Posted inଖେଳ

ନୂଆବର୍ଷରେ ହାର୍ଦ୍ଦିକଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ,୨।୧ (ପି.ଟି.)- ନୂଆବର୍ଷର ପ୍ରଥମ ଦିନରେ ଭାରତୀୟ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ନିର୍ବନ୍ଧ କଥା ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ସର୍ବିୟା ଅଭିନେତ୍ରୀ ନତାଶା ଷ୍ଟାନ୍‌କୋଭିକଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଛିି। ଇନ୍‌ଷ୍ଟାଗ୍ରାମ୍‌ରେ ପାଣ୍ଡ୍ୟା ଏ ନେଇ ଫଟୋ ପୋଷ୍ଟ କରିଛନ୍ତି। ୨୭ ବର୍ଷୀୟା ନତାଶା ଲୋକପ୍ରିୟ ରିୟଲିଟି ଶୋ ‘ବିଗ୍‌ ବସ୍‌’ର କଣ୍ଟେଷ୍ଟାଣ୍ଟ ଥିଲେ। ସେ ମଧ୍ୟ ମ୍ୟୁଜିକ୍‌ ଭିଡିଓ ‘ବାନ୍‌-ଡୁକ୍‌’ରେ ସାମିଲ ଥିଲେ। ଏହାଛଡ଼ା ସେ କୋତୋଟି ବଲିଉଡ୍‌ ଗୀତରେ ନୃତ୍ୟ ପରିବେଷଣ କରିଛନ୍ତି। ପୂର୍ବରୁ ନତାଶାଙ୍କ ସହ ପାଣ୍ଡ୍ୟା ନିୟମିତ ଡେଟିଂ କରିଆସୁଥିଲେ। ଏହି ଦୁହିଁଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଆସୁଥିଲା। ୨୬ ବର୍ଷୀୟ ହାର୍ଦ୍ଦିକ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିତ୍ବା ଫଟୋର ଏକ ମଜାଦାର କ୍ୟାପ୍‌ଶନ ଲେଖିଛନ୍ତି। ‘ନୂଆ ଫଟକା ସହ ନୂଆ ବର୍ଷର ଆରମ୍ଭ’ ବୋଲି ସେ ଉଲ୍ଲେଖ କରିଛନ୍ତି। ଏଠାରେ ନତାଶାଙ୍କୁ ଫଟକା ବୋଲି ସୂଚାଇଛନ୍ତି। ପାଣ୍ଡ୍ୟା ପୋଷ୍ଟ କରିଥିବା ଏହି ଫଟୋ ଉପରେ କ୍ରିକେଟର ୟୁଜବେନ୍ଦ୍ର ଚହଲ, ସିଦ୍ଧେଶ ଲାଡ, କ୍ରୁନାଲ ପାଣ୍ଡ୍ୟାଙ୍କ ପତ୍ନୀ ତଥା ହାର୍ଦ୍ଦିକଙ୍କ ଭାଉଜ ପଙ୍ଖୁଡି ଶର୍ମା, ଅଭିନେତା ଅର୍ଜୁନ କପୁର ପ୍ରମୁଖ କମେଣ୍ଟ କରିଛନ୍ତି। ନତାଶା ମଧ୍ୟ ହାର୍ଦ୍ଦିକଙ୍କ ପରିବାର ସଦସ୍ୟଙ୍କ ସହ ପରିଚିତ ହୋଇସାରିଛନ୍ତି।
ହାର୍ଦ୍ଦିକ ବ୍ୟାକ୍‌ ଇଞ୍ଜୁରୀ ପାଇଁ ବାଂଲାଦେଶ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ଓ ଦିନିକିଆ ସିରିଜ ଖେଳିପାରି ନ ଥିଲେ। ସେ ମଧ୍ୟ ଆଗାମୀ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍‌ରେ ସାମିଲ ହୋଇପାରିବେ ନାହିଁ। ତେବେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ତାଙ୍କୁ ଭାରତୀୟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତ ଏ’ ଦଳରେ ସାମିଲ କରିଛି। ଶେଷଥର ପାଇଁ ୨୦୧୯ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ମ୍ୟାଚ୍‌ ଖେଳିଥିଲେ ଓ ଏହା ତାଙ୍କର ଥିଲା ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌। ଏହି ସିରିଜ ପରେ ସେ ଅକ୍ଟୋବରରେ ଲଣ୍ଡନରେ ଅସ୍ତ୍ରୋପଚାର କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri