ନୂଆ ପରିଚୟ ପାଇଲେ ଶ୍ରାବଣୀ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ବିଦେଶୀ ଦମ୍ପତି

କଣାସ,୨୪ା୯(ସ୍ବ.ପ୍ର.)- ସମାଜରେ କାହାର ଭାଗ୍ୟ ଯେ କେତେବେଳେ ବଦଳିଯିବ ତାହା କେହି ମଧ୍ୟ କହିପାରିବେ ନାହିଁ। ଅଭାବ, ଅନଟନରେ ପଡ଼ିଥିବା ଜଣେ ନିରାଶ୍ରୟ ଶିଶୁଙ୍କ ଭାଗ୍ୟ ଆଜି ଏକ ବିଦେଶୀ ଦମ୍ପତିଙ୍କ ପୌଷ୍ୟ ସନ୍ତାନ ଭାବେ ପରିଚୟ ବଦଳି ଯାଇଛି। ସେ ହେଉଛନ୍ତି ପୁରୀ ଜିଲା କଣାସ ବ୍ଲକ ଦୟାବିହାରଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନ ଶିଶୁ ଗୃହରେ ପାଳିତ ହେଉଥିବା ଶ୍ରାବଣୀ। ଖବର ନେବାରେ ଜଣାପଡିଛି, ତିନି ବର୍ଷ ତଳେ ପୁରୀ ରେଳ ଷ୍ଟେଶନରେ ମାତା ରୋଗାକ୍ରାନ୍ତ ଅବସ୍ଥାରେ ପଡିଥିବାବେଳେ ଶ୍ରାବଣୀ କାନ୍ଦୁଥିବାର ଦେଖାଯାଇଥିଲା। ଏ ଖବର ପୁରୀ ଜିଲା ଶିଶୁ କଲ୍ୟାଣ କମିଟିକୁ ଦେବାରୁ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚତ୍ ଶ୍ରାବଣୀକୁ ଉଦ୍ଧାର କରିଥିଲେ। ଏହାପରେ ଶିଶୁ କଲ୍ୟାଣ କମିଟି କାର୍ଯ୍ୟାଳୟରେ ତା’ର ସମସ୍ତ କାଗଜ ପତ୍ର କରିବା ପରେ ୮ଜୁନ ୨୦୧୭ରେ ଲାଳନ ପାଳନ କରିବା ପାଇଁ ନୀଳାଚଳ ସେବା ପ୍ରତିଷ୍ଠାନ ଶିଶୁ ଗୃହକୁ ପଠାଇ ଦେଇଥିଲେ। ତେବେ ଶ୍ରାବଣୀ ମାନସିକ ଅନଗ୍ରସର ଥିବାରୁ ଶିଶୁଗୃହ ପକ୍ଷରୁ ତା’ର ଚିକିତ୍ସା କରାଯାଇଥିଲା। ଅପରପକ୍ଷେ ୟୁରୋପ ମହାଦେଶର ମାଲଟା ନିବାସୀ ଇମାନୁଏଲ ଫଇଜୋନ୍‌ ଏବଂ ରୋଜାନା ଫାଇଜୋନ୍‌ଙ୍କର ଚାରି ପୁତ୍ର ଥିବାବେଳେ ଝିଅ ନ ଥିବାରୁ ଝିଅଟିଏ ନେବା ପାଇଁ ଅନ୍‌ଲାଇନରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଆବେଦନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଇମାନୁଏଲଙ୍କର ସମସ୍ତ କାଗଜ ପତ୍ର ତନଖି କରାଯିବା ପରେ ଶ୍ରାବଣୀକୁ ନେବା ପାଇଁ ସ୍ବୀକୃତି ଦିଆଯାଇଥିଲା। ଗତ ସୋମବାର ପୁରୀ ଜିଲା ଶିଶୁ ସୁରକ୍ଷା ଅଧିକାରୀ ତ୍ରିପାଠୀ ନୀଳାଚଳ ପ୍ରତିଷ୍ଠାନ ଶିଶୁଗୃହ ଅଧ୍ୟକ୍ଷ ପ୍ରିୟଙ୍କା ପ୍ରିୟଦର୍ଶିନୀ ପଟ୍ଟନାୟକ ଉପସ୍ଥିତରେ ଶ୍ରାବଣୀକୁ ତା’ର ପୋଷ୍ୟ ମାତାପିତାଙ୍କୁ ହସ୍ତାନ୍ତର କରିଥିଲେ। ଶ୍ରାବଣୀକୁ ପାଇ ପୋଷ୍ୟ ମାତାପିତା ଆନନ୍ଦିତ ହୋଇପଡିଥିଲେ। ଶ୍ରାବଣୀର ସମସ୍ତ ଚିକିତ୍ସା କରୁଥିବା ନର୍ସ ସୁକାନ୍ତି ସେଠୀ ଓ ତିନି ବର୍ଷ ଧରି ଗୃହମାତା ଭାବେ ପାଳୁଥିବା ସନ୍ଧ୍ୟାରାଣୀ ପଟ୍ଟନାୟକ, ପ୍ରମୋଦିନୀ ସାହୁ, ସନ୍ଧ୍ୟାରାଣୀ ସ୍ବାଇଁ ଏହାଜାଣି ଖୁସି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ପର୍ଯ୍ୟାୟରେ ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀର ଗଣନା: କାଲିଠୁ ଖୋଲିବ ଭିତରକନିକା

ରାଜନଗର,୪।୧(ଡି.ଏନ୍‌.ଏ.): ସରୀସୃପଙ୍କ ନନ୍ଦନକାନନ କୁହାଯାଉଥିବା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଡିସେମ୍ବର ୨୯ ତାରିଖଠାରୁ ବଉଳା କୁମ୍ଭୀର ଗଣନା ଆରମ୍ଭ ହୋଇଥିଲା। ଏ ନେଇ...

ଷ୍ଟାର୍ଟଅପ୍‌ ଚିଠାନୀତି ଖୁବ୍‌ଶୀଘ୍ର

ଭୁବନେଶ୍ୱର,୧୯ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଚନ୍ଦ୍ରଶେଖରପୁରଠାରେ ଓ-ହବ୍‌ ଷ୍ଟାର୍ଟଅପ୍‌ ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୁବ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଛନ୍ତି।...

ମାମୁ-ଭଣଜାଙ୍କ କଳି ପାଇଁ ବଳିପଡ଼ିିଲେ ଭଡ଼ାଟିଆ ଦୋକାନୀ: ଦୋକାନରେ ଭଙ୍ଗାରୁଜା ସହ ଔଷଧ ଫିଙ୍ଗିଲେ ମହିଳା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ମାମୁ ଓ ଭଣଜାଙ୍କ ମଧ୍ୟରେ ଜମି ବିବାଦ ପାଇଁ ବଳିପଡ଼ିିଲେ ଭଡ଼ାଟିଆ ଦୋକାନୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାପଲ୍ଲୀ ଥାନା ଅଧୀନ...

୭ରୁ ଜେଇଇ ଆଡ୍‌ଭାନ୍ସଡ ଆବେଦନ, ସେପ୍ଟମ୍ବର ୧୧ରେ ରେଜଲ୍ଟ

ଭୁବନେଶ୍ୱର, ୨।୮(ବ୍ୟୁରୋ) – ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ(ଆଡ୍‌ଭାନ୍ସଡ) ୨୦୨୨ ଚଳିତ ମାସ ୨୮ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ୭ ତାରିଖରୁ...

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ

କେନ୍ଦୁଝର, ୧୮ା୪(ଡି.ଏନ.ଏ.): କେନ୍ଦୁଝର ଜିଲାରେ ବୁଧବାର କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ବହୁ ଅଞ୍ଚଳରେ କୁଆପଥର ମାଡ଼ ହୋଇଥିଲା। ବ୍ୟାପକ ଫସଲ ନଷ୍ଟ...

ରାଜ୍ୟରେ ୭ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଶନିବାର ରାଜ୍ୟରେ ୭,୧୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ...

ମାସ୍କ ପିନ୍ଧି ନ ଥିବା ୨୫୦୦ ଜଣଙ୍କଠାରୁ ୧୨ ଲକ୍ଷ ଜରିମାନା ଆଦାୟ: ଏସ୍‌ପି

ଛତ୍ରପୁର,୧।୭(ଡି.ଏନ୍‌.ଏ.): କୋଭିଡ-୧୯ ଗାଇଡଲାଇନ୍‌କୁ କାର୍ଯ୍ୟକାରୀ କରିବା ଆଗାମୀ ଦିନରେ ଗଞ୍ଜାମ ପୋଲିସ ପାଇଁ ଚ୍ୟାଲେଞ୍ଜ ରହିଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ, ଘରେ ରହିବା, ମେଡିକାଲ...

ମନ୍ତ୍ରୀଙ୍କ ସମ୍ପୃକ୍ତି ଜାଣି ମୁଖ୍ୟମନ୍ତ୍ରୀ ଚୁପ୍‌: ଭାଜପା

ଭୁବନେଶ୍ୱର,୭।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀରେ ସମ୍ପୃକ୍ତ ଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଭାଜପାର ୨ ଜଣ...

Advertisement
Archives

Model This Week