ନୂଆଁଖାଇ ପାଇଁ ଗାଁଠୁ ସହର ସବୁଆଡେ ପର୍ବର ମାହୋଲ

ଜୁନାଗଡ,୨।୯(ଡି.ଏନ.ଏ.)
ମଙ୍ଗଳବାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଗତ କିଛିଦିନ ହେଲା ଗ୍ରାମରୁ ସହର ସବୁଆଡେ ପର୍ବର ମାହୋଲ ଦେଖିବାକୁ ମିଳିଛି । ହାଟ, ବାଟ, ମନ୍ଦିର, ପୋଖରୀତୁଠ, ଘରଦ୍ୱାର ସବୁ ଆଡେ ନୂଆଁଖାଇର ଝଲକ । ଇତିମଧ୍ୟରେ ଗୃହିଣୀମାନେ ଘରର ସମସ୍ତ ଜିିନିଷ ଟେକାରଖା, ସଫାସୁତୁରା କରିସାରି ନୂଆଖାଇ ପାଇଁ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଗୃହ କର୍ତ୍ତାମାନେ ବଜାର ସଉଦା ସବୁ କିଣିସାରିଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ଅଞ୍ଚଳର ଲୋକେ ଏଥର ଆନନ୍ଦ ଓ ଉତ୍ସାହର ସହ ନୂଆଁଖାଇ ପର୍ବ ପାଳନ ପ୍ରସ୍ତୁତିରେ ଲାଗିପଡିଛନ୍ତି। ବାରମ୍ବାର ଲଘୁଚାପଜନିତ ଲଗାଣ ବର୍ଷା ଓ ହାତୀ ନଦୀ ବଢି ଯୋଗୁ ଚଳିତବର୍ଷ ଧାନଚାଷ ବିଳମ୍ବ ହୋଇଛି। ଫଳରେ ଜୁନାଗଡ ବ୍ଲକ ଅଞ୍ଚଳରେ ନୂଆଁଖାଇ ପାଇଁ ସବୁଠି ନୂଆଧାନ ମିଳୁନାହିଁ । କେବଳ ପାହାଡିଆ ଅଞ୍ଚଳରେ ନୂଅଁାଧାନ ମିଳୁଛି। ଫଳରେ ନବାନ୍ନ ଭୋଗ ଲଗାଇବା ସକାଶେ ଲୋକେ ବିଭିନ୍ନ ହାଟ ବଜାରକୁ ଯାଇ ନୂଆଁଧାନ କିଣିବାକୁ ବାଧ୍ୟ ହେଉଛନ୍ତି । ଗୋଟିଏ ଲେଖାଏଁ ଧାନ କେଣ୍ଡା ବିଭିନ୍ନ ହାଟରେ ୧୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । କେବଳ ସେତିକି ନୂହେଁ ନବାନ୍ନ ଭୋଗ ଲାଗି ସରଗି, କଦଳୀ, କୁରେଇ, ସାରୁ, ଭଲିଆ, ମହୁଲ, ପଣସ, ଶିଆଲ ଆଦିପତ୍ର ବିଡା ଗତଥର ୫ଟଙ୍କା ଥିବା ବେଳେ ଏଥର ୧୦ ଟଙ୍କାରେ ବିକ୍ରି ହେଉଛି । ହାଟରେ ଯେଉଁ ନୂଆହାଣ୍ଡି ଆଗରେ ୧୦ ଟଙ୍କାରେ ମିଳୁଥିଲା ଏଥର ତାହା ୨୦ ଟଙ୍କାରେ ବିକ୍ରି ହେଉଛି । ରବିବାର ଜୁନାଗଡ ସାପ୍ତାହିକ ହାଟରେ ନୂଆଁଖାଇ ସକାଶେ ପ୍ରବଳ ଭିଡ ହୋଇଥିବା ଦେଖିବାକୁ ମିଳିଥିଲା । ନବାନ୍ନ ଭକ୍ଷଣ ପାଇଁ ନୂଆଁ ଦନା, ନୂଆମାଟି ହାଣ୍ଡି, ନୂଆଧାନ ବିକ୍ରେତାଙ୍କ ପାଖରେ ଅଧିକ ଭିଡ ରହିଥିଲା । ଚାଷୀ ଅମଳ କରିଥିବା ନୂଅଁାଧାନକୁ ନୂଅଁାଖାଇରେ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବା ପରେ ନିଜେ ନୂଆଁ ଅର୍ଣ୍ଣ ଗ୍ରହଣ କରିଥାନ୍ତି। ଏପରିକି ଆକାଶଛୁଆଁ ଦର ସତ୍ତ୍ୱେ ବି ଲୋକେ ପରମ୍ପରାର ରକ୍ଷା ଲାଗି ବାଧ୍ୟ ହୋଇ ଚଢାଦର ଦେଇ ବିଭିନ୍ନ ଜିନିଷ କିଣୁଛନ୍ତି । ଏ ସବୁକୁ ଖାତିର ନ କରି ଏହି ଅଞ୍ଚଳର ଲୋକେ ନୂଆଁଖାଇ ପାଇଁ ପ୍ରସ୍ତୁତି କରିସାରିଛନ୍ତି । ଏପଟେ ଜିଲା ତଥା ରାଜ୍ୟ ବାହାରେ ରହୁଥିବା ଲୋକମାନେ ମଧ୍ୟ ଖୁସିରେ ପରିବାର ସହ ନୂଆଁଖାଇ ପାଳନ କରିବା ପାଇଁ ଘରକୁ ଆସୁଥିବା ଦେଖିବାକୁ ମିଳୁଛି। ଯେତେ ଅଭାବ ଅସୁବିଧା ଥିଲେ ବି ଧାର ଉଧାର କରି ଏହି ବର୍ଷର ନୂଆଖାଇଁ ପର୍ବର ଆନନ୍ଦର ସହ ପାଳନ କରିବୁ ବୋଲି ଅଞ୍ଚଳବାସୀ କହୁଛନ୍ତି। ସାମାଜିକ ଭାଇଚାରା, ଜୁହାର ଭେଟ୍‌ ପରମ୍ପରାର ଏହି ନୂଆଁଖାଇ ପର୍ବ ଅଞ୍ଚଳବାସୀଙ୍କ ପାଇଁ ପାଳିବା ଚଳିତବର୍ଷ ପାଇଁ କଷ୍ଠସାଧ୍ୟ ହେଉଥିଲେ ମଧ୍ୟ ଆଗ୍ରହ କମି ନ ଥିବା ପରିଲକ୍ଷିତ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri