ନୂତନ ଆର୍‌ଡିସି କାର୍ଯ୍ୟାଳୟ ଖୋଲିବାକୁ ନେଇ ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ, ଏ ବିଷୟରେ ଅନୁଧ୍ୟାନ କରିବାକୁ ରାଜସ୍ବମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ୧୩ଟି ଜିଲା ଥିଲା, ସେଥିପାଇଁ ୩ଟି ରାଜସ୍ବ ଡିଭିଜନ କମିଶନର(ଆର୍‌ଡିସି) ଖୋଲାଯାଇଥିଲା। ୧୩ରୁ ୩୦ ଜିଲା ହେଲା ମାତ୍ର କୌଣସି ନୂଆ ଆର୍‌ଡିସି କାର୍ଯ୍ୟାଳୟ ଖୋଲିଲା ନାହିଁ। ଲୋକମାନେ ପ୍ରଶାସନିକ ସେବାରୁ ବଞ୍ଚିତ ହେଉଛନ୍ତି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଜମିଜମା ସଂକ୍ରାନ୍ତୀୟ ସମସ୍ୟା ଭୟଙ୍କର ହେଲାଣି। ତୁରନ୍ତ ନୂତନ ଆର୍‌ଡିସି କାର୍ଯ୍ୟାଳୟ ଖୋଲି ଗରିବ ଆଦିବାସୀଙ୍କୁ ସେବା ଯୋଗାଇ ଦିଆଯାଉ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଆଉ ୩ଟି ଆର୍‌ଡିସି କାର୍ଯ୍ୟାଳୟ ଖୋଲାଯାଉ। ଆର୍‌ଡିସି କାର୍ଯ୍ୟାଳୟ ଖୋଲିବାକୁ ନେଇ ବିରୋଧୀ ଓ ଶାସକ ସଭ୍ୟମାନେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଘେରିଥିଲେ। ରାଜ୍ୟରେ ନୂତନ ଆର୍‌ଡିସି କାର୍ଯ୍ୟାଳୟ ଖୋଲିବା ପାଇଁ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ଏଭଳି ଉତ୍ତର ଶୁଣି ସଭ୍ୟମାନେ ହୋ ହଲ୍ଲା କରିଥିଲେ। ଲୋକମାନଙ୍କ ନିକଟରେ ପ୍ରଶାସନିକ ସେବା ପହଞ୍ଚାଇବାରେ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନାହିଁ ବୋଲି ବିରୋଧୀ ଦଳ ସଭ୍ୟମାନେ ଅଭିଯୋଗ କରିଥିଲେ। ବିରୋଧୀଙ୍କ ଆପତ୍ତି ପରେ ବାଚସ୍ପତି ଏ ସମ୍ପର୍କରେ ଅନୁଧ୍ୟାନ କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୂଳ ପ୍ରଶ୍ନକର୍ତ୍ତା ତାରାପ୍ରସାଦ ବାହିନୀପତି କୋରାପୁଟ ଜିଲାର ଜୟପୁରଠାରେ ଏକ ସ୍ବତନ୍ତ୍ର ଆର୍‌ଡିସି କାର୍ଯ୍ୟାଳୟ ଖୋଲିବାକୁ ମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ସେ କହିଥିଲେ ଯେ, କଳାହାଣ୍ଡିରୁ ବ୍ରହ୍ମପୁର ୩୦୦ରୁ ୪୦୦ କିଲୋମିଟର । ନୂଆପଡ଼ା ଓ କୋରାପୁଟରୁ ମଧ୍ୟ ଏହା ଦୂରରେ ରହିଛି। ଆଦିବାସୀ ଗରିବ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ଜୟପୁରଠାରେ ଆର୍‌ଡିସି କାର୍ଯ୍ୟାଳୟ ଖୋଲାଯାଉ। ବିଜେଡି ସଭ୍ୟ ପ୍ରଦୀପ ଅମାତ, ମନୋହର ରନ୍ଧାରୀ, କଂଗ୍ରେସ ସଭ୍ୟ ନରସିଂହ ମିଶ୍ର ଏବଂ ଭାଜପା ସଭ୍ୟ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର ଜିଲାରେ ନୂତନ ଆର୍‌ଡିସି କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ସେବା ଯୋଗାଇ ଦେବାକୁ ଦାବି କରିଥିଲେ। ମନ୍ତ୍ରୀ କହିଥିଲେ, ଜୟପୁରଠାରେ ଆରଡିସି କାର୍ଯ୍ୟାଳୟ ଖୋଲିବାର ଏବେ କୌଣସି ପ୍ରସ୍ତାବ ନାହିଁ। ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଜିଲା ସମେତ ୨୭ଟି ରାଜସ୍ବ ବୋର୍ଡକୁ ଜମିଜମା ମାମଲା ଫଇସଲା ପାଇଁ ଦାୟିତ୍ୱ ଦିଆଯାଇଛି। ପରବର୍ତ୍ତୀ ସମୟରେ ନୂତନ ଆର୍‌ଡିସି କାର୍ଯ୍ୟାଳୟ ଖୋଲିବା ପାଇଁ ସରକାର ପରୀକ୍ଷା ନିରୀକ୍ଷା କରିବେ ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୂଅରେ ପଡ଼ିଛି ହାତୀଛୁଆ, ଉଦ୍ଧାର କାର୍ଯ୍ୟ ଜାରି

ରାଇକିଆ,୨୭ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର ବାରବା ରେଞ୍ଜର ପଳାଶପଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ କୂଅରେ ଗୁରୁବାର ରାତିରୁ ଏକ ୪/୫ ବର୍ଷ ର ହାତୀଛୁଆ...

‘ମୋ ବସ୍‌’ ସେବାକୁ ଜାତିସଂଘ ଆଓ୍ବାର୍ଡ

ଭୁବନେଶ୍ୱର,୨୩ା୬(ବ୍ୟୁରୋ): ଓଡ଼ିଶାର ସହରାଞ୍ଚଳରେ ସାଧାରଣ ଯାତ୍ରୀଙ୍କୁ ସେବା ଯୋଗାଇ ଆସୁଥିବା ‘ମୋ ବସ୍‌’କୁ ବୁଧବାର ସମ୍ମାନଜନକ ଜାତିସଂଘ ପୁରସ୍କାର ମିଳିଛି। କ୍ୟାପିଟାଲ ରିଜିଅନ ଅର୍ବାନ୍‌ ଟ୍ରାନ୍ସପୋର୍ଟ...

ଝିଅର ଆର୍‌ଟିଆଇ ତଥ୍ୟ ମା’ହତ୍ୟା ଘଟଣାର ଗୁମର ଖୋଲିଲା: ୮ ବର୍ଷ ପରେ ଖପୁରି ଉଦ୍ଧାର

ସମ୍ବଲପୁର, ୨୭।୭ (ବ୍ୟୁରୋ): ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ପିଏଚ୍‌ଡି କରୁଥିବା ଜଣେ ଛାତ୍ରୀ ସୂଚନା ଆଇନ ବଳରେ ତାଙ୍କ ମା’ଙ୍କ ନିଖୋଜ ନେଇ...

ଉଦ୍ୟାନ କୃଷି ପାଇଁ ଚାଷୀ ମାନସିକତା ବଦଳିବା ଆବଶ୍ୟକ

ଭୁବନେଶ୍ୱର, ୨୩।୧(ବ୍ୟୁରୋ): ଉଦ୍ୟାନ କୃଷିରେ ଅଳ୍ପ ଜମିରେ ଅଧିକ ଲାଭ ପାଇବାର ସୁଯୋଗ ରହିଛି। ତେଣୁ ଚାଷୀମାନେ ଅଧିକରୁ ଅଧିକ ଉଦ୍ୟାନ କୃଷି ଭିତ୍ତିକ ଚାଷ...

ୟୁଜି, ପିଜି ପାଇଁ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ୨୦୨୦-୨୧ ଶିକ୍ଷାବର୍ଷ ପାଇଁ କେନ୍ଦ୍ରୀୟ ଅନୁଦାନ ଆୟୋଗ(ୟୁଜିସି) ସ୍ନାତକ (ୟୁଜି) ଏବଂ ସ୍ନାତକୋତ୍ତର(ପିଜି) ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କ ନିମନ୍ତେ ନିର୍ଦ୍ଦେଶାବଳୀ ଜାରି କରିଛି।...

ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର ଚିନ୍ତା: ପର୍ଯ୍ୟଟନ ଋତୁ ପୂର୍ବରୁ ନୂଆ ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର,୨୬।୬(ବ୍ୟୁରୋ): କରୋନା ପରିସ୍ଥିତି ଆଉ କେତେଦିନ ଲାଗିରହିବ, ତାହାର ଉତ୍ତର କାହା ପାଖରେ ନାହିଁ। କିନ୍ତୁ ଏଭଳିସ୍ଥଳେ ଗତ ୩ ମାସ ଧରି ସମ୍ପୂର୍ଣ୍ଣ ବନ୍ଦହୋଇ...

ଚାଷ ଛଡାଇ ନେଲା ଚିନିକଳ: ବୁଡିବାକୁ ବସିଛି ଆଖୁଚାଷ

ନୟାଗଡ଼ ଅଫିସ,୬ା୨: ନୟାଗଡ଼ ଜିଲାର ପାରମ୍ପରିକ ଅର୍ଥକରୀ ଫସଲ ଆଖୁଚାଷ ଏବେ ବୁଡିବାକୁ ବସିଛି। କାହିଁ କେଉଁ କାଳରୁ ଏଠାକାର ଚାଷୀ ଆଖୁ ଚାଷ କରି...

ବୈଷୟିକ ତ୍ରୁଟି ଦର୍ଶାଇ ଶୁଣାଣି କଲେନି ଖଣ୍ଡପୀଠ

ନୂଆଦିଲ୍ଲୀ/ ଭୁବନେଶ୍ୱର(ବ୍ୟୁରୋ),୧ା୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ହାଇକୋର୍ଟ ଗତ ୯ତାରିଖରେ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଏକାଧିକ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଶୁଣାଣି...

Advertisement
Archives

Model This Week