Posted inଫୁରସତ

ନୀଳ ମେକ୍‌ଅପ୍‌ରେ ଦୁଇବର୍ଷ

୨୦୧୩ରେ ୟୁକେ ବ୍ରାଡଫୋର୍ଡର ଲୌରାଇ ଲି ନାମ୍ନୀ ମେକ୍‌ଅପ୍‌ ଆର୍ଟିଷ୍ଟ ତାଙ୍କର ଡଲ୍‌ ପରି ଚେହେରା ପାଇଁ ସାରା ଦୁନିଆରେ ପରିଚିତା ହୋଇଥିଲେ। ଆଉ ଡେଲିମେଲ୍‌ ଓ ମିରର୍‌ ପରି ପତ୍ରିକା ତାଙ୍କୁ ରିୟଲ ଲାଇଫ୍‌ ବାର୍ବି ଆଖ୍ୟା ଦେଇଥିଲା। କିନ୍ତୁ ଏବେ ସେ ତାଙ୍କର ଆଉ ଏକ ଲୁକ୍‌ ପାଇଁ ଚର୍ଚ୍ଚିତା। ସେ ତାଙ୍କର ମୁହଁ ଓ ହାତକୁ ନୀଳ ରଙ୍ଗରେ ରଙ୍ଗାୟିତ କରି ଏକ ନୂଆ ପରିଚୟ ପାଇଛନ୍ତି। ଲୌରାଇ କହନ୍ତି, ‘ପୂର୍ବରୁ ଜାପାନୀ ଗାୟରୁ ଷ୍ଟାଇଲ୍‌ ମେକ୍‌ଅପ୍‌ ଆପଣାଇଥିବାରୁ ସମସ୍ତେ ମତେ ଡଲ୍‌ ପରି ବୋଲି ଭାବି ନେଇଥିଲେ। ହେଲେ ମତେ ପରେ ଲାଗିଲା ନୀଳ ରଙ୍ଗ ମୋ ବ୍ୟକ୍ତିତ୍ୱକୁ ବେଶ୍‌ ସୁହାଇବ। ତେଣୁ ମୁଁ ମୋ ମୁହଁ ଓ ହାତକୁ ନୀଳ ରଙ୍ଗରେ ରଙ୍ଗାଇ ମେକ୍‌ଅପ୍‌ ନେବା ଆରମ୍ଭ କଲି। ମତେ ବାହ୍ୟଜଗତର ପ୍ରାଣୀ ବା ଏଲିୟନ ବହୁତ ପସନ୍ଦ। ତେଣୁ ଏଲିୟନ୍‌ ପରି ଲୁକ୍‌ ଆପଣେଇଲି।’ ଦୀର୍ଘ ଦୁଇବର୍ଷ ହେବ ସେ ଏହି ଲୁକ୍‌ରେ ରହୁଛନ୍ତି। ସେ ତାଙ୍କ ଘରକୁ ବି ନୌକା ଭଳି ଆକାର ଦେଇଛନ୍ତି। ଯେମିତିକି ତାହା ସ୍ପେସ୍‌ଶିପ୍‌ ପରି ଲାଗିବ। ସେ ଆଗୋରା ଫୋବିଆରେ ଆକ୍ରାନ୍ତ। ଏହି ରୋଗ ଯୋଗୁଁ ସେ ଜନସାଧାରଣ ସ୍ଥାନକୁ ଯିବାକୁ ଭୟ କରନ୍ତି। ସେଥିପାଇଁ ସେ ଓ ତାଙ୍କ ଘରକୁ ଭିନ୍ନ ଲୁକ୍‌ ଦେଇ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ-ବୟଫ୍ରେଣ୍ଡଙ୍କ ପାଇଁ ଅନ୍‌ଲାଇନ୍‌ ଚା’ ଅର୍ଡର କଲେ ମହିଳା, ଆଉ ତା’ପରେ

ଚାଇନାରେ ଜଣେ ଯୁବତୀ ତାଙ୍କ ପୂର୍ବତନ ପ୍ରେମିକଙ୍କଠାରୁ ଏକ ଅଦ୍ଭୁତ ପ୍ରତିଶୋଧ ନେଇଛନ୍ତି। ଯୁବତୀ ଜଣଙ୍କ ଏକ୍ସ-ବୟଫ୍ରେଣ୍ଡଙ୍କ ପାଇଁ ଅନଲାଇନରେ ଚା ’ଅର୍ଡର କରିଥିଲେ। ଡେଲିଭରି...

ପବିତ୍ର ସ୍ଥଳୀ ପର୍‌ଭଣୀ

ମହାରାଷ୍ଟ୍ରର ପର୍‌ଭଣୀ ଜିଲା ଅନ୍ତର୍ଗତ ଏକ ସହର ହେଉଛି ପର୍‌ଭଣୀ। ଏହା ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇଠାରୁ ପ୍ରାୟ ୪୯୧ କି.ମି. ଏବଂ ଔରଙ୍ଗାବାଦ୍‌ଠାରୁ ପ୍ରାୟ ୨୦୦...

ପ୍ରଥମ ଦରମା ଟଙ୍କା ବାପାଙ୍କୁ ଦେଇଥିଲି: ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ

ଖୋର୍ଦ୍ଧା ଜିଲା ବଉଳାବନ୍ଧ ନିକଟସ୍ଥ ଇଚ୍ଛାପୁର ଗାଁରେ ମୋ ଜନ୍ମ। ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଆଇ.ଏସ୍‌ସି...

ଛୋଟ ପିଲା ବଡ଼ କାମ

ହସିବା ଖେଳିବା ବୟସ ସେମାନଙ୍କର। କିନ୍ତୁ ଏଇ ବୟସରେ ସେମାନେ ଏମିତି କିଛି କରିଦେଖାଇଛନ୍ତି ଯାହାକୁ ବଡ଼ମାନେ କରିବା ବି କଷ୍ଟକର । ନିଜର ସାହସ,...

ଶବ୍ଦକୁ ନେଇ ଅତିଷ୍ଠ ବ୍ୟକ୍ତି ଏସି ଭିତରର ଦୃଶ୍ୟ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ସାଧାରଣତଃ ଯଦି ଏସିରୁ କୌଣସି ଶବ୍ଦ ବାହାରେ, ତେବେ ଆମେମାନେ ତାକୁ ଖୋଲି ସଫା କରିଦେଉ। ହେଲେ ଯଦି ଏହି ଶବ୍ଦ କୌଣସି ଯାନ୍ତ୍ରିକ ତ୍ରୁଟି...

ଲେନ୍ସରେ ମଙ୍ଗଳାଯୋଡ଼ି

ଓଡ଼ିଶାର ଖୋର୍ଦ୍ଧା ଜିଲାର ଟାଙ୍ଗି ଚାନ୍ଦପୁର ନିକଟରେ ରହିଛି ପକ୍ଷୀ ସ୍ବର୍ଗ ମଙ୍ଗଳାଯୋଡ଼ି। ଏହା ଚିଲିକା ହ୍ରଦର ଉତ୍ତର ପୂର୍ବ ଭାଗରେ ଅବସ୍ଥିତ ୧୦ ବର୍ଗ...

ବିଶ୍ୱର ସବୁଠାରୁ ହାଲୁକା ମିଠା, ଯାହାର ୯୬% ପବନ

ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ! ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି। ବିଶ୍ୱରେ ଅନେକ ପ୍ରକାରର ମିଠା...

ମାଡ଼ି ଆସୁଛି ବିପଦ: ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି

ଗତ ହଜାରେ କୋଟି ବର୍ଷ ମଧ୍ୟରେ ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି। ଏନେଇ ଓହିଓ ବିଶ୍ୱବିଦ୍ୟାଳୟର କସ୍‌ମୋଲୋଜି ଏବଂ ଆଷ୍ଟ୍ରୋପାଟିକିଲ୍‌ ଫିଜିକ୍ସ୍‌ ବିଭାଗ ପକ୍ଷରୁ...

Advertisement
Archives

Model This Week