ନୂଆ ରୂପରେ ‘ଓଡ଼ିଶା ପର୍ଯ୍ୟଟନ’

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଦୀର୍ଘଦିନର ପ୍ରତୀକ୍ଷା ପରେ ନୂଆ ରୂପ ପାଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ୍ବେବ୍‌ସାଇଟ୍‌। ଓଡ଼ିଶା ପର୍ଯ୍ୟଟନର ଏହି ନୂଆ ଓ୍ବେବ୍‌ସାଇଟ୍‌ www.odishatourism.gov.inକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ବତନ୍ତ୍ର ଉତ୍ସବରେ ଲୋକାର୍ପଣ କରିଛନ୍ତି। ପ୍ରଥମଥର ପାଇଁ ଏକ ସରକାରୀ ବିଭାଗ ପକ୍ଷରୁ ଏହାର ଓ୍ବେବ୍‌ସାଇଟ୍‌ରେ ଭର୍ଚୁଆଲ ରିୟଲିଟି (ଭିଆର୍‌) ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ଭିଆର୍‌ ଟୁରିଜମ୍‌ ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ଏକ ଲୋକପ୍ରିୟ କନ୍‌ସେପ୍ଟ ହୋଇଥିବାବେଳେ ଏହା ମାଧ୍ୟମରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ୩୬୦ ଡିଗ୍ରୀ ଭ୍ୟୁ ଓ ଭର୍ଚୁଆଲ ଟୁର୍‌ ମାଧ୍ୟମରେ ଦର୍ଶାଯାଇଛି। ବ୍ୟାକ୍‌ଗ୍ରାଉଣ୍ଡରେ ଓଡ଼ିଶାର ଜନଜାତି ଚିତ୍ରକଳା ଏବଂ ପଟ୍ଟଚିତ୍ର ଏହାକୁ ଅଧିକ ଆକର୍ଷଣୀୟ କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଓ୍ବେବ୍‌ସାଇଟରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପର ଅନ୍‌ଲାଇନ୍‌ ବିକ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି। ବୟନିକାର ହସ୍ତତନ୍ତ ଏବଂ ଉତ୍କଳିକାର ହସ୍ତଶିଳ୍ପ ଯେପରି ଦେଶ ବିଦେଶରେ ରହୁଥିବା ଲୋକ ତଥା ଓଡ଼ିଶା ଆସିଥିବା ପର୍ଯ୍ୟଟକମାନେ ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ଏହି ଓ୍ବେବ୍‌ସାଇଟ୍‌କୁ ଇ-କମର୍ସ ପ୍ଲାଟଫର୍ମ ସହ ଲିଙ୍କ୍‌ କରାଯାଇଛି।
ଓ୍ବେବ୍‌ସାଇଟ୍‌କୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହଛନ୍ତି, ରାଜ୍ୟର ଯୁବପିଢୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ପର୍ଯ୍ୟଟନ ଏକ ଦୀର୍ଘସ୍ଥାୟୀ ବିକଳ୍ପ। ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର ଓଡ଼ିଶା ପର୍ଯ୍ୟଟନକୁ ବ୍ୟାପକ କରିବା ସହ ଆଉପାଦେ ଆଗକୁ ନେବାରେ ସାହାଯ୍ୟ କରିବ। କେବଳ ବ୍ୟବହାରକାରୀ ନୁହଁନ୍ତି, ପର୍ଯ୍ୟଟନ ଶିଳ୍ପରେ କାର୍ଯ୍ୟ କରୁଥିବା ଲକ୍ଷାଧିକ ଲୋକ ଉପକୃତ ହେବେ। ଏହି ନୂଆ ଓ୍ବେବ୍‌ସାଇଟ୍‌ ଦ୍ୱାରା ସେମାନେ ଦେଶ ବିଦେଶ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚତ୍ପାରିବା ସହ ନୂଆ ବ୍ୟବସାୟ ସୁଯୋଗ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଓ୍ବେବ୍‌, ମୋବାଇଲ୍‌ ଏବଂ ସୋସିଆଲ ମିଡ଼ିଆକୁ ଦୃଷ୍ଟିରେ ରଖି ଡିଜାଇନ୍‌ ହୋଇଥିବା ଏହି ଓ୍ବେବ୍‌ସାଇଟ୍‌ ଓଡ଼ିଶା ବୁଲିବାକୁ ଚାହୁଁଥିବା ପର୍ଯ୍ୟଟକମାନଙ୍କ ପାଇଁ ‘ଓ୍ବାନ୍‌ଷ୍ଟେପ୍‌ ସଲ୍ୟୁଶନ୍‌’ ଭଳି କାମକରିବ। ଏଥିରୁ ଟ୍ରାଭେଲ ଏଜେଣ୍ଟମାନେ ବିଭିନ୍ନ ତଥ୍ୟ ହାସଲ କରି ସେହି ଅନୁଯାୟୀ ନିଜ ଟୁର୍‌ ପ୍ୟାକେଜ୍‌କୁ ଅପ୍‌ଡେଟ୍‌ କରିପାରିବେ। ସେହିଭଳି ହୋଟେଲିୟରମାନେ ବିଭିନ୍ନ ତଥ୍ୟ ସହ ଡିଲ୍‌ ଓ ଅଫର୍‌ ଏଠାରୁ ପାଇପାରିବେ। ଟ୍ରାଭେଲ ଏଜେଣ୍ଟ, ହୋଟେଲିୟର ଏବଂ ହୋମ୍‌ ଷ୍ଟେ’ ମାଲିକମାନେ ଏବେ ଅନ୍‌ଲାଇନ୍‌ରେ ନିଜର ପଞ୍ଜୀକରଣ କରିପାରିବେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଆୟୋଜିତ ହେଉଥିବା ହେରିଟେଜ୍‌ ଓ୍ବାକ୍‌ ଓ ବିଭିନ୍ନ ଟ୍ରେଲ୍‌ର ତଥ୍ୟ ଓ ପ୍ୟାକେଜ୍‌ ଏଠାରୁ ମିଳିପାରିବ। ଓଡ଼ିଶାରେ ରହଣୀ ସମୟରେ ପର୍ଯ୍ୟଟନସ୍ଥଳୀ ବୁଲିବା ସହ ପର୍ଯ୍ୟଟକମାନେ ଯେପରି ବିଭିନ୍ନ ନୃତ୍ୟ, ସଙ୍ଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ମଜା ନେଇପାରିବେ ସେଥିଲାଗି ସମସ୍ତ ଇଭେଣ୍ଟର ତଥ୍ୟ ଏଠାରେ ଉପଲବ୍ଧ ହେବ। ଇକୋଟୁର୍‌ ଓଡ଼ିଶା, ଓୟୋ ହୋଟେଲ୍‌ ଏବଂ ଓଟିଡିସି ପାନ୍ଥନିବାସଗୁଡ଼ିକର ବୁକିଂ ଲିଙ୍କ୍‌ ଏହି ନୂଆ ଓ୍ବେବ୍‌ସାଇଟ୍‌ରେ ରହିଛି। ଓଡ଼ିଶା ବୁଲିବାକୁ ଆସିଥିବା ପର୍ଯ୍ୟଟକ, ବ୍ଲଗର୍‌ ଓ ଫଟୋଗ୍ରାଫରମାନଙ୍କ ଫଟୋ ଓ ବ୍ଲଗ୍‌ ଏଠାରୁ ଜଣେ ପଢିପାରିବେ। ପାରମ୍ପରିକ ଓଡ଼ିଆ ଖାଦ୍ୟ, ଏହାର ପ୍ରସ୍ତୁତ ଶୈଳୀ ଓ କେଉଁଠାରେ ଏହା ଉପଲବ୍ଧ ତାହା ମଧ୍ୟ ଏଠାରୁ ପର୍ଯ୍ୟଟକମାନେ ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri