ନୂଆଗାଁକୁ ମିଳୁନି ବିକାଶର ନୂଆ ଚିତ୍ର: ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇପଡ଼ିଛନ୍ତି ଗାଁର ୩୨ ପରିବାର

ପାରଳାଖେମୁଣ୍ଡି,୧୬ା୫(ସ୍ବ.ପ୍ର.) ଗ୍ରାମର ନାମ ନୂଆଗାଁ। କିନ୍ତୁ ଏଠି ପ୍ରଶାସନିକ ଅବ୍ୟବସ୍ଥାର ପୁରୁଣା ଚିତ୍ର। ବିକାଶ ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବିଜୁଳି। ସବୁ ପ୍ରକାର ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇପଡ଼ିଥିବା ନୂଆଗାଁରେ ଅବ୍ୟବସ୍ଥାର ଏହି ପୁରୁଣା ଚିତ୍ର ବଦଳି କେବେ, ବିକାଶର ନୂତନ ସ୍ବାଦ ମିଳିବ, ତାହାକୁ ଅପେକ୍ଷା କରି ରହିଛନ୍ତି ଗ୍ରାମବାସୀ।

ଗଜପତି ଜିଲା ଗୋଷାଣୀ ବ୍ଲକ କତଳକୋଇଠା ପଞ୍ଚାୟତ ଆଦିବାସୀ ବହୁଳ ଗ୍ରାମ ହେଉଛି ନୂଆଗାଁ। ଏଠାରେ ଦୀର୍ଘ ବର୍ଷ ଧରି ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ,ବିଜୁଳି, ପାନୀୟଜଳ ମୁଖ୍ୟ ସମସ୍ୟା ହୋଇ ରହିଛି। ୩୨ଟି ପରିବାରର ଶତାଧିକ ଲୋକେ ରହୁଥିବା ଏହି ଗାଁକୁ ଭଲ ରାସ୍ତାଟିଏ ନାହିଁ। ମୋରମ ପଥୁରିଆ ରାସ୍ତା ଦେଇ ଗାଁକୁ ଯିବାକୁ ପଡ଼େ। ବର୍ଷାଦିନେ କାଦୁଅଭର୍ତ୍ତି ରାସ୍ତାରେ ଗମନାଗମନ କଷ୍ଟକର ହୋଇପଡ଼େ। ଏଠାରେ ଥିବା ବିଦ୍ୟାଳୟ ୬/୭ ମାସ ତଳେ ଉପସ୍ଥାନର ଆଳ ଦେଖାଇ ବନ୍ଦ କରିଦିଆଯାଇଛି। ଫଳରେ ଗାଁର ପିଲା ବର୍ତ୍ତମାନ ୫-୭ କିମି ଦୂରରେ ଥିବା ବାଞ୍ଜିରି ଓ ତୁଳସିପାଡୁ ଗ୍ରାମ ବିଦ୍ୟାଳୟକୁ ଯାଉଛନ୍ତି ତ କେତେକ ପାଠପଢାରୁ ବଞ୍ଚତ୍ତ ହେଉଛନ୍ତି। ସ୍ବାସ୍ଥ୍ୟସେବା ଏଠାରେ ବିପର୍ଯ୍ୟସ୍ତ। ବିଦ୍ୟୁତ ସେବା ଥାଇ ମଧ୍ୟ ନଥିବା ସଙ୍ଗେ ସମାନ। ଅଧିକାଂଶ ସମୟରେ ବିଭ୍ରାଟ। ଥରେ ବିଜୁଳି ଚାଲିଗଲେ କେତେବେଳେ ତାହା ଆସିବ, କିଛି ଠିକଣା ନଥାଏ।ତେବେ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ। ବର୍ଷ ତମାମ ଏଠାରେ ପାନୀୟ ଜଳ ସଙ୍କଟ ଲାଗିରହିଛି। ଗ୍ରାମରେ ଗୋଟିଏ ନଳକୂପ ଅଛି, କିନ୍ତୁ ସେଥିରୁ ଗନ୍ଧଯୁକ୍ତ ପାଣି ଆସୁଛି ତାହା ପୁଣି କମ୍‌ ପରିମାଣର। ଗୋଟିଏ କୂପ ଅଛି ହେଲେ ଶୁଖିଲା ପଡ଼ିଛି। ବଡ଼ ପୋଖରୀ ମଧ୍ୟ ଶୁଖିଲା ପଡିଛି। ପାନୀୟଜଳ ଅଭାବରୁ ମହିଳାମାନେ ଗ୍ରାମଠାରୁ ୨କିମି ଦୂରରେ ଥିବା ପାହାଡ଼ ତଳିରେ ଥିବା କୂଅ ଉପରେ ନିର୍ଭର କରୁଛନ୍ତି। ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ପଥର କୂଅ ଯେଉଁଥିରେ ଶିଉଳି ଦଳଭରା, ସେହି ଅପରିଷ୍କାର ପାଣି ସଂଗ୍ରହ କରି କନାରେ ଛାଣି ତାହା ଘରକୁ ନେଇ ବ୍ୟବହାର କରିବାକୁ ବାଧ୍ୟ ହୋଇଥାନ୍ତି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ଏହି ପାଣି ଆଣିବା ପାଇଁ ମହିଳାମାନେ ବିଲ ହୁଡା ଏବଂ ପ୍ରାୟ ଜଙ୍ଗଲଭରା ଅଞ୍ଚଳରେ ଥିବା ପାହାଡ ତଳିଆକୁ ଯିବାକୁ ହୋଇଥାଏ। ଗ୍ରାମରେ ଥିବା ନଳକୂପର ଜଳସ୍ତର ତଳକୁ ଚାଲିଯିବା, କୂଅ ଓ ପୋଖରୀର ପାଣି ଶୁଖିଯିବା ଫଳରେ ପାନୀୟ ଜଳ ଅନ୍ୟ ବ୍ୟବହାର ପାଇଁ ଜଳର ଘୋର ସଙ୍କଟ ଦେଖାଦେଇଛି। ଏଭଳି ପରିସ୍ଥିତରେ ଗ୍ରାମବାସୀ ପାଇଖାନା ବ୍ୟବହାର କରି ନପାରି ବାହାରକୁ ଶୌଚ ଯିବା ପାଇଁ ବାଧ୍ୟ ହେଉଛନ୍ତି। ଜଳ ଅଭାବ ପାଇଁ ଶତାଧିକ ଏକର ଜମିରେ ଚାଷକାର୍ଯ୍ୟ ହୋଇ ନପାରି ଶୁଖଲା ପଡ଼ିଛି। ଗ୍ରାମରେ ଇନ୍ଦିରା ଆବାସ ଘର ମିଳି ନଥିବା ଏବଂ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଗ୍ରାମର ମାଲେୟା ଶବର, ସମରା ବଡରଇତ, ଇନେତୁ ଶବର, ରାଶି ଶବର, ମାଳତୀ ଶବର ଏବଂ ରଜମୀ ଶବର କହିଛନ୍ତି। ଜିଲା ପ୍ରଶାସନ ତୁରନ୍ତ ନୂଆଗାଁକୁ ପିଏମ୍‌ଜିଏସ୍‌ୱାଇରେ ଭଲ ରାସ୍ତା ଓ ପାନୀୟ ଜଳର ବ୍ୟବସ୍ଥା ସହ ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି ଜଣାଇଛନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ବ୍ୟାନର ମାରି ଉପସ୍ଥିତି ଦର୍ଶାଇଲେ ମାଓବାଦୀ: ଆତଙ୍କିତ ନ ହେବାକୁ….

ରାୟଗଡ଼ା/କଲ୍ୟାଣସିଂହପୁର,୧୪।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ମାଓବାଦୀ ନେତା ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ଜଣ ମାଓବାଦୀ ଆତ୍ମସମର୍ପଣ ପରେ ରାୟଗଡ଼ା ଜିଲା ଏକ ପ୍ରକାର ମାଓମୁକ୍ତ ଅଞ୍ଚଳ…

ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ, ପୁଣି ଦଳକୁ ବାହୁଡିଲେ  ପୂର୍ବରୁ ବିଷମକଟକ ବ୍ଲକରେ…

ରାୟଗଡ଼ା,୧୩।୨(ରଞ୍ଜନ ପଣ୍ଡା): ନୂତନ ଗଠିତ ଜିଲା ବିଜେଡି କମିଟିରେ ଉପସଭାପତି ପଦ ପାଇଥିବା କାଶୀପୁର ବ୍ଲକ ବରିଷ୍ଠ ବିଜେଡି ନେତା ଗଣେଶ ସାଉଁତା ବୁଧବାର ନିଜ ପଦବୀରୁ…

ରାୟଗଡ଼ାରେ ମାଓବାଦୀ ପୋଷ୍ଟର, ଆଦିବାସୀଙ୍କୁ ନକ୍ସଲରେ ରଖି ଅତ୍ୟାଚାର…

ରାୟଗଡ଼ା,୧୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ବ୍ଲକ ବାଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଧୁମାଗୁଡ଼ା ବସଷ୍ଟପ ନିକଟରେ ମାଓବାଦୀ ପୋଷ୍ଟର ଦେଖାଯାଇଛି । ଏହି ପୋଷ୍ଟରଟି ସସିପିଆଇ ମାଓବାଦୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri