ନୂଆପଡ଼ାରେ ୧୫ରୁ ଧାନ କିଣା ହେବ

ନୂଆପଡା ଅଫିସ,୧୨ା୫- ନୂଆପଡ଼ା ଜିଲାରେ ଆସନ୍ତା ୧୫ ତାରିଖଠାରୁ ଧାନକିଣା ଆରମ୍ଭ ହେବ ବୋଲି ଚୂଡାନ୍ତ ହୋଇଛି। ଜିଲାପାଳ ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଏ ନେଇ  ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଜିଲାରେ ଏଥର  ୮ହଜାର ୫୫୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ୨ଲକ୍ଷ ୨୦ହଜାର କୁଇଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିସକାଶେ ଜିଲାର ୫ଟି ବ୍ଲକରେ ମୋଟ ୪୩ଟି ମଣ୍ଡି ଖୋଲାଯିବାର ବ୍ୟବସ୍ଥା ହୋଇଛି। ୨୬ଟି କୃଷି ସେବାସମବାୟ ସମିତି ଜରିଆରେ ୨୯ଟି ମଣ୍ଡି ଏବଂ ୧୪ଟି ମହିଳା ସ୍ବଂୟ ସହାୟକ ଦଳ ମଣ୍ଡି ଖୋଲିବେ। ମଣ୍ଡି ଗୁଡିକରେ କୋଭିଡ୍‌ ଗାଇଡ୍‌ ଲାଇନ ପାଳନକୁ ଗୁରୁତ୍ୱ ଦିଆଯିବ। ଚାଷୀ ଏବଂ କର୍ମଚାରୀମାନେ ସାମାଜିକ ଦୂରତ୍ୱ ପାଳନ ସହ ମାସ୍କ ଓ ସାନିଟାଇଜର ବବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି। ବୈଠକରେ ଜିଲାପାଳ ସାହୁ ସଭାପତିତ୍ୱ କରିଥିବାବେଳେ ବିଭାଗୀୟ ଅଧିକାରୀଙ୍କ ସହ କୃଷକ ପ୍ରତିନିଧିମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri