Posted inଖେଳ

ନୂଆ ରୂପରେ ଟି୧୦ କ୍ରିକେଟ

କିଙ୍ଗଷ୍ଟନ, ୨୫ା୫ (ଏଏଫ୍‌ପି)- କରୋନାଭାଇରସ୍‌ ଯୋଗୁ ନୂଆ ରୂପରେ ଦେଖିବାକୁ ମିଳୁଛି ଟି୧୦ କ୍ରିକେଟ। ଷ୍ଟାଡିୟମରେ ସମର୍ଥକ ଉପସ୍ଥିତ ନାହାନ୍ତି। ବଲ୍‌କୁ ଚକ୍‌ଚକ୍‌ କରିବା ଲାଗି ବୋଲରମାନେ ସାଲିଭା (ପାଟିର ଲାଳ) ବ୍ୟବହାର ଉପରେ କଟକଣା ରହିଛି। ବାଉଣ୍ଡାରିି ଲାଇନ୍‌ରେ ସାନିଟାଇଜର ରହୁଛି। ବିଶ୍ୱରେ କରୋନାଭାଇରସ୍‌ର ପ୍ରକୋପ ଥମି ନ ଥିବା ବେଳେ ଚଳିତ ସପ୍ତାହରେ କ୍ୟାରିବିୟନରେ ଭିନ୍‌ସି ଟି୧୦ ପ୍ରିମିୟର ଲିଗ୍‌ ଆରମ୍ଭ ହୋଇଛି। ଏଥିରେ ୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆରୋନ୍ସ ଭେଲ୍‌ ଭେନ୍ୟୁରେ ଏହା ଅନୁଷ୍ଠିତ ହେବ। କରୋନାଭାଇରସ୍‌ ମହାମାରୀ ସମୟରେ କୌଣସି ଟେଷ୍ଟ କ୍ରିକେଟ ଖେଳୁଥିବା ରାଷ୍ଟ୍ରରେ ପ୍ରଥମ ଥର ଏକ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ଦେଶରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୮ରହିଥିବାରୁ ସଂକ୍ରମଣ ରିସ୍କ କମ୍‌ ରହୁଛି। ଏହା ସତ୍ତ୍ୱେ ଷ୍ଟାଡିୟମରେ ଦର୍ଶକମାନଙ୍କୁ ଅନୁମତି ନ ଦେବା ଲାଗି ସ୍ଥିର ହୋଇଥିଲା। ମାତ୍ର ପରବର୍ତ୍ତୀ କାଳରେ ୩୦୦ କିମ୍ବା ଅତିବେଶିରେ ୫୦୦ ଦର୍ଶକଙ୍କୁ ମ୍ୟାଚ ଦେଖିବା ଲାଗି ଅନୁମତି ଦେବା ଲାଗି ବିଚାର କରାଯାଇଥିଲା। କିନ୍ତୁ କେତେଜଣ ବିଶେଷଜ୍ଞ ଏନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଦର୍ଶକମାନଙ୍କ କଥା ବିଚାର କରିବା ପୂର୍ବରୁ ଖେଳାଳିମାନଙ୍କ ମ୍ୟାନେଜମେଣ୍ଟ ପ୍ରଥମେ ନିୟମିତ କରାଯିବା ଦରକାର ବୋଲି ସେମାନେ ପରାମର୍ଶ ଦେଇଥିବା ସେଣ୍ଟ ଭିନ୍‌ସେଣ୍ଟ ଗ୍ରେନାଡିନ୍ସ କ୍ରିକେଟ ଆସୋସିଏଶନ ସଭାପତି କିଶୋର ଶାଲୋ ସୂଚନା ଦେଇଛନ୍ତି। ଟୁର୍ନାମେଣ୍ଟ ମେ ୩୧ରେ ଶେଷ ହେବ। ୬ଜଣ ମାର୍କି ଖେଳାଳିଙ୍କ ମଧ୍ୟରୁ ଷ୍ଟାର ଖେଳାଳି ସୁନୀଲ ଆମ୍ବ୍ରିସଙ୍କ ଉପରେ ସ୍ଥାନୀୟ ସମର୍ଥକଙ୍କ ବିଶେଷ ନଜର ରହିଛି। ଆମ୍ବ୍ରିସ ୨୦୧୭ରେ ନ୍ୟୁଜିଲାଣ୍ଡରେ ଏକ ସିରିଜରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଟେଷ୍ଟ ପଦାର୍ପଣ କରିଥିଲେ। କ୍ରମାଗତ ଦୁଇଟି ଇନିଂସରେ ହିଟ୍‌ ଉଇକେଟ ହୋଇ ଆଉଟ ହେବାରେ ସେ କ୍ରିକେଟ ଇତିହାସରେ ପ୍ରଥମ ଖେଳାଳି ହୋଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri