ନୂଆ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’: ପ୍ରଦୀପଙ୍କ ନାୟିକା ସାଜିଛନ୍ତି ଦିବ୍ୟା

ବାବା ବାଣେଶ୍ୱର ଫିଲ୍ମସ ବ୍ୟାନରରେ ନୂଆ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’ର ଶୁଟିଂ ଚାଲୁରହିଛି। କାହାଣୀ ଅନୁସାରେ ପ୍ରେମା ଜଣେ ସାଧାରଣ ଯୁବକ। ପୂଜା ନାମ୍ନୀ ଝିଅକୁ ବିବାହ ପରେ ସେ କୋଟିପତି ହେବାର ସ୍ବପ୍ନ ଦେଖେ। ଠିକ୍‌ ସେତିକିବେଳେ ତା’ ଜୀବନ ରାସ୍ତାରେ ପାଦ ଦିଏ ରୂପସୀ ଆରାଧନା। ଆଉ ତା’ପରେ? କୋଟିପତି ହେବାକୁ ସେ ଆରାଧନାକୁ ଆପଣେଇ ନିଏ କି? ବିବାହ ପରେ ଏପରି ସମ୍ପର୍କ ବିଷୟରେ ପ୍ରେମାର ପତ୍ନୀ ଜାଣିବା ପରେ ସେମାନଙ୍କ ବୈବାହିକ ଜୀବନ କିପରି କଟେ? ଏ ସବୁ ପ୍ରଶ୍ନର ଉତ୍ତର ରହିଛି ନିର୍ମାଣାଧୀନ ସିନେମାରେ। ଫିଲ୍ମଟିର ପ୍ରଯୋଜନା କରୁଛନ୍ତି ସୁରେନ୍ଦ୍ର ନାରାୟଣ ପ୍ରଧାନ ଏବଂ ନବନୀତା ମିଶ୍ର। ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ଆଗଧାଡ଼ିର ନିର୍ଦ୍ଦେଶକ ସୁଧାଂଶୁ ସାହୁ। ଡ. ନିର୍ମଳ ନାୟକଙ୍କ ରଚିତ ପାଞ୍ଚୋଟି ଗୀତକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମ୍‌ଦାର। ଚଳଚ୍ଚିତ୍ରର ନାୟକ (ପ୍ରେମା) ଭାବରେ ପ୍ରଦୀପ ଦତ୍ତ ଅଭିନୟ କରୁଥିବା ବେଳେ ତାଙ୍କ ନାୟିକା ସାଜିଛନ୍ତି ଦିବ୍ୟା। ଏମାନଙ୍କ ବ୍ୟତୀତ ଲିପିକା, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ବୀରାଜ ନାୟକ, ସ୍ନିଗ୍‌ଧା ମହାନ୍ତି ଏବଂ ଗୁଡ୍ଡୁ ପ୍ରମୁଖ କଳାକାର ଅଭିନୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଏହି କାମ କରି ସମସ୍ତଙ୍କ ହୃଦୟ ଜିତିଲେ କାର୍ତ୍ତିକ ଆର୍ଯ୍ୟନ: ମୁଖ୍ୟମନ୍ତ୍ରୀ କହିଲେ ବାଃ ବାଃ

ଆସାମରେ ଭୟଙ୍କର ବନ୍ୟା। ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡି ବିସ୍ଥାପିତ ହୋଇଛନ୍ତି। ଅନେକ ଲୋକଙ୍କ ଜୀବନ ଯାଇଛି ଏବଂ ପରିସ୍ଥିତି ଖରାପ ଆଡ଼କୁ ଗତି…

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

‘ବ୍ରାହ୍ମ ମୁହୂର୍ତ୍ତ’ରେ ‘ରାମାୟଣ’ର ଟ୍ରେଲର ରିଲିଜ: ଚର୍ଚ୍ଚା ସାଉଁଟିଲେ ରଣବୀର

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର ଟ୍ରେଲର ରିଲିଜ ହୋଇଛି। ନିର୍ମାତାମାନେ ଶୁଭ ‘ବ୍ରାହ୍ମ ମୁହୂର୍ତ୍ତ’ରେ ଟ୍ରେଲରକୁ ସାରା ବିଶ୍ୱରେ ଉନ୍ମୋଚନ କରିଛନ୍ତି। ଏହାକୁ…

୨.୪୦ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଏହି ଅଭିନେତ୍ରୀ: ସେନ୍ଦେହ ହେବାରୁ…

ଫିଲ୍ମ ଅଭିନେତ୍ରୀ କୀର୍ତ୍ତି କୁଲହାରି ସାଇବର ଠକେଇର ଶିକାର ହୋଇଛନ୍ତି। ଠକମାନେ ଏକ ଅନଲାଇନ ଠକେଇ ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୨.୪୦ ଲକ୍ଷ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri