ନୂଆ ଓଡ଼ିଆ ସିନେମା ‘ମନେ ମନେ ମନ ଖୋଜୁଥିଲା’

‘ମନେ ମନେ ମନ ଖୋଜୁଥିଲା’-ଏପରି ଶୀର୍ଷକରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଏହାର କାହାଣୀ ପ୍ରେମ ଉପରେ ପର୍ଯ୍ୟବସିତ। ହଁ,ଏକ ଭିନ୍ନ ଧରଣର ଟିନ୍‌-ଏଜ୍‌ ପ୍ରେମ କାହାଣୀକୁ ନେଇ ନିର୍ମିତ ହେଉଛି ନୂଆ ଓଡ଼ିଆ ସିନେମା ‘ମନେ ମନେ ମନ ଖୋଜୁଥିଲା’। ଦୁଇଟି ପରିବାର ଭିତରେ ଅହି-ନକୁଳ ସମ୍ପର୍କ। ହେଲେ ପ୍ରେମ ଏପରି ଏକ ଜିନିଷ ଯାହା କିଛି ଖାତିର କରେନା। ଅଭିମନ୍ୟୁଙ୍କ ପୁଅ ଓମ୍‌ ଏବଂ ଦୁର୍ଯ୍ୟୋଧନଙ୍କ ଝିଅ ଗୌରୀ ପ୍ରେମରେ ପଡିଯାଇଛନ୍ତି। ଦୁଇ ପରିବାର ଭିତରେ ଥିବା ଶତ୍ରୁତାକୁ ସେମାନେ ଜାଣିଥିଲେ ମଧ୍ୟ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହୋଇଛନ୍ତି। ହେଲେ ଏପରି ପ୍ରେମର ଶେଷ ପରିଣତି କ’ଣ ହେଉଛି ତାହା ସିନେମାରେ ଦେଖିବାକୁ ପାଇବେ। ଅନନ୍ୟା ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି ନବାଗତା ପ୍ରଯୋଜିକା ପ୍ରଭାତୀ ଆଚାର୍ଯ୍ୟ। ବେଶ୍‌ କିଛି ବର୍ଷର ଗ୍ୟାପ୍‌ ପରେ ନିର୍ଦ୍ଦେଶକ ଏନ. ପାଢ଼ୀ ଉକ୍ତ ଫିଲ୍ମ ମାଧ୍ୟମରେ ପୁଣି ଥରେ ନିର୍ଦ୍ଦେଶନା ମଇଦାନକୁ ଓହ୍ଲାଉଛନ୍ତି। ଦୁର୍ଗା ଆଚାର୍ଯ୍ୟଙ୍କ କାହାଣୀକୁ ଆଧାର କରି ସଂଳାପ ରଚନା କରିଛନ୍ତି ଦୀପକ ଜେନା। ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ନବାଗତ ଏ. ଅଶୋକ କୁମାର। ଖାସ୍‌ କଥା ହେଲା ନବାଗତ ଓମ୍‌କାର ଏହି ଫିଲ୍ମରୁ ନିଜର ଓଲିଉଡ୍‌ କ୍ୟାରିୟର ଆରମ୍ଭ କରୁଛନ୍ତି। ତାଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି ଚୁଲବୁଲି ନମ୍ରତା ସିଂଦେଓ। ଏମାନଙ୍କ ବ୍ୟତୀତ ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ପ୍ରତିଭା ପଣ୍ଡା, ଅଞ୍ଜନା ଦାସ, ବିଜୟ ବଳ, ରାଜ୍‌ ସୁରଜ ପୁରୋହିତ ଏବଂ ଆଲୋକ ସାମନ୍ତଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କୁ ପଛରେ ପକାଇଦେଲେ ତ୍ରିଶା: ଖେଳିଗଲା…

ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ ଏବଂ ସୂର୍ଯ୍ୟା ଅଭିନୀତ ଫିଲ୍ମ ‘କରୁପ୍ପୁ’ ଦର୍ଶକଙ୍କଠାରୁ ଏକ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ କରିଛି। ଫିଲ୍ମ ମୁକ୍ତିଲାଭ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

ଇଦ୍‌ରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ସଲମାନ

ଅଭିନେତା ସଲମାନ ଖାନଙ୍କ ଓ୍ବାର୍‌ ଡ୍ରାମା ଫିଲ୍ମ ‘ମାତୃଭୂମି: ମେଁ ରେଷ୍ଟ ଇନ୍‌ ପିସ୍‌’ର ଏକ ନୂତନ ଗୀତ ଇଦ୍‌-ଉଜ୍‌-ଜୁହାର ବିଶେଷ ଅବସରରେ ମୁକ୍ତିଲାଭ କରିଛି। ଏହା…

ଗୋଟିଏ ଫିଲ୍ମରୁ ରାତାରାତି ଷ୍ଟାର୍‌ ବନିଲେ ଏହି ୟଙ୍ଗ ଆକ୍ଟର; କେବଳ ଐଶ୍ୱର୍ଯ୍ୟା-ବିଜୟ ନୁହେଁ, ଶାହାରୁଖଙ୍କୁ ବି ପକାଇଲେ ପଛରେ…

ମୁମ୍ବାଇ: ଇଣ୍ଟରନେଟ ମୁଭି ଡାଟାବେସ (IMDb) ପକ୍ଷରୁ ଚଳିତ ସପ୍ତାହର ସବୁଠାରୁ ଲୋକପ୍ରିୟ ଭାରତୀୟ ସେଲିବ୍ରିଟିଙ୍କ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ବଡ଼ ବଡ଼ ସୁପରଷ୍ଟାରମାନଙ୍କୁ…

CM ବିଜୟଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଉପହାର! ଥ୍ରୀଏଟରରେ ବଦଳିବ ୭୦ ବର୍ଷର ନିୟମ, ଏବେ ହେବ ଜୋରଦାର ରୋଜଗାର

ଚେନ୍ନାଇ,୨୭।୫: ତାମିଲନାଡୁର ନବନିର୍ୱାଚିତ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର୍‌ ଥାଲାପତି ବିଜୟ (Thalapathy Vijay) ଏବେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି…

୪୧ ବର୍ଷ ବୟସରେ ଯମଜ ସନ୍ତାନର ମା’ ହେଲେ ଦିବ୍ୟଙ୍କା: ସ୍ବାମୀ କହିଲେ…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ମା’ ହୋଇଛନ୍ତି। ତାଙ୍କ ସ୍ବାମୀ ବିବେକ ଦାହିୟା ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ଦିବ୍ୟଙ୍କା ୪୧…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ: ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେଲେ ପତ୍ନୀ ହେମା ମାଳିନୀ

ନୂଆଦିଲ୍ଲୀ,୨୫।୫: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେମା ମାଲିନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଧର୍ମେନ୍ଦ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri