ବସ୍ତା, ୪।୮(ସ୍ବ.ପ୍ର.)-ପିଲାମାନଙ୍କୁ ମା’ ବାପା ଆକଟ କଲା ବେଳେ ସେମାନେ ରକ୍ଷା ପାଇବା ପାଇଁ ଜେଜେମା’ ଜେଜେବାପାଙ୍କ ପାଖକୁ ଦୌଡି ଯାଇଥାନ୍ତି। ସେମାନେ ଜେଜେମା’ କୋଳରେ ନିଜକୁ ଅଧିକ ସୁରକ୍ଷିତ ମନେ କରନ୍ତି। ହେଲେ ବାଲେଶ୍ୱର ଜିଲା ବସ୍ତା ଥାନା ଭେଲୋରା ପଞ୍ଚାୟତର ଗଙ୍ଗାଧରପୁର ଗ୍ରାମରେ ଜଣେ ୭ ବର୍ଷର ବାଳକଙ୍କୁ ତାଙ୍କ ଜେଜେମା’ ଅତି ନୃଶଂସ ଭାବେ ପିଟୁଥିବା ଭିଡ଼ିଓ ଭାଇରାଲ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଭିଡିଓରେ ଉକ୍ତ ମହିଳା ତାଙ୍କ ନାତିକୁ ଅମାନୁଷିକ ଭାବେ ଗୋଇଠା ମାରିବାର ଦୃଶ୍ୟ ଦେଖିବାକୁ ମିଳିଛି ା ଏହି ଘଟଣାକୁ ଶିଶୁମଙ୍ଗଳ ବିଭାଗ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ଶିଶୁ ମଙ୍ଗଳ ବିଭାଗର ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗଙ୍ଗାଧରପୁର ଗ୍ରାମର ରଞ୍ଜନ କୁମାର ଚଣ୍ଡ ଓ ତାଙ୍କ ସ୍ତ୍ରୀ ମଧୁସ୍ମିତା ବମ୍ବେରେ ରହି କାର୍ଯ୍ୟ କରନ୍ତି। ତାଙ୍କ ପୁଅ ବରୁଣ ତାଙ୍କ ଜେଜେମା ବୃନ୍ଦାବତୀଙ୍କ ନିକଟରେ ରୁହନ୍ତି। ଗତ ୧ତାରିଖ ରାତିରେ ବରୁଣ ଦୁଷ୍ଟାମି କରିବାରୁ ତାଙ୍କ ଜେଜେମା ବୃନ୍ଦାବତୀ ତାଙ୍କୁ ଗୋଇଠା ମାରିଥିଲେ। ଏପରିକି ତାର ହାତ, ଗୋଡ଼, ଛାତି ଓ ମୁଣ୍ଡରେ ଗୋଇଠା ମାରିବାର ଦୃଶ୍ୟକୁ କେହି ଜଣେ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ। ପିଲାଟି ଯେତେ କାନ୍ଦୁଥଲେ ମଧ୍ୟ ଏହାକୁ ଖାତିର ନ କରି ଜେଜେମା ତାଙ୍କୁ ପିଟି ଚାଲିଥିଲେ। ଶନିବାର ଏହି ଭିଡ଼ିଓ ବହୁ ମାତ୍ରାରେ ଭାଇରାଲ ହେବା ପରେ ଏହା ପ୍ରଶାସନର ଦୃଷ୍ଟିଗୋଚର ହୋଇଥିଲା। ଭିଡ଼ିଓକୁ ଭିତ୍ତି କରି ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ କୁମାର ମାଝି, ଶିଶୁ ମଙ୍ଗଳ ଅଧ୍ୟକ୍ଷ ଭାଗିରଥୀ ବାରିକ, ପଦ୍ମଲୋଚନ ଦତ୍ତ, ଗୌରମଣି ଉପାଧ୍ୟାୟଙ୍କ ନିର୍ଦ୍ଦେଶକ୍ରମେ ଚାଇଲ୍ଡ ହେଲ୍ପଲାଇନର ବାଲେଶ୍ୱର ଜିଲା ମୁଖ୍ୟ ପ୍ରଶାନ୍ତ କୁମାର ରାଉତଙ୍କ ସହିତ ବାଲିଆପାଳ ଚାଇଲ୍ଡ ହେଲ୍ପଲାଇନର ସବସେଣ୍ଟର ମୁଖ୍ୟ କ୍ରିଷ୍ଣାରାଣୀ ଅଣ୍ଡିଆ, ଉତ୍ତମ କୁମାର ନାୟକଙ୍କ ସହିତ ବସ୍ତା ଥାନା ଅଧୀନ ଅମର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ସଦଳବଳେ ଉକ୍ତ ଗ୍ରାମରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ଶିଶୁ ମଙ୍ଗଳ ଅଧିକାରୀ ବରୁଣଙ୍କୁ ଉଦ୍ଧାର କରିବା ସହ ବୃନ୍ଦାବତୀଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ। ଏ ସମ୍ପର୍କରେ ଚାଇଲ୍ଡଲାଇନ ଜିଲା ମୁଖ୍ୟ ପ୍ରଶାନ୍ତ କୁମାର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଉଦ୍ଧାର ହୋଇଥିବା ପିଲାକୁ ସିଡବ୍ଲ୍ୟସି ଆଗରେ ଉପସ୍ଥିତ କରାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
Posted inଆମ ଜିଲା ଖବର, ବାଲେଶ୍ୱର View All
ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…
ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…
ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…
ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ୨୬ ନଂ…
ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ
ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…
ଏଲ୍ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…
କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…
ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…
ଲୋକକଳା ପାଇଁ ଦିନଟିଏ
ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…
ହାତୀ ଆକ୍ରମଣରେ ଜଣେ ଗୁରୁତର
ରୁପ୍ରାରୋଡ୍,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…
ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…
ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…
Archives

