ନୀରବ ଘାତକ ମଧୁମେହ

ମଧୁମେହ ସାମ୍ପ୍ରତିକ ସମୟରେ ଘୋର ସମସ୍ୟା ଭାବେ ଉଭା ହୋଇ ସାଂଘାତିକ ଭାବେ ବ୍ୟାପୁଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଏହା ଏକ ପ୍ରକାର ଆତଙ୍କ ସୃଷ୍ଟି କରିଛି। ବିଶ୍ୱ ସମୁଦାୟ ଏହାକୁ ନେଇ ଚିନ୍ତିତ ମଧ୍ୟ। ଏଣୁ ଏହି ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ୧୪ ନଭେମ୍ବରରେ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ମଧୁମେହ ସଂଘ ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ୧୯୯୧ରେ ପ୍ରଥମେ ଏହି ଦିବସ ପାଳନ କରାଯିବାର ପରିକଳ୍ପନା କରାଯାଇଥିଲା। ପରେ ୨୦୦୬ରେ ଜାତିସଂଘ ସାଧାରଣ ପରିଷଦରେ ଆଧିକାରିକ ସ୍ତରରେ ଏହି ଦିବସ ପାଳନ କରାଯିବା ଲାଗି ସ୍ଥିର କରାଯାଇଥିଲା ଓ ସେହି ବର୍ଷ ଏହାକୁ ପାଳନ କରାଯାଇଥିଲା। ୧୪ ନଭେମ୍ବରରେ ଏହି ଦିବସ ପାଳନ କରାଯିବାର ଏକ କାରଣ ବି ରହିଛି। ୧୯୯୨ରେ ଚାଲ୍ସ ବେଷ୍ଟ୍‌ଙ୍କ ସହ ମିଶି ଫେଡ୍‌ରିକ ବାଣ୍ଟିଙ୍ଗ ମଧୁମେହକୁ ଆୟତ୍ତକୁ ଆଣିବା ଲାଗି ଇନ୍‌ସୁଲିନ ଆବିଷ୍କାର କରିଥିଲେ। ଏଣୁ ବାଣ୍ଟିଙ୍ଗଙ୍କ ଜନ୍ମ ଦିନ ୧୪,ନଭେମ୍ବରରେ ହୋଇଥିବାରୁ ତାଙ୍କ ସମ୍ମାନାର୍ଥେ ଏହି ଦିବସକୁ ବିଶ୍ୱ ମଧୁମେହ ଦିବସ ଭାବେ ପାଳନ କରାଯାଉଛି। ୧୬୦ରୁ ଅଧିକ ଦେଶରେ ଏହା ପାଳନ କରାଯାଉଛି। ପ୍ରତିବର୍ଷ ଏହି ଦିବସ ଭିନ୍ନ ଭିନ୍ନ ଲକ୍ଷ୍ୟ ନେଇ ପାଳନ ହେଉଛି। କୌଣସି ବ୍ୟକ୍ତିି ମଧୁମେହରେ ପୀଡିତ ହେଲେ ସେଥିରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବା ଅସମ୍ଭବ। ଏହା ଥରେ ଗ୍ରାସ କଲେ ଜୀବନର ଶେଷ ଯାଏ ରହିଯାଏ। ଯଦି ସତର୍କତା ଅବଲମ୍ବନ କରାଯାଏ ତେବେ ବିପଦ କିଛିଟା ଟଳିଯିବ ବୋଲି ଏହି ଦିବସରେ ଲୋକମାନଙ୍କୁ ଅବଗତ କରାଯାଏ। ବ୍ୟାୟାମ ଓ ଓ୍ୟଷଧ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇଥାଏ। ମଧୁମେହ ପୀଡିତଙ୍କୁ ଖାଦ୍ୟପେୟ ଉପରେ ଧ୍ୟାନଦେବାକୁ ପଡିବ। ମଧୁମେହରୁ ବର୍ତ୍ତିବା ପାଇଁ ଜୀବନଶୈଳୀରେ ସୁଧାର ଆଣିବା ଦରକାର। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଏବେ ବିଶ୍ୱରେ ୩୫୦ ମିଲିୟନ୍‌ (୩୫ କୋଟି)ଲୋକ ମଧୁମେହରେ ପୀଡିତ ଏବଂ ଆଗାମୀ କିଛି ବର୍ଷ ଭିତରେ ଏହି ସଂଖ୍ୟା ଦୁଇ ଗୁଣରେ ପହଞ୍ଚିବ । ନିମ୍ନ ଓ ମଧ୍ୟବର୍ଗ ପରିବାରରେ ପ୍ରାୟ ୯୦ ପ୍ରତିଶତ ମୃତ୍ୟୁ ଏହି ରୋଗରୁ ହେଉଛି। ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ପୀଡିତଙ୍କର ଏହା ହୃଦ୍‌ ସମସ୍ୟାର କାରଣ ପାଲଟୁଛି। ଭାରତରେ ୭.୨୯ କୋଟି ବୟସ୍କ ଲୋକ ଏହି ରୋଗରେ ପୀଡିତ। ଗ୍ରାମାଞ୍ଚଳଠାରୁ ସହରାଞ୍ଚଳରେ ଏମାନଙ୍କ ସଂଖ୍ୟା ବେଶି। ମଧୁମେହ ବହୁ ସମୟରେ ପ୍ରାକୃତିକ କିମ୍ବା ବଂଶଗତ କାରଣରୁ ହୋଇଥାଏ। ଟାଇପ-୧ ମଧୁମେହ କିଶୋର ଅବସ୍ଥାରେ ହଠାତ୍‌ ଇନ୍‌ସୁଲିନ କ୍ଷରଣ ଶରୀରରେ ହ୍ରାସ ପାଇଲେ ଦେଖାଦିଏ। ଏହାକୁ ନିୟନ୍ତ୍ରଣ କରିବା ଲାଗି ଇନ୍‌ସୁଲିନ ଇଞ୍ଜେକ୍‌ସନ୍‌ର ଆବଶ୍ୟକତା ପଡେ। କିନ୍ତୁ ୩୦ ବର୍ଷ ବୟସ ପରେ ଟାଇପ୍‌-୨ ଧୀରେ ଧୀରେ ପ୍ରକାଶ ପାଏ। ମଧୁମେହ ପୀଡିତଙ୍କ ମଧ୍ୟରୁ ୯୦ ପ୍ରତିଶତ ଟାଇପ୍‌-୨ରେ ପୀଡିତ ହେଉଛନ୍ତି। ବିଶ୍ୱରେ ମହାମାରୀ ଭଳି ମାଡିଚାଲିଛି ମଧୁମେହ। ବିଶ୍ୱସ୍ତରରେ ୨୦୩୦ ସୁଦ୍ଧା ଟାଇପ୍‌-୨ ମଧୁମେହ ପୀଡିତଙ୍କ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଲାନସେଟ୍‌ ଡାଇବେଟିସ ଆଣ୍ଡ୍‌ ଏଣ୍ଡୋକ୍ରାଇନୋଲୋଜି ଜର୍ନାଲରେ ପ୍ରକାଶ କରାଯାଇଛି। କେବଳ ଭାରତରେ ୨୦୩୦ ସୁଦ୍ଧା ଏହି ସଂଖ୍ୟା ୯କୋଟିକୁ ଟପିଯିବ ବୋଲି କୁହାଯାଇଛି। ଏଣୁ ଏହାର ଭୟାବହତାକୁ ଦୃଷ୍ଟିରେ ରଖିତ୍ ଏବେଠାରୁ ସତର୍କ ରହିଲେ ଏକ ସୁସ୍ଥ ଜୀବନର ଅଧିକାରୀ ହୋଇପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ଲିଓପାର୍ଡ ପ୍ରିଣ୍ଟ

ଫ୍ୟାଶନକୁ ନେଇ ଅନେକଙ୍କ ପସନ୍ଦ ବଦଳୁଥିବାର ଲକ୍ଷ୍ୟ କରୁଥିବେ। କିଛି ମାସରେ ନୂଆ ଖୋଜିବାକୁ ଆରମ୍ଭ କରନ୍ତି। ଲିଓପାର୍ଡ ପ୍ରିଣ୍ଟ ନୂଆ ନୁହେଁ। ଆଗରୁ ଓ...

୫ ଘଣ୍ଟାରୁ କମ୍‌ ଶୋଉଛନ୍ତି କି, ହୁଅନ୍ତୁ ସାବଧାନ…

ଦିନକୁ ୫ ଘଣ୍ଟାରୁ କମ୍‌ ସମୟ ଶୋଉଥିବା ବ୍ୟକ୍ତିଙ୍କୁ ନିଦ୍ରାହୀନତା ହୋଇଛି ବୋଲି କୁହାଯାଇଥାଏ। ଯଦି ଏହି ସମସ୍ୟା ଦୀର୍ଘଦିନ ଧରି ଲାଗି ରୁହେ, ତେବେ...

କେତେ ଉପକାରୀ ଜୁସ୍‌

ତଟକା ଫଳମୂଳରେ ପ୍ରସ୍ତୁତ ଜୁସ୍‌ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଜୁସ୍‌ରେ ଭିଟାମିନ୍‌-ଏ, ସି, ଇ ଏବଂ ଫୋଲିକ ଏସିଡ ଭରି...

ଭାଇଙ୍କ ହାତରେ ରାଖୀ ବାନ୍ଧିବା ବେଳେ ପକାନ୍ତୁ ୩ ଗଣ୍ଠି, ଜାଣିରଖନ୍ତୁ ଏସବୁ ନିୟମ..

ଆସୁଛି ରାଖୀ ପୂର୍ଣ୍ଣିମା। ଭାଇଭଉଣୀଙ୍କ ପବିତ୍ର ପ୍ରେମର ପ୍ରତୀକ ହେଉଛି ଏହି ପର୍ବ। ହିନ୍ଦୁ ଧର୍ମରେ ରାଖୀ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି। ଚଳିତ ବର୍ଷ...

ବଡ଼ ପେଟ ସମସ୍ୟା ନେଇ ଚିନ୍ତିତ କି … ପ୍ରତିଦିନ ପିଅନ୍ତୁ ଏହି ଜୁସ୍‌

ବର୍ତ୍ତମାନ ସମୟରେ ବଡ଼ ପେଟ ଏକ ମୁଖ୍ୟ ସମସ୍ୟା। ଆଧୁନିକ ଜୀବନଶୈଳୀ ହେଉ କିମ୍ବା ଗୋଟିଏ ଜାଗାରେ ବେଶି ସମୟ ବସି କାମ କରିବା ଫଳରେ...

ଓଠ କଳା ପଡୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ମୁହଁର ସୌନ୍ଦର୍ଯ୍ୟ ବଢ଼ାଇଥାଏ ଓଠ। ବିଶେଷକରି ଗୋଲାପୀ ଓଠ ଆକର୍ଷଣୀୟ ଦେଖାଯାଏ। ବେଳେବେଳେ ବିଭିନ୍ନ ରାସାୟନିକ ପଦାର୍ଥ ମିଶିଥିବା ଲିପ୍‌ଷ୍ଟିକ୍‌ ବ୍ୟବହାର କରିବା ଦ୍ୱାରା ଓଠ...

ପାଣି ଓଦା କାହିଁକି?

ଆମ ଆଖପାଖରେ ଯାହାବି ଘଟେ, ଯାହା ବି ବସ୍ତୁ ଅଛି ତା’ ମଧ୍ୟରେ କିଛି ନା କିଛି ବୈଜ୍ଞାନିକ କାରଣ ଲୁଚି ରହିଥାଏ, ଯେମିତି କି...

ବିନାଶକାରୀ ଭୂମିକମ୍ପ

ଗତ ମାସ ୨୨ ତାରିଖ ବୁଧବାର ସକାଳେ ପଡ଼ୋଶୀ ରାଷ୍ଟ୍ର ଆଫଗାନିସ୍ତାନରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୧।...

Advertisement
Archives

Model This Week