ନୀଳାଚଳ ଅର୍ବାନ ହାଟ ପ୍ରତି ପ୍ରଶାସନର ଅଣଦେଖା: ଅସ୍ତିତ୍ୱ ହରାଉଛି ସାଢ଼େ ୩କୋଟିର ପ୍ରକଳ୍ପ

ପୁରୀ ଅଫିସ, ୨୯।୯: ଓଡ଼ିଶା ହସ୍ତଶିଳ୍ପ ଓ ହସ୍ତକଳାର ବିକାଶ ହେବ। ହସ୍ତଶିଳ୍ପୀଙ୍କ ଆର୍ଥିକ ମାନଦଣ୍ଡ ସୁଧୁରିବ। ଓଡ଼ିଶା ହସ୍ତକଳା, ହସ୍ତଶିଳ୍ପ ସାମଗ୍ରୀ ଦେଶ ବିଦେଶରେ ପହଞ୍ଚତ୍ବ। ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ଏସବୁ ସାମଗ୍ରୀ ଦେଖିବା ସହ କ୍ରୟ କରିବେ। ଏହାଦ୍ୱାରା ହସ୍ତଶିଳ୍ପୀଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବା ସହ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବୃଦ୍ଧି ପାଇବ। ଏଥିସହ ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢାଯିବ। ଏମିତି ମହତ ଉଦ୍ଦେଶ୍ୟ ନେଇ ପୁରୀରେ ନୀଳାଚଳ ଅର୍ବାନ ହାଟର ପରିକଳ୍ପନା କରାଯାଇଥିଲା। ସାଢେ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ହାଟ ଏବେ ଅସ୍ତିତ୍ୱ ହରାଉଛି। ପ୍ରଶାସନର ଅଣଦେଖା ଯୋଗୁ ଏହି ପ୍ରକଳ୍ପ ଉଜୁଡ଼ିଯିବାକୁ ବସିଛି। ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବାର ସ୍ବପ୍ନ କେବଳ ଲୋକଦେଖାଣିଆ ବୋଲି ଏଥିରୁ ସ୍ପଷ୍ଟ ହେଉଥିବା ସାଧାରଣରେ ଆଲୋଚନା ଚାଲିଛି।

ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ। ଏଠାକୁ ପ୍ରତିଦିନ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସୁଛନ୍ତି। ସେମାନଙ୍କୁ ଆକୃଷ୍ଟ କରିବା ଲାଗି ପୁରୀ ଜିଲା ମତ୍ସ୍ୟ ସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ସାଢେ ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ତିଆରି କରାଯାଇଥିଲା ନୀଳାଚଳ ଅର୍ବାନ ହାଟ। ଏହା ପରିସରରେ ମୁକ୍ତାକାଶ ମଞ୍ଚ ଓ ମ୍ୟୁଜିକାଲ ଫାଉଣ୍ଟେନ (ବାଦ୍ୟ ନିର୍ଝରିଣୀ) ମଧ୍ୟ ନିର୍ମାଣ ହୋଇଥିଲା। ଏହି ପ୍ରକଳ୍ପକୁ ୨୦୦୯ ଡିସେମ୍ବର ୯ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତତ୍କାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ହାଟ ପରିସରସ୍ଥ ବିଭିନ୍ନ ଦୋକାନ ବୁଲି ଓଡ଼ିଶା ହସ୍ତଶିଳ୍ପ ଓ ହସ୍ତକଳାର ପ୍ରଶଂସା କରିଥିଲେ ପୂର୍ବତନ ରାଷ୍ଟ୍ରପତି। ହେଲେ ଏହି ବୃହତ୍‌ ପ୍ରକଳ୍ପ ଏବେ ଅଲୋଡ଼ା ହୋଇଯାଇଛି। ନା ଏଠି ଓଡ଼ିଶା ହସ୍ତକଳା, ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଛି ନା ବାଦ୍ୟର ତାଳେ ତାଳେ ଜଳଫୁଆରା ନୃତ୍ୟର ମଜା ଉଠାଉଛନ୍ତି ପର୍ଯ୍ୟଟକ। ଜରାଜୀର୍ଣ୍ଣ ହୋଇପଡ଼ିଛି ଅର୍ବାନ ହାଟ। ପାଚେରି ଭାଙ୍ଗିଗଲାଣି, ଦୋକାନ ଘର କବାଟ ଭାଙ୍ଗି ଅଁା କରିଛି। ଅଚଳ ହୋଇପଡ଼ିିଛି ମ୍ୟୁଜିକାଲ ଫାଉଣ୍ଟେନ। ମୁକ୍ତାକାଶ ମଞ୍ଚ ବି ଖଁା ଖଁା। ପର୍ଯ୍ୟଟକଙ୍କୁ ଆକୃଷ୍ଟ ଲାଗି ହାଟ କାନ୍ଥ, ପାଚେରିରେ ଅଙ୍କାଯାଇଥିବା ଓଡ଼ିଶାର ପାରମ୍ପରିକ ଚିତ୍ରକଳାରୁ ରଙ୍ଗ ଉଡ଼ିିଗଲାଣି।
ଅର୍ବାନ ହାଟରେ ୩୬ଟି ଦୋକାନ ଘର ରହିଛି। ଉଦ୍‌ଘାଟନୀ ଅବସରରେ ଦୋକାନ ଘରଗୁଡ଼ିକରେ ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପ ଓ ହସ୍ତକଳା ସାମଗ୍ରୀର ପସରା ଶୋଭା ପାଉଥିଲା। କିନ୍ତୁ ଉଦ୍‌ଘାଟନର କିଛିମାସ ପରେ ବିକ୍ରିବଟା ହେଲା ନାହିଁ । ଏଠାକୁ ପର୍ଯ୍ୟଟକ ଆସିଲେ ନାହିଁ। ଫଳରେ ଗୋଟିକ ପରେ ଗୋଟିଏ ଦୋକାନରେ ତାଲା ଝୁଲିବା ଆରମ୍ଭ ହେଲା। ପ୍ରଶାସନ ପକ୍ଷରୁ ମଧ୍ୟ ଏ ନେଇ କୌଣସି ଉଦ୍ୟମ ହେଲା ନାହିଁ। ଏଥିଯୋଗୁ ଦୋକାନଘରଗୁଡ଼ିକ ଏବେ ଏକପ୍ରକାର ଭୂତକୋଠି ପାଲଟିଛି। ବର୍ତ୍ତମାନ ଗୋଟିଏ ଦୋକାନ (ସମ୍ବଲପୁରୀ ବସ୍ତ୍ରାଳୟ) ଖୋଲୁଥିବାବେଳେ ଅନ୍ୟଗୁଡ଼ିକ ବନ୍ଦ ହୋଇ ପଡ଼ିଛି। ଏହି ସମ୍ବଲପୁରୀ ବସ୍ତ୍ରାଳୟରେ ସେମିତି ବେପାର ବି ହେଉନାହିଁ। ପ୍ରକଳ୍ପର ଏପରି ସ୍ଥିତି ପାଇଁ ଜାଗା ଚିହ୍ନଟକୁ ସହରବାସୀ ଦାୟୀ କରିଛନ୍ତି। ଯେଉଁ ସ୍ଥାନରେ ଅର୍ବାନ ହାଟ ତିଆରି ହୋଇଛି ତାହା ଉପଯୁକ୍ତ ନୁହେଁ। ପର୍ଯ୍ୟଟକମାନେ ସେଠାକୁ ଯିବା ପରିବର୍ତ୍ତେ ବଡ଼ଦାଣ୍ଡ ଓ ସମୁଦ୍ରକୂଳକୁ ବୁଲି ଯିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଫଳରେ ଏହି ହାଟ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଅର୍ବାନ ହାଟକୁ ପର୍ଯ୍ୟଟକଙ୍କ ଯାତାୟାତ ଲାଗି ସେମିତି ସୁବିଧା ନାହିଁ ବୋଲି କହିଛନ୍ତି ପଟଚିତ୍ର ସେଣ୍ଟରର ମୁଖ୍ୟ ସରୋଜ କୁମାର ବେହେରା। ସରକାର ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢିବାକୁ ସ୍ବପ୍ନ ଦେଖୁଛନ୍ତି। ହେଲେ ଓଡ଼ିଶା ହସ୍ତଶିଳ୍ପ ଓ ହସ୍ତକଳାର ବିକାଶ ସାଙ୍ଗକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ତିଆରି କରାଯାଇଥିବା ଅର୍ବାନ ହାଟ ଆଜି ଉଜୁଡ଼ିଯିବାକୁ ବସିଛି। ଏହାକୁ କିପରି ପୁନଶ୍ଚ କାର୍ଯ୍ୟକ୍ଷମ କରାଯାଇପାରିବ ଏଥିପ୍ରତି ସରକାର ଧ୍ୟାନ ଦେବା ଦରକାର ବୋଲି ସହରବାସୀ ମତବ୍ୟକ୍ତ କରିଛନ୍ତି।

ହେମନ୍ତ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri