପ୍ରଶାସନ ପକ୍ଷରୁ ଏହି ନଷ୍ପତ୍ତି ନିଆଯାଇଛି। କିନ୍ତୁ ଉକ୍ତ ରାସ୍ତା ପାର୍ଶ୍ୱରେ ତାମଡା କାର୍ଯ୍ୟାଳୟ, ଅବକାରୀ ବିଭାଗ ଅଫିସ, ସମଗ୍ରଶିକ୍ଷା କାର୍ଯ୍ୟାଳୟ, ସବ୍‌ରେଜେଷ୍ଟ୍ରି ଅଫିସ, ଇଣ୍ଡିଆନ୍‌ ବ୍ୟାଙ୍କ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି। ଏସବୁ ସ୍ଥାନକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକେ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖି କାର୍ଯ୍ୟାଳୟ ଭିତରକୁ ଯାଇଥାନ୍ତି। ଏହାଛଡ଼ା କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ଗାଡ଼ି ପାର୍କିଂ ମଧ୍ୟ ରାସ୍ତା ପାର୍ଶ୍ୱରେ କରାଯାଉଥିଲା। ତେବେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ଗାଡ଼ି ରଖିବାକୁ ବାରଣ କରାଯିବାରୁ ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ। ପ୍ରଶାସନ ପକ୍ଷରୁ ପାର୍କିଂ ବ୍ୟବସ୍ଥା କରା ନ ଯାଇ କାହିଁକି ହଠାତ୍‌ ଏପରି ବୋର୍ଡ ଲଗାଇ ଦିଆଗଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜିଲା କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୃହିଣୀରୁ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ

ଭଦ୍ରକ ଅଫିସ,୧୬।୩-ଘରର ଚାରିକାନ୍ଥ ମଧ୍ୟରେ ଆଉ ସୀମିତ ହୋଇ ରହିନାହାନ୍ତି ମହିଳା। ପ୍ରତ୍ୟେକ କ୍ଷେତ୍ରରେ ସେମାନେ ଆଗରେ। ପାଠ ଠାରୁ ଆରମ୍ଭ କରି କ୍ରୀଡ଼ା ସବୁଠି...

ଅନିଶ୍ଚିତତାରେ ପୋଲସରା ନୂତନ ବସଷ୍ଟାଣ୍ଡ

ପୋଲସରା,୯|୩(ଡି.ଏନ.ଏ.) – ଗଞ୍ଜାମ ଜିଲା ପୋଲସରା ସହର ମଧ୍ୟରେ ରହିଥିବା ବସଷ୍ଟାଣ୍ଡର ଆଧୁନିକୀକରଣ ଲାଗି ରାଜ୍ୟ ସରକାର ୫ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ୨୦୧୭ରେ...

ଖଣି ମନ୍ତ୍ରୀ, ସଚିବଙ୍କ ଯୋଡ଼ା ଗସ୍ତ: ଖଣି ନିଲାମ ପାଇଁ ସରକାରୀ ତତ୍ପରତା

ଯୋଡ଼ା, ୨୯।୮(ଡିଏନଏ) କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳକୁ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ଯୋଡା ଗସ୍ତରେ ଆସି ଖଣି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ...

ଝାଡ଼ଖଣ୍ଡୀ ହାତୀପଲଙ୍କ ଉତ୍ପାତ ଜାରି : ଭାଙ୍ଗିଲା ୬ ଘର, ୧ ଗାଈ ମୃତ

ସଜନାଗଡ଼, ୧୫ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ୪ଦିନ ହେଲା ଝାଡ଼ଖଣ୍ଡ ହାତୀପଲ ଉତ୍ପାତ ଚଳାଇଛନ୍ତି। ଏହି ପଲରେ ୨୮ଟି ହାତୀ ରହିଛନ୍ତି।...

ଇଞ୍ଜିନରେ ତ୍ରୁଟି, ୫ ଘଣ୍ଟା ଅଟକିଲା ତପସ୍ବିନୀ: ପାଣି ନ ପାଇ ଯାତ୍ରୀ ହନ୍ତସନ୍ତ

ବଇଣ୍ଡା,୫।୧(ଡି.ଏନ.ଏ.) – ପୁରୀ-ହାଟିଆ ତପସ୍ବିନୀ ଏକ୍ସପ୍ରେସ ନଂ.୧୮୪୫୨ ଇଞ୍ଜିନରେ ତ୍ରୁଟି ଯୋଗୁ ଶନିବାର ଅନୁଗୋଳ ଓ ବାମୁର ଷ୍ଟେଶନରେ ଦୀର୍ଘ ୫ ଘଣ୍ଟା ଅଟକି ରହିଥିଲା।...

ହିଙ୍ଗୁଳାଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁ

ବାରିପଦା ଅଫିସ,୨୦।୨ – ଆକସ୍ମିକ ଅଗ୍ନିକାଣ୍ଡରୁ ଉଦ୍ଧାର କରୁଥିବା ଅଗ୍ନିରୂପିଣୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ବଡ଼ପୂଜା ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ କଉଡ଼ିଖଣିସ୍ଥିତ ଶାଳଜଙ୍ଗଲ ପରିସରରେ...

ଶତାଧିକ ଅଦିବାସୀଙ୍କ ନାମରେ ବ୍ୟାଙ୍କରୁ ଋଣ ଠକେଇ

ମାଲକାନଗିରି,୩ା୩ (ଡି.ଏନ.ଏ.) ମାଲକାନଗିରି ଜିଲାରେ ଦିନକୁ ଦିନ ଠକ ଏବଂ ଦଲାଲଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ସେମାନେ ଜିଲାର ଆଦିବାସୀଙ୍କୁ ଟର୍ଗେଟ୍‌ କରୁଛନ୍ତି। ନିରୀହ ସରଳ...

ଖାଲଖମାରେ ଭର୍ତ୍ତି ପୂର୍ତ୍ତ ବିଭାଗ ରାସ୍ତା, ବଢୁଛି ଦୁର୍ଘଟଣା

ବ୍ରହ୍ମପୁର ଅଫିସ, ୪।୧୧: ସରକାର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ମଧ୍ୟ ସହରର ଅନେକ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ...

Advertisement
Archives

Model This Week