ନୂଆଗାଁ ବ୍ଲକରେ ସାମାଜିକ ସମୀକ୍ଷା ପ୍ରହସନ: ସହଯୋଗ କରୁନାହାନ୍ତି କର୍ମଚାରୀ

ନୂଆଗାଁ,୧ା୧୦(ଡି.ଏନ.ଏ.): ପ୍ରତି ଆର୍ଥତ୍କ ବର୍ଷରେ ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଓ ଅନ୍ୟାନ୍ୟ ବିଭାଗ ଦ୍ୱାରା ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକ ସାମାଜିକ ସମୀକ୍ଷା ମାଧ୍ୟମରେ ଲୋକାଭିମୁଖୀ କରାଇବା ବ୍ୟବସ୍ଥା ରହିଛି। ହେଲେ ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଏହି ଦାୟିତ୍ୱରେ ଥିବା କେତେକ କର୍ମଚାରୀ ସହଯୋଗ କରୁ ନ ଥିବାରୁ ସାମାଜିକ ସମୀକ୍ଷା ପ୍ରହସନ ପାଲଟିଥିବା ଚର୍ଚ୍ଚା ହେଉଛି।
ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଓ ଅନ୍ୟାନ୍ୟ ବିଭାଗ ଦ୍ୱାରା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ଆବାସ ଯୋଜନାରେ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ନେଇ ପ୍ରତିବର୍ଷ ସମୀକ୍ଷା କରାଯାଇଥାଏ। ଏହି ବୈଠକରେ କାର୍ଯ୍ୟ ହୋଇଛି କି ନାହିଁ, ନିୟୋଜିତ ଶ୍ରମିକ (ମଷ୍ଟରରୋଲରେ ଦର୍ଶିତ ଜବ୍‌ କାର୍ଡଧାରୀ) ଅଣକୁଶଳୀ କି ନୁହେଁ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଜବ୍‌ କାର୍ଡଧାରୀ ଶ୍ରମିକ ନିୟୋଜିତ ହୋଇଛନ୍ତି କି ନାହିଁ, ମଷ୍ଟରରୋଲରେ ଦର୍ଶାଯାଇଥିବା ପ୍ରାପ୍ୟ ପରିମାଣ କାର୍ଯ୍ୟ ଦିବସ ଅନୁସାରେ ଠିକ୍‌ ଭାବରେ ପଇଠ ହୋଇଛି କି ନାହିଁ ତାହାର ସାମାଜିକ ସମୀକ୍ଷା କରାଯାଉଛି। ଏହାକୁ ସୁଚାରୁରୂପେ ତୁଲାଇବା ପାଇଁ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସ୍‌, ଗ୍ରାମସାଥୀ, ଗ୍ରାମ ସାଧନା କର୍ମୀ, ପଞ୍ଚାୟତ ସାମାଜିକ ସମୀକ୍ଷକ ଓ ବ୍ଲକ ସ୍ତରର ଜଣେ ସ୍ବାଧୀନ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। କିନ୍ତୁ କୌଣସି କର୍ମଚାରୀ ସାମାଜିକ ସମୀକ୍ଷକଙ୍କୁ ସହଯୋଗ କରୁ ନ ଥିବା ଅଭିଯୋଗ ହେଉଛି। ସାମାଜିକ ସମୀକ୍ଷାର ନିୟାମାନୁସାରେ ପ୍ରତି କାର୍ଯ୍ୟର ସମୀକ୍ଷା ପାଇଁ ନିୟୋଜିତ କର୍ମଚାରୀ ସମସ୍ତ ନଥିପତ୍ର ସମୀକ୍ଷକଙ୍କ ନିକଟରେ କିମ୍ବା ପଞ୍ଚାୟତରେ ଦାଖଲ କରିବା କଥା । କିନ୍ତୁ ଏହା ଠିକ୍‌ ଭାବେ ହେଉନାହିଁ। ଏହାଛଡା ସମୀକ୍ଷା ବୈଠକକୁ ଜବ୍‌ କାର୍ଡଧାରୀ, ନିର୍ବାଚିତ ପ୍ରତିନିଧି, ଏସ୍‌ଏଚଜି ଗ୍ରୁପର ସଭ୍ୟାମାନେ ଉପସ୍ଥିତ ରହିବା ପାଇଁ ଗ୍ରାମରେ ଡେଙ୍ଗୁରା ଓ ନୋଟିସ ଦେବା ନିୟମ ରହିଥିବା ବେଳେ କୌଣସି ପଞ୍ଚାୟତରେ ତାହା କରାଯାଉ ନାହିଁ । ଫଳରେ କୌଣସି ଲୋକ ବୈଠକ ବିଷୟରେ ଜାଣି ନ ପାରି ଆସନ୍ତି ନାହିଁ। ଅନେକ ପଞ୍ଚାୟତରେ ଜବକାର୍ଡଧାରୀ ଶ୍ରମିକ କାର୍ଯ୍ୟ ନ କରି ମେଶିନ ମାଧ୍ୟମରେ କାର୍ଯ୍ୟ କରାଯାଇଥିଲେ ମଧ୍ୟ ସେମାନଙ୍କ ନାମରେ ଟଙ୍କା ଉଠାଣ କରାଯାଉଛି। କାମ କରି ନ ଥିବା କଥା ଶ୍ରମିକମାନେ ସ୍ବୀକାର କରୁଥିବା ବେଳେ ସମୀକ୍ଷାରେ ମଧ୍ୟ ତାହା ଠିକ୍‌ ବୋଲି ଦର୍ଶାଯାଉଛି। ଅନେକ ପଞ୍ଚାୟତରେ ମୃତ ଲୋକଙ୍କ ନାମରେ ଭତ୍ତା ଦିଆଯାଉଥିବା ଅଭିଯୋଗ ହେଉଥିବାବେଳେ ପ୍ରମାଣ ପାଇଲେ ସମ୍ପୃକ୍ତ ଅଧିକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସ୍‌ଇଓ କହୁଥିଲେ ମଧ୍ୟ ସାମାଜିକ ସମୀକ୍ଷାରେ ତାହା ପ୍ରତିଫଳିତ ହେଉ ନାହିଁ। କୌଣସି କାର୍ଯ୍ୟ ଠିକ୍‌ ଭାବେ ହୋଇ ନ ଥିବା ସମୀକ୍ଷାରେ ଜଣାପଡିଲେ ସେଥିପାଇଁ ଜରିମାନା ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅଧିକାରୀମାନେ ତାହା କରୁ ନ ଥିବା ଦେଖିବାକୁ ମିଳୁଛି। ସାମାଜିକ ସମୀକ୍ଷା ସମ୍ପର୍କରେ ସମୀକ୍ଷକ ସ୍ବର୍ଣ୍ଣଲତା ଦଳବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ସମୀକ୍ଷା କରିବା ପାଇଁ କୌଣସି କର୍ମଚାରୀଙ୍କ ସହଯୋଗ ମିଳୁନାହିଁ। ଅନେକ ଫାଇଲ ମଧ୍ୟ ଆମକୁ ଦିଆଯାଉନାହିଁ। ଆମେ କେବଳ କର୍ତ୍ତବ୍ୟ ପାଳନ କରୁଛୁ ବୋଲି ସେ କହିଛନ୍ତି। ଏହି ଅବ୍ୟବସ୍ଥା ବିଷୟରେ ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲ କହନ୍ତି, ମୁଁ ସେପରି କିଛି ଅଭିଯୋଗ ପାଇନି, ଯଦି ସେମିତି କିଛି ହେଉଥିବ ସେଥିପ୍ରତି ଦୃଷ୍ଟି ଦେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri