ନୂପୁର ନୃତ୍ୟ ସଙ୍ଗୀତ ଉତ୍ସବ ଦ୍ୱିତୀୟ ଦିବସ: କୁଚିପୁଡି, ଢାପ, ଗୋଟିପୁଅ ନୃତ୍ୟ ଆକର୍ଷଣ ସାଜିଲା

ଦେବଗଡ଼, ୧୮।୧(ଡି.ଏନ୍‌.ଏ.)- ଦେବଗଡ଼ ଜିଲାର ଅଗ୍ରଣୀ ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ଓ ଭକ୍ତବନ୍ଧୁ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଜିଲାସ୍ତରୀୟ ନୂପୁର ନୃତ୍ୟ ସଙ୍ଗୀତ ଉତ୍ସବ ଶୁକ୍ରବାର ଦ୍ୱିତୀୟ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଅନୁଷ୍ଠାନର ରାଜ୍ୟ ସଭାନେତ୍ରୀ ତଥା ନୂପୁର ନୃତ୍ୟ ସଙ୍ଗୀତ ଉତ୍ସବର ଅଧ୍ୟକ୍ଷା ନିବେଦିତା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ ଭୁବନେଶ୍ୱରର ଏଡିଜିପି ସିଡିଏମ ଲଳିତ ଦାଶ, ଦେବଗଡ ଏସ୍‌ପି ରାହୁଲ ଜୈନ, ଚନ୍ଦ୍ର ଶେଖର ନାଗ, ଗୌରହରି ମିଶ୍ର, ରାଜ୍ୟ ସମ୍ପାଦକ ସରୋଜ ଭୂୟା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ତଥା ଅନୁଷ୍ଠାନର ଉପଦେଷ୍ଠା ଅତୁଲ୍ୟ କୁମାର ପୂଝାରୀ, ଜିଲା ସଭାପତି ମୀନାକ୍ଷୀ ମିଶ୍ର, ନୂପୁର ନୃତ୍ୟ ସଙ୍ଗୀତ ଉତ୍ସବର ସମ୍ପାଦକ ଶଶାଙ୍କ ଶେଖର ଝାଙ୍କର ପ୍ରମୁଖ ଉପସ୍ଥିତ ରହି ନିଆରା ଢଙ୍ଗରେ ପୁରୀ ଜଗନ୍ନାଥ ଧାମରୁ ଆସିଥିବା ପ୍ରସାଦକୁ ଦୀପ ପ୍ରଜ୍ନଳନ କରି ଉଦ୍‌ଘାଟନ କରିଥିଲେ ା ପରେ ପ୍ରସାଦ ଉପସ୍ଥିତ ଦର୍ଶକଙ୍କୁ ବଣ୍ଟନ କରାଯାଇଥିଲା। ଦ୍ୱିତୀୟ ସନ୍ଧ୍ୟାରେ କୁଚିପୁଡି ନୃତ୍ୟ, ଢାପ ନୃତ୍ୟ, ଗୋଟିପୁଅ ନୃତ୍ୟ ଏବଂ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ନିଜର କଳା ପ୍ରଦର୍ଶନ କରିଥିଲେ। ଜିଲାର ବିଭିନ୍ନ କଳା, ସଂସ୍କୃତି ଓ ଲୋକନୃତ୍ୟକୁ ଲୋକଲୋଚନକୁ ଆଣିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରାଯାଉଛି। ପୌରାଞ୍ଚଳରୁ ଆରମ୍ଭ କରି ତିନି ବ୍ଲକରୁ କଳାକାରମାନେ ସେମାନଙ୍କର କଳାନୈପୁଣ ପ୍ରଦର୍ଶନ କରୁଛନ୍ତି। ଗ୍ରାମାଞ୍ଚଳ ପ୍ରତିଭା, ଦୃଷ୍ଟି ଆଢୁଆଳରେ ରହିଯାଉଥିବା କଳାକାର, କଳାସଂସ୍କୃତିକୁ ଲୋକଲୋଚନକୁ ଆଣିବା ଅନୁଷ୍ଠାନର ପ୍ରୟାସ ଓ ଲକ୍ଷ୍ୟ ବୋଲି କୁହାଯାଇଛି। ଉପସ୍ଥାପିକା ଅଭିନେତ୍ରୀ ଗୁନ୍‌ଗୁନ୍‌ ଅତିଥି ପରିଚୟ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଅନ୍ତର୍ଜାତୀୟ ପର୍ବତାରୋହି ଲିପିକା ସେଠ୍‌, ସଙ୍ଗୀତ ନିର୍ଦ୍ଦେଶକ କୁମାର ଳବଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥିଙ୍କ ଦ୍ୱାରା ଉପଢୌକନ ଦେଇ ସମ୍ବର୍ଦ୍ଧି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ସମସ୍ତ ମୃତକ ଗୋଟିଏ ଜିଲାର

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...

ବିଲୁପ୍ତି ପଥେ ମୂଷାନଈ

ଏକଦା ପୁରୀର ଜୀବନରେଖା କୁହାଯାଉଥିବା ମୂଷାନଈ ବିଲୁପ୍ତ ହେବାକୁ ବସିଲାଣି। ଜବରଦଖଲ ଓ ବେଆଇନ କୋଠାବାଡ଼ି ନିର୍ମାଣ ଯୋଗୁ ଏହା ସଙ୍କୁଚିତ ହୋଇ ଏବେ ଏକ...

ଓଡ଼ିଶାକୁ ୧୦,୦୧୨ କୋଟିର ଅନୁଦାନ

ଭୁବନେଶ୍ୱର,୪।୨(ବ୍ୟୁରୋ): କେନ୍ଦ୍ର ବଜେଟ ୨୦୨୩-୨୪ରେ ଓଡ଼ିଶାକୁ ୧୦,୦୧୨ କୋଟି ଟଙ୍କାର ରେଳ ଅନୁଦାନ ଆବଣ୍ଟିତ ହୋଇଛି। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଘୋଷଣା...

ପିପିଲି ଉପନିର୍ବାଚନ: ଆଜିଠୁ ବାଲଟ୍‌ ମତଦାନ ଆରମ୍ଭ

ଭୁବନେଶ୍ୱର,୩।୫(ବ୍ୟୁରୋ): ଆସନ୍ତା ୧୬ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ସେନେଇ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ସୋମବାରଠାରୁ ବାଲଟ୍‌ ମତଦାନ ଆରମ୍ଭ ହୋଇଛି। ଘରଘର ବୁଲି...

‘ଶୃଙ୍ଖଳିତ ସୈନ୍ୟ ଭାବେ କାମ କରିବୁ’

ଭୁବନେଶ୍ୱର,୧୧ା୫(ବ୍ୟୁରୋ): ଓଡ଼ିଶା କଂଗ୍ରେସର ନେତାମାନେ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିବା ପରେ ଓଡ଼ିଶା ଫେରି ଆସିଛନ୍ତି। ତେବେ ରାହୁଲଙ୍କୁ ଭେଟିବା ପରେ ସମସ୍ତେ ଉତ୍ସାହିତ...

ମଇଁଷିପଲକୁ ଚାପିଦେଲା ଟ୍ରେନ, ୨୭ ମୃତ

ରାୟଗଡ଼ା ଅଫିସ,୨୩ା୪: ରାୟଗଡ଼ାରେ ଆଜି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ରାୟଗଡ଼ା ଜିଲା ପିତାମହଲ ନିକଟରେ ଏକ ଟ୍ରେନ୍‌ ଦୁର୍ଘଟଣାରେ ୨୭ଟି ମଇଁଷିଙ୍କର...

ଓଡ଼ିଶାରେ ଏନ୍‌ପିଆର୍‌ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୮।୧(ବ୍ୟୁରୋ):ସାରା ଦେଶରେ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର)କୁ ନେଇ ବିକ୍ଷୋଭ ଏବଂ ବିତର୍କ ଚାଲିଥିବା ବେଳେ ରାଜ୍ୟ ସରକାର ଓଡିଶାରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାର...

ଓଡ଼ିଶାକୁ ମିଳିବ ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ସହରାଞ୍ଚଳରେ କର୍ମନିଯୁକ୍ତି ଏବଂ ମଳ ପରିଚାଳନା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଅଭିନବ ପଦକ୍ଷେପ ନିମନ୍ତେ ଅନ୍ତର୍ଜାତୀୟ ପୁରସ୍କାର ଲାଗି ତାଲିକାଭୁକ୍ତ...

Advertisement
Archives

Model This Week