ନୀଳମାଧବଙ୍କ ପୀଠରେ ଲବଣୀଖିଆ ଉତ୍ସବ

ଖଣ୍ଡପଡା,୨୭।୮(ସ୍ବ.ପ୍ର.)-ସୋମବାର କାଳୀୟଦଳନ ଏକାଦଶୀ ତିଥିରେ କଣ୍ଟିଲୋ ନୀଳମାଧବ ଜୀଉଙ୍କ ପୀଠରେ ବାଳୁତ କୃଷ୍ଣଙ୍କର ଲବଣୀଖିଆ ଓ କାଳୀୟ ଦଳନ ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ନୀଳମାଧବ ଜୀଉଙ୍କ ସ୍ନାନ ଏବଂ ଅବକାଶ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା । ଅପରାହ୍ନ ପ୍ରାୟ ୨ଟାରେ ଠାକୁରଙ୍କ ସନ୍ଧ୍ୟା ଆଳତି ପରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ବାଳୁତକୃଷ୍ଣ (ଗୁରୁଣ୍ଡି ଗୋପାଳ)ଙ୍କୁ ବେଶ କରାଯାଇଥିଲା । ଗୋପାଳ ଭୂମିକାରେ ଅବତୀର୍ଣ୍ଣ ନୀହାର ରଞ୍ଜନ ମିଶ୍ର, ବାଳଗୋପାଳ କୃଷ୍ଣ ଓ ମଦନମୋହନଙ୍କୁ ସେବକସାହିସ୍ଥ ରବୀନ୍ଦ୍ର ନାଥ ମିଶ୍ରଙ୍କ ବାସଭବନକୁ ନିମନ୍ତ୍ରଣ ରକ୍ଷା କରି ଲବଣୀ ଖାଇବାକୁ ନେଇଥିଲେ ା ନିମନ୍ତ୍ରଣ ସାଥିରେ ଅଣାଯାଇଥିବା ନୂତନ ବସ୍ତ୍ର ଓ ଅଳଙ୍କାର ପରିଧାନ କରି ବାଳୁତକୃଷ୍ଣ ସମ୍ପୃକ୍ତ ପୂଜକ ମିଶ୍ରଙ୍କ ଗୃହକୁ ଅପରାହ୍ନ ପ୍ରାୟ ସାଢେ୪ଟାରେ ବିଜେ କରିଥିଲେ । ପୂଜକ ମିଶ୍ର ଠାକୁରଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରିବା ପରେ ସାହିର ସମସ୍ତ ବ୍ରାହ୍ମଣ ସମ୍ପ୍ରଦାୟର ମହିଳାମାନେ ବାଳଗୋପାଳଙ୍କୁ ବନ୍ଦାପନା କରି ପୂଜାର୍ଚ୍ଚନା କରିଥିଲେ ।  ଏହାପରେ ଶ୍ରୀ ଜୀଉଙ୍କୁ ସର, ଲବଣୀ ଓ ବିଭିନ୍ନ ପ୍ରକାର ଫଳ ଅର୍ପଣ କରାଯାଇଥିଲା । ଅପରାହ୍ନ ପ୍ରାୟ ୫ଟାରେ କାଳିନ୍ଦୀ ହ୍ରଦ ଭାବରେ ନୀତି ସମ୍ପନ୍ନ ହେଉଥିବା ନୀଳମାଧବ ଜୀଉଙ୍କ ଦୟଣା ଚୋରି ବଗିଚାକୁ ବିଜେ ହୋଇଥିଲେ ବୋଲି ଦେବୋତ୍ତର ମ୍ୟାନେଜର ହରିହର ଦାଶ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀ ପୀଠରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ବରଗଡ଼ ଅଫିସ,୧୫ା୮ : ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଶନିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ଆସନ୍ତା ୨୨...

ଗ୍ରାମବାସୀଙ୍କ ଧାରଣା ପରେ ଶିକ୍ଷକ ବଦଳି ସ୍ଥଗିତ

ସରଣ୍ଡା, ୨୪ା୯(ଡି.ଏନ୍‌.ଏ .): ଅତାବିରା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ସିଲାଟ ଗ୍ରାମବାସୀଙ୍କ ଧାରଣା ପରେ ଶିକ୍ଷକଙ୍କ ବଦଳିକୁ ବାତିଲ କରାଯାଇଛି। ଏହାପରେ ଗ୍ରାମବାସୀ ଧାରଣାରୁ...

ଭିଡିଓ ରେକର୍ଡିଂରେ ହେବ ଯୁକ୍ତ ୨ ପାଠପଢ଼ା: ତାଲିମ ନେବେ ଅଧ୍ୟାପକ

ଭୁବନେଶ୍ୱର, ୩୦।୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ସ୍କୁଲ, କଲେଜ ଖୋଲିବା ନେଇ ନିଶ୍ଚିତତା ନ ଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ତେଣୁ ଅନ୍‌ଲାଇନରେ...

ତ୍ୱରାନ୍ବିତ ହେଲା ମିଶନ ‘ବିୟୁଟି ସିଟି’

ବାଲେଶ୍ୱର ଅଫିସ,୨୩।୯-ବାଲେଶ୍ୱର ସହରକୁ ‘ବିୟୁଟି ସିଟି’ରେ ପରିଣତ କରିବା ପାଇଁ ଆରମ୍ଭ ହୋଇଥିବା ମିଶନ କିଛିଦିନ ସ୍ଥଗିତ ହେବା ପରେ ସୋମବାର ପୁଣି ତ୍ୱରାନ୍ବିତ କରାଯାଇଛି।...

କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଧାରଣା

ପାରାଦୀପ, ୩୦ା ୭ (ସ୍ବ.ପ୍ର.): ପାରାଦୀପ ରିଫାଇନେରି ନିଷିଦ୍ଧାଞ୍ଚଳରେ ଶୁକ୍ରବାର ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା...

ଅଙ୍ଗଦାନ ପାଇଁ ସଚେତନ କରୁଛନ୍ତି ପ୍ରମୋଦ

ଛତ୍ରପୁର,୨୯ା୨(ଡି.ଏନ.ଏ) – ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ କରିବାକୁ ମହରାଷ୍ଟ୍ରରୁ ୬୮ ବର୍ଷୀୟ ପ୍ରମୋଦ ମହାଜନ ବାଇକ୍‌ରେ ଭାରତ ଅର୍ଗାନ ଯାତ୍ରାରେ ବାହାରିଛନ୍ତି। ବୟସ ପାଖରେ...

ଅଚଳ ଷ୍ଟ୍ରିଟ୍‌ ଲାଇଟ ମରାମତି ହେଉନି

ବଇଣ୍ଡା,୧୭।୧(ଡି.ଏନ.ଏ.)  ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତରେ ଥିବା ବଇଣ୍ଡା ଛକ ଓ ଆଠମଲ୍ଲିକ ରୋଡ୍‌ ଓଭରବ୍ରିଜ୍‌ ନିକଟରେ ଲାଗିଥିବା ଷ୍ଟ୍ରିଟ ଲାଇଟଗୁଡିକ ଦୀର୍ଘ...

ଓଲଟିଲା ଡଙ୍ଗା, ୨ ନିଖୋଜ

ପାରାଦୀପ,୧୯ା୯(ସ୍ବ.ପ୍ର.): ପାରାଦୀପସ୍ଥିତ ନେହେରୁବଙ୍ଗଳା ମୁହାଣ ନିକଟରେ ରବିବାର ଏକ ମାଛଧରା ଡଙ୍ଗା ଓଲଟି ପଡ଼ିବାରୁ ୨ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାରେ ମୋଟ ୫ ଜଣ...

Advertisement
Archives

Model This Week