Posted inଖେଳ

ନେତୃତ୍ୱ ବିଭାଜନ ଭାରତରେ କାମ ଦେବନି: ନାସିର

ନୂଆଦିଲ୍ଲୀ,୧୩।୫(ପି.ଟି.): ପ୍ରଭାବ ବିସ୍ତାର କରିବା ଓ ନିଜ ଚିନ୍ତାଧାରା ଅନ୍ୟଉପରେ ଲଦିବା ହେଉଛି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସ୍ବଭାବ। ତେଣୁ ଭାରତରେ ନେତୃତ୍ୱ ବିଭାଜନ କାମ ଦେବନାହିଁ ବୋଲି ଇଂଲଣ୍ଡ ପୂର୍ବତନ ଅଧିନାୟକ ନାସିର ହୁସେନ୍‌ କହିଛନ୍ତି। ଅର୍ଥାତ ସବୁ ଫର୍ମାଟ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ନିଯୁକ୍ତି ଦେବା କୌଶଳ କାମ ଦେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଭିନ୍ନ ଭିନ୍ନ କୋଚ୍‌ ନିଯୁକ୍ତ ଦେବା କୌଶଳ ଭାରତ ଗ୍ରହଣ କରିବାରେ କିଛି ଅସୁବିଧା ନାହିଁ।
ଇଂଲଣ୍ଡରେ ଭିନ୍ନ ଭିନ୍ନ ଫର୍ମାଟ ପାଇଁ ଅଲଗା ଅଲଗା ଅଧିନାୟକ ଦାୟିତ୍ୱରେ ରହିଛନ୍ତି। ଏହା ବର୍ତ୍ତମାନ ପରିସ୍ଥିତିରେ ଭାରତ ପାଇଁ ପ୍ରଜୁଜ୍ୱ ନୁହଁ। କୋହଲି ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। କୋହଲି ଅନ୍ୟ କାହାକୁ କ୍ଷମତା ବା ନେତୃତ୍ୱ ଦେବାକୁ ନିଶ୍ଚିତ ଭାବେ କୁଣ୍ଠିତ ହେବେ ବୋଲି ସେ କହିଛନ୍ତି। ତେବେ ପ୍ରଶିକ୍ଷଣରେ ବିଭାଜନ ହେବା ଭାରତ ପାଇଁ ଖରାପ୍‌ କଥା ନୁହଁ। କୋଚ୍‌ମାନଙ୍କୁ ବହୁତ କିଛି ଭିନ୍ନ ଭିନ୍ନ କାର୍ଯ୍ୟ କରିବାକୁ ହୋଇଥାଏ। ତେଣୁ ପ୍ରଶିକ୍ଷଣରେ ବିଭାଜନ ହେଲେ କୌଣସି ଅସୁବିଧା ନାହିଁ। ଟ୍ରେଭର ବେଲିସ୍‌ଙ୍କ ଉଦାହରଣ ଦେଇ ସେ କହିଛନ୍ତି ଯେ, ବେଲି ଇଂଲଣ୍ଡ ଦିନିକିଆ ଦଳର କୋଚ୍‌ ରହିଥିଲେ। ତେଣୁ ଭାରତରେ ଦିନିକିଆ ଓ ଟେଷ୍ଟ ପାଇଁ ଭିନ୍ନ ଭିନ୍ନ କୋଚ୍‌ ରହିଲେ ସମସ୍ୟା କିଛି ନାହିଁ। ତେବେ ଏତେ ସଂଖ୍ୟାକ ପ୍ରତିଭା ସମ୍ପନ୍ନ ବ୍ୟାଟ୍ସମ୍ୟାନ ଥିଲେ ମଧ୍ୟ ଭାରତୀୟ ଚୟନକର୍ତ୍ତାମାନେ ୪ ନମ୍ବର ପାଇଁ କାହାକୁ ଏପର୍ଯ୍ୟନ୍ତ ଚୟନ କରିବାରେ ସଫଳ ହୋଇପାରି ନାହାନ୍ତି। କିନ୍ତୁ ଏ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ନ୍ୟୁଜିଲାଣ୍ଡ ଆଗରେ ରହିବ। କାରଣ ସୀମିତ ପ୍ରତିଭା ସମ୍ପନ୍ନ ବ୍ୟାଟ୍ସମ୍ୟାନ ଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଏହି ସମସ୍ୟାର ସମାଧାନ କରିପାରିଛି। କିନ୍ତୁ ଭାରତରେ ୪ ନମ୍ବରରେ କେହି ଜଣେ ବିଫଳ ହେଲେ ଆଉ ଜଣେ ସେହି ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥାନ୍ତି। ତେଣୁ ଭାରତ ୪ ନମ୍ବର ସମସ୍ୟାର ସମାଧନା ଯଥାଶୀଘ୍ର କରିବା ଉଚିତ ବୋଲି ହୁସେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁପ୍ରିମକୋର୍ଟଙ୍କ ଶରଣରେ ବିସିସିଆଇ

ନୂଆଦିଲ୍ଲୀ,୨୦।୧: ଭାରତରେ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଗତ ଜୁଲାଇ ୨୭ରେ ଶେଷ ହେବାକୁ ଥିବାବେଳେ ବୋର୍ଡ ସଚିବ ଜୟ ଶାହାଙ୍କ...

ହିରୋରୁ ଜିରୋ: ସଫଳତା ପାଇବା ପରେ ଏହି ଖେଳାଳି ହୋଇଛନ୍ତି ଭିଲିଆନ୍‌

ନୂଆଦିଲ୍ଲୀ,୨୩।୫: ୨୦୦୮ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଦେଶରେ କୁସ୍ତି ପାଇଁ ସୁଶୀଲ କୁମାର ଏକ ନୂତନ ଦିଗ ଦେଇଥିଲେ। ସେ ପୁଣି ୨୦୧୨ ଅଲିମ୍ପିକ୍ସରେ...

ଓଡ଼ିଶା ଏଫସି ଦଳରେ ମାର୍ସେଲିନୋ

ଭୁବନେଶ୍ୱର, ୩।୯(କ୍ରୀଡ଼ା ପ୍ରତିନିଧି)- ଅଭିଜ୍ଞ ବ୍ରାଜିଲିଆନ ଫରଓ୍ବାର୍ଡ ମାର୍ସେଲିନୋ(ମାର୍ସେଲୋ ଲେଇଟେ ପେରେରା)ଙ୍କ ସହିତ ଚୁକ୍ତି କରିଛି ଓଡ଼ିଶା ଏଫସି। ତେଣୁ ଏହି ତାରକା ଖେଳାଳି ଆଗାମୀ...

ଏହି ପ୍ରସିଦ୍ଧ କ୍ରିକେଟର ଦେଲେ ଖୁସି ଖବର, ଘରକୁ ଆସିଲା ନୂଆ ଅତିଥି

ଅକଲାଣ୍ଡ,୧୬।୧୨: ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନଙ୍କ ଘରେ ନୂଆ ଅତିଥି ଆସିଛି। ୱିଲିୟମସନ ଝିଅର ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ସାରା ବୁଧବାର କନ୍ୟା ସନ୍ତାନ...

‘ବିଶ୍ୱ ହକିର ପ୍ରାଣକେନ୍ଦ୍ର ପାଲଟିଛି ଓଡ଼ିଶା’

ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଉଛି ହକି ବିଶ୍ୱକପ୍‌। ତେଣୁ ସ୍ବାଭାବିକ ଭାବେ ଆନନ୍ଦିତ ରାଜ୍ୟର ଖେଳାଳି ଓ ସାଧାରଣ ଜନତା। ସମଗ୍ର ବିଶ୍ୱର...

ଆଇପିଏଲ୍‌ ପୂର୍ବରୁ ଚିନ୍ତାରେ ସିଏସ୍‌କେ

ନୂଆଦିଲ୍ଲୀ,୨୦।୩: ମାତ୍ର ୫ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ। କିନ୍ତୁ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର...

ଧୋନୀଙ୍କୁ କିମ୍ବଦନ୍ତୀ କହିଲେ ଅଖତର

ମାଞ୍ଚେଷ୍ଟର,୧୧ା୭- ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳ ୬ ରନ୍‌ରେ ୩ ଉଇକେଟ ହରାଇ ନିଶ୍ଚିତ ପରାଜୟ ମୁହଁା ହୋଇଥିଲା। ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର...

ଗୋଟିଏ ଓଭରରେ ୩୫ ରନ୍‌: ରାହୁଲଙ୍କ ସମକକ୍ଷ ହେଲେ କୁମିନ୍ସ

ପୁଣେ,୭।୪: ଆଇପିଏଲ ୨୦୨୨ର ୧୪ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ କେକେଆର୍‌ ୫ ଉଇକେଟରେ ଜିତିଛି।...

Advertisement
Archives

Model This Week