ନୋବେଲ ଶାନ୍ତି ପୁରସ୍କାର ଘୋଷଣା ଆଜି:ଦୌଡ଼ ଆଗରେ ଗ୍ରେଟା ଥନବର୍ଗ

ଓସ୍‌ଲୋ,୧୧-୧୦:(ଆଇଏଏନ୍‌ଏସ୍‌):ସ୍ବିଡେନର ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଆଗୁଆ ରହିଛନ୍ତି। ସେହିପରି ବ୍ରାଜିଲର ଆଦିବାସୀ ନେତା ରାଓନି ମେଟୁକ୍‌ଟାୟର ଓ ଇଥିଓପିଆ ପ୍ରଧାନମନ୍ତ୍ରୀ ଏବି ଅହମ୍ମଦଙ୍କ ନାମ ମଧ୍ୟ ତାଲିକାରେ ଥିବା ଜଣାପଡ଼ିଛି। ତେବେ ଏହି ମର୍ଯ୍ୟାଦାଜନକ ସମ୍ମାନ କିଏ ପାଇବେ ତାହା ଶୁକ୍ରବାର ଘୋଷଣା କରାଯିବ।
ପ୍ରାୟ ବର୍ଷକ ତଳେ ସ୍ବିଡେନର ୧୬ ବର୍ଷୀୟା ଗ୍ରେଟା ଥନ୍‌ବର୍ଗ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଆହ୍ବାନ ଦେଇ ଏକ ସାପ୍ତାହିକ ସ୍କୁଲ ଷ୍ଟ୍ରାଇକ୍‌ ଆରମ୍ଭ କରିଥିଲେ। ସ୍ବିଡେନ ପାର୍ଲାମେଣ୍ଟ ଆଗରେ ସେ ଆରମ୍ଭ କରିଥିବା ଏହି ପଦକ୍ଷେପ ପରବର୍ତ୍ତୀ ସମୟରେ ‘ଫ୍ରାଇଡେଜ୍‌ ଫର ଫ୍ୟୁଚର’ ନାମରେ ଏକ ବିଶ୍ୱସ୍ତରୀୟ ଆନ୍ଦୋଳନର ରୂପ ନେଇଥିଲା। କିଛିଦିନ ତଳେ ଗ୍ରେଟା ଜାତିସଂଘ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ବିଶ୍ୱନେତାଙ୍କୁ ବିସ୍ମିତ କରିଦେଇଥିଲେ। ଏହାସହ ସେ ଜଳବାୟୁ ପରିବର୍ତ୍ତନ ଲଢ଼େଇରେ ବିଶ୍ୱର ସବୁଠୁ ବଡ଼ ଚେହେରା ପାଲଟିଯାଇଛନ୍ତି। ଗ୍ରେଟାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଲେ ସେ ଏହି ଆଓ୍ବାର୍ଡର ସର୍ବକନିଷ୍ଠ ବିଜେତା ଭାବେ ଇତିହାସ ରଚିବେ। ୨୦୧୪ରେ ପାକିସ୍ତାନର ଶିକ୍ଷା ଅଧିକାର କର୍ମୀ ମଲାଲା ୟୁସୁଫ୍‌ଜାଇଙ୍କୁ ୧୭ ବର୍ଷ ବୟସରେ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା।
ବ୍ରାଜିଲର ଆଦିବାସୀ ନେତା ରାଓନି ମେଟୁକ୍‌ଟାୟରଙ୍କ ନାମ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ପାଇଁ ତାଲିକାଭୁକ୍ତ ହୋଇଛି। ଆମାଜନ ଜଙ୍ଗଲ କ୍ଷୟ ବିରୋଧରେ ସଂଗ୍ରାମର ପ୍ରତୀକ ପାଲଟିଥିବା ରାଓନି ହେଉଛନ୍ତି କାୟାପୋ ସମ୍ପ୍ରଦାୟର। ୟୁରୋପୀୟ ପାର୍ଲାମେଣ୍ଟର ୨୦୧୯ ସାଖାରୋଭ୍‌ ପ୍ରାଇଜ୍‌ ଅଫ୍‌ ଫ୍ରିଡମ୍‌ ଅଫ୍‌ ଥଟ୍‌ ପାଇଁ ମଧ୍ୟ ତାଙ୍କ ନାମ ଚୂଡ଼ାନ୍ତ ହୋଇଥିଲା। ପ୍ୟାରିସ୍‌ ଚୁକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମକୁ ନେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡର୍ନଙ୍କୁ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ମିଳିପାରେ ବୋଲି କୁହାଯାଉଛି। ଏହି ସମ୍ମାନ ପାଇଁ ଚର୍ଚ୍ଚାରେ ରହିଥିବା ଆଉ ଏକ ନାମ ହେଉଛି ଏବି ଅହମ୍ମଦ। ଇଥିଓପିଆର ପ୍ରଧାନମନ୍ତ୍ରୀ ଏବି ନିଜ ଦେଶ ଓ ଇରିଟ୍ରିଆ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ସ୍ବାକ୍ଷର ଲାଗି ପ୍ରୋତ୍ସାହିତ କରିଥିଲେ। ଅନୁରୂପ ଭାବେ ଜାତିସଂଘ ଶରଣାର୍ଥୀ ସଂସ୍ଥା (ୟୁଏନ୍‌ଏଚ୍‌ସିଆର୍‌), ଆମେରିକାନ୍‌ ସିଭିଲ୍‌ ଲିବର୍ଟି ୟୁନିୟନ୍‌ (ଏସିଏଲ୍‌ୟୁ), ଇଣ୍ଟରନ୍ୟାଶନାଲ ଲ୍ୟାଣ୍ଡ କୋଲିଶନ (ଆଇଏଲ୍‌ସି) ଏବଂ ଇଣ୍ଟରନ୍ୟାଶନାଲ ରେସ୍କ୍ୟୁ କମିଟି (ଆଇଆର୍‌ସି) ଭଳି ସଂସ୍ଥାଗୁଡ଼ିକ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ନୋବେଲ ଶାନ୍ତି ପୁରସ୍କାର ପାଇଁ ଯେଉଁ ଅନ୍ୟ ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିଛି ସେମାନଙ୍କ ମଧ୍ୟରେ ଅଛନ୍ତି ସିଆଇଏର ପୂର୍ବତନ ଆନାଲିଷ୍ଟ ଏଡଓ୍ବାର୍ଡ ସ୍ନୋଡେନ୍‌ ଏବଂ ମେମୋରିଆଲ ଅର୍ଗାନାଇଜେଶନର ସେଟଲାନା ଗନୁସ୍କିନା ଓ ‘ନୋଭୟା ଗେଜେଟା’ ଖବରକାଗଜର ସେର୍ଗେଇ କୋଭାଲିଓଭ୍‌ ଭଳି ଅନେକ ରୁଷୀୟ ପ୍ରତିନିଧି। ଚେଚେନ୍‌ ଆଇଜଜୀବୀ ଲିଡିଆ ୟୁସୁପୋଭା, ଜର୍ମାନ ଚାନ୍ସଲର ଏଞ୍ଜେଲା ମର୍କେଲ, କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଓ ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ ଅନେକ ସମୟରେ ଏହି ତାଲିକାକୁ କେବଳ କଳ୍ପନାଜଳ୍ପନା ବୋଲି ମନେକରାଯାଏ। କାରଣ ପ୍ରାର୍ଥୀମାନେ ହିଁ ସେମାନଙ୍କ ସ୍ଥାନ ସମ୍ପର୍କରେ କହିପାରିବେ । ନରଓ୍ବେଜିଆନ୍‌ ନୋବେଲ କମିଟି ସେହି ନାମଗୁଡ଼ିକର ସଂଖ୍ୟା ପ୍ରକାଶ କରେ। ଚଳିତବର୍ଷ ଦୌଡ଼ରେ ଥିବା ୩୦୪ ପ୍ରାର୍ଥୀଙ୍କ ମଧ୍ୟରୁ ୨୧୯ ହେଉଛନ୍ତି ବ୍ୟକ୍ତି ଓ ଅବଶିଷ୍ଟ ସଙ୍ଗଠନ।
ଗତବର୍ଷ ନୋବେଲ ଶାନ୍ତି ପୁରସ୍କାର କଙ୍ଗୋର ଡେନିସ୍‌ ମୁକ୍‌ଓ୍ବେଗେ ଏବଂ ଇରାକର ନାଦିଆ ମୁରାଦ୍‌ଙ୍କୁ ମିଳିଥିଲା। ଯୁଦ୍ଧ ଓ ସଶସ୍ତ୍ର ସଂଘର୍ଷ ବେଳେ ଯୌନ ହିଂସାକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିବାବେଳେ ଏଥିରେ ବିରାମ ଲଗାଇବା ପାଇଁ ଉଦ୍ୟମ କରିଥିବାରୁ ଉଭୟଙ୍କୁ ଏହି ଆଓ୍ବାର୍ଡ ମିଳିଥିଲା। ଶାନ୍ତି ପୁରସ୍କାର ହେଉଛି ୬ ପୁରସ୍କାର ମଧ୍ୟରୁ ଏକମାତ୍ର, ଯାହା ଆଲଫ୍ରେଡ୍‌ ନୋବେଲଙ୍କ ଅନୁରୋଧକ୍ରମେ ସ୍ବିଡେନ୍‌ ବାହାରେ (ନରଓ୍ବେ ରାଜଧାନୀ ଓସ୍‌ଲୋରେ) ପ୍ରଦାନ କରାଯାଏ। କାରଣ ସେତେବେଳେ ସ୍ବିଡେନ ସାମ୍ରାଜ୍ୟର ଏକ ଅଂଶବିଶେଷ ଥିଲା ନରଓ୍ବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟାଙ୍କରକୁ ଅଟକାଇବା ପାଇଁ ବ୍ରିଜ୍‌ ସହିତ ନିଜକୁ ଉଡ଼ାଇଦେଲେ ୟୁକ୍ରେନର ସାହସିକ ଯବାନ

କ୍ୱିଭ,୨୬।୨: ରୁଷିଆର ସୈନ୍ୟଙ୍କ ଆକ୍ରମଣ ମଧ୍ୟରେ ଜଣେ ୟୁକ୍ରେନ ସୈନ୍ୟଙ୍କ ସାହସିକତାର ଖବର ସାମ୍ନାକୁ ଆସିଛି। ଏହି ଯବାନ ରୁଷିଆର ଟ୍ୟାଙ୍କରକୁ ଅଟକାଇବା ପାଇଁ ବ୍ରିଜ...

ୟୁଏଇରୁ ଗୁପ୍ତା ବ୍ରଦର୍ସ ଗିରଫ

ୟୁଏଇ,୭।୬: ଦକ୍ଷିଣ ଆଫ୍ରିକାରୁ ଫେରାର ଗୁପ୍ତା ବଦର୍ସଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଗିରଫ କରାଯାଇଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ଶାସନ...

ଆତଙ୍କବାଦୀଙ୍କୁ ଭାରତୀୟ ସେନାଙ୍କଠାରୁ ସତର୍କ ରହିବାକୁ ଇମ୍ରାନ୍‌ଙ୍କ ପରାମର୍ଶ

ଇସଲାମାବାଦ୍‌,୧୯।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଆତଙ୍କବାଦୀଙ୍କୁ ପରାମର୍ଶ ଦେଇଛନ୍ତି। ଭାରତୀୟ ସେନାଙ୍କଠାରୁ ସତର୍କ ରହିବାକୁ ଇମ୍ରାନ୍‌ କହିଛନ୍ତି। ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ତୋରଖାମ୍‌ ଟର୍ମିନାଲର ଲୋକାର୍ପଣ...

ମାନିଲା ଗ୍ଲୋବାଲ ଟାଇମ୍ସ୍‌: ଭୁଟାନରେ ଗାଁ ସ୍ଥାପନ କରିଛି ଚାଇନା

ବେଜିଂ,୨୪।୧୧: ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ୍‌ ଟାଇମ୍ସ୍‌ରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶିତ ହୋଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭୁଟାନରେ ଚାଇନା ଏକ ଗାଁ...

ଏହି ଦେଶରେ ଟୁଇଟର ଉପରୁ ହଟିଲା ପ୍ରତିବନ୍ଧକ

ଅବୁଜା,୧୩ା୧: ଦେଶରେ ୨୦ କୋଟିରୁ ଅଧିକ ଲୋକ ସୋସିଆଲ ମିଡିଆ ନେଟଓ୍ବାର୍କରୁ ବାହାର ହେବାର ସାତ ମାସ ପରେ ଟୁଇଟରରେ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି...

ନିର୍ଦ୍ଦିଷ୍ଟ ତାରିଖରେ ଯୁଦ୍ଧ ଶେଷ କରିବାକୁ ଚାହୁଁଛି ରୁଷିଆ: ୟୁକ୍ରେନ୍‌

କ୍ୱିଭ୍‌,୨୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩୦ ଦିନ ପୂରଣ ହୋଇଛି । ହେଲେ ଏପର୍ଯ୍ୟନ୍ତ ଦୁଇ ଦେଶଙ୍କ ମଧ୍ୟରେ ଯୁଦ୍ଧ ବିରତିକୁ ନେଇ କୌଣସି ସମାଧାନ...

ଏନ୍‌ଏଫ୍‌ଟିରେ ଆତ୍ମା ବିକ୍ରି

ନେଦରଲାଣ୍ଡସ୍‌, ୨ା୪: ମିମ୍‌, ଜୋକ୍‌ ଏବଂ ମନୋରଞ୍ଜନ ଭିଡିଓ ଆଦି ନନ୍‌ ଫନ୍‌ଜିବଲ ଟୋକେନ (ଏନ୍‌ଏଫ୍‌ଟି) ଜରିଆରେ ବିକ୍ରି ହେଉଛି। ନେଦରଲାଣ୍ଡସ୍‌ସ୍ଥିତ ହେଗ୍‌ ଆର୍ଟ ଏକାଡେମୀର...

ଆଫଗାନିସ୍ତାନରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୫ ଶିଶୁ ମୃତ

କାବୁଲ,୧୬ା୪: ଆଫଗାନିସ୍ତାନର ଖୋଷ୍ଟ ଏବଂ କୁନାର ପ୍ରଦେଶରେ ପାକିସ୍ତାନୀ ବିମାନଗୁଡ଼ିକ ଅନେକ ଥର ଏୟାର ଷ୍ଟ୍ରାଇକ କରିଛନ୍ତି। ଏହି ଆକ୍ରମଣରେ ୫ ଜଣ ଶିଶୁ ଏବଂ...

Advertisement
Archives

Model This Week