ନୀରବ ଘାତକ ମଧୁମେହ

ମଧୁମେହ ସାମ୍ପ୍ରତିକ ସମୟରେ ଘୋର ସମସ୍ୟା ଭାବେ ଉଭା ହୋଇ ସାଂଘାତିକ ଭାବେ ବ୍ୟାପୁଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଏହା ଏକ ପ୍ରକାର ଆତଙ୍କ ସୃଷ୍ଟି କରିଛି। ବିଶ୍ୱ ସମୁଦାୟ ଏହାକୁ ନେଇ ଚିନ୍ତିତ ମଧ୍ୟ। ଏଣୁ ଏହି ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ୧୪ ନଭେମ୍ବରରେ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ମଧୁମେହ ସଂଘ ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ୧୯୯୧ରେ ପ୍ରଥମେ ଏହି ଦିବସ ପାଳନ କରାଯିବାର ପରିକଳ୍ପନା କରାଯାଇଥିଲା। ପରେ ୨୦୦୬ରେ ଜାତିସଂଘ ସାଧାରଣ ପରିଷଦରେ ଆଧିକାରିକ ସ୍ତରରେ ଏହି ଦିବସ ପାଳନ କରାଯିବା ଲାଗି ସ୍ଥିର କରାଯାଇଥିଲା ଓ ସେହି ବର୍ଷ ଏହାକୁ ପାଳନ କରାଯାଇଥିଲା। ୧୪ ନଭେମ୍ବରରେ ଏହି ଦିବସ ପାଳନ କରାଯିବାର ଏକ କାରଣ ବି ରହିଛି। ୧୯୯୨ରେ ଚାଲ୍ସ ବେଷ୍ଟ୍‌ଙ୍କ ସହ ମିଶି ଫେଡ୍‌ରିକ ବାଣ୍ଟିଙ୍ଗ ମଧୁମେହକୁ ଆୟତ୍ତକୁ ଆଣିବା ଲାଗି ଇନ୍‌ସୁଲିନ ଆବିଷ୍କାର କରିଥିଲେ। ଏଣୁ ବାଣ୍ଟିଙ୍ଗଙ୍କ ଜନ୍ମ ଦିନ ୧୪,ନଭେମ୍ବରରେ ହୋଇଥିବାରୁ ତାଙ୍କ ସମ୍ମାନାର୍ଥେ ଏହି ଦିବସକୁ ବିଶ୍ୱ ମଧୁମେହ ଦିବସ ଭାବେ ପାଳନ କରାଯାଉଛି। ୧୬୦ରୁ ଅଧିକ ଦେଶରେ ଏହା ପାଳନ କରାଯାଉଛି। ପ୍ରତିବର୍ଷ ଏହି ଦିବସ ଭିନ୍ନ ଭିନ୍ନ ଲକ୍ଷ୍ୟ ନେଇ ପାଳନ ହେଉଛି। କୌଣସି ବ୍ୟକ୍ତିି ମଧୁମେହରେ ପୀଡିତ ହେଲେ ସେଥିରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବା ଅସମ୍ଭବ। ଏହା ଥରେ ଗ୍ରାସ କଲେ ଜୀବନର ଶେଷ ଯାଏ ରହିଯାଏ। ଯଦି ସତର୍କତା ଅବଲମ୍ବନ କରାଯାଏ ତେବେ ବିପଦ କିଛିଟା ଟଳିଯିବ ବୋଲି ଏହି ଦିବସରେ ଲୋକମାନଙ୍କୁ ଅବଗତ କରାଯାଏ। ବ୍ୟାୟାମ ଓ ଓ୍ୟଷଧ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇଥାଏ। ମଧୁମେହ ପୀଡିତଙ୍କୁ ଖାଦ୍ୟପେୟ ଉପରେ ଧ୍ୟାନଦେବାକୁ ପଡିବ। ମଧୁମେହରୁ ବର୍ତ୍ତିବା ପାଇଁ ଜୀବନଶୈଳୀରେ ସୁଧାର ଆଣିବା ଦରକାର। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଏବେ ବିଶ୍ୱରେ ୩୫୦ ମିଲିୟନ୍‌ (୩୫ କୋଟି)ଲୋକ ମଧୁମେହରେ ପୀଡିତ ଏବଂ ଆଗାମୀ କିଛି ବର୍ଷ ଭିତରେ ଏହି ସଂଖ୍ୟା ଦୁଇ ଗୁଣରେ ପହଞ୍ଚିବ । ନିମ୍ନ ଓ ମଧ୍ୟବର୍ଗ ପରିବାରରେ ପ୍ରାୟ ୯୦ ପ୍ରତିଶତ ମୃତ୍ୟୁ ଏହି ରୋଗରୁ ହେଉଛି। ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ପୀଡିତଙ୍କର ଏହା ହୃଦ୍‌ ସମସ୍ୟାର କାରଣ ପାଲଟୁଛି। ଭାରତରେ ୭.୨୯ କୋଟି ବୟସ୍କ ଲୋକ ଏହି ରୋଗରେ ପୀଡିତ। ଗ୍ରାମାଞ୍ଚଳଠାରୁ ସହରାଞ୍ଚଳରେ ଏମାନଙ୍କ ସଂଖ୍ୟା ବେଶି। ମଧୁମେହ ବହୁ ସମୟରେ ପ୍ରାକୃତିକ କିମ୍ବା ବଂଶଗତ କାରଣରୁ ହୋଇଥାଏ। ଟାଇପ-୧ ମଧୁମେହ କିଶୋର ଅବସ୍ଥାରେ ହଠାତ୍‌ ଇନ୍‌ସୁଲିନ କ୍ଷରଣ ଶରୀରରେ ହ୍ରାସ ପାଇଲେ ଦେଖାଦିଏ। ଏହାକୁ ନିୟନ୍ତ୍ରଣ କରିବା ଲାଗି ଇନ୍‌ସୁଲିନ ଇଞ୍ଜେକ୍‌ସନ୍‌ର ଆବଶ୍ୟକତା ପଡେ। କିନ୍ତୁ ୩୦ ବର୍ଷ ବୟସ ପରେ ଟାଇପ୍‌-୨ ଧୀରେ ଧୀରେ ପ୍ରକାଶ ପାଏ। ମଧୁମେହ ପୀଡିତଙ୍କ ମଧ୍ୟରୁ ୯୦ ପ୍ରତିଶତ ଟାଇପ୍‌-୨ରେ ପୀଡିତ ହେଉଛନ୍ତି। ବିଶ୍ୱରେ ମହାମାରୀ ଭଳି ମାଡିଚାଲିଛି ମଧୁମେହ। ବିଶ୍ୱସ୍ତରରେ ୨୦୩୦ ସୁଦ୍ଧା ଟାଇପ୍‌-୨ ମଧୁମେହ ପୀଡିତଙ୍କ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଲାନସେଟ୍‌ ଡାଇବେଟିସ ଆଣ୍ଡ୍‌ ଏଣ୍ଡୋକ୍ରାଇନୋଲୋଜି ଜର୍ନାଲରେ ପ୍ରକାଶ କରାଯାଇଛି। କେବଳ ଭାରତରେ ୨୦୩୦ ସୁଦ୍ଧା ଏହି ସଂଖ୍ୟା ୯କୋଟିକୁ ଟପିଯିବ ବୋଲି କୁହାଯାଇଛି। ଏଣୁ ଏହାର ଭୟାବହତାକୁ ଦୃଷ୍ଟିରେ ରଖିତ୍ ଏବେଠାରୁ ସତର୍କ ରହିଲେ ଏକ ସୁସ୍ଥ ଜୀବନର ଅଧିକାରୀ ହୋଇପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବା ବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?