ନିୟମ ମାନିଲେନି ପ୍ରଶାସନିକ ଅଧିକାରୀଙ୍କ ସ୍ତ୍ରୀ: କ୍ୱାରାଣ୍ଟାଇନ୍‌ ସେଣ୍ଟର ଯାଇ କୋଟା ଫେରନ୍ତା ପୁଅଙ୍କୁ ଭେଟିଲେ

ଫୁଲବାଣୀ ଅଫିସ, ୮|୫- ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବାହାର ରାଜ୍ୟରୁ ଫେରିଥିବା ଲୋକେ ପଞ୍ଜୀକରଣ କରିବା ଓ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟରରେ କେହି ଅନାଧିକାର ପ୍ରବେଶ କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ନିର୍ଦ୍ଦେଶ ରହିଛି। ହେଲେ କନ୍ଧମାଳ ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଣେ ପ୍ରଶାସନିକ ଅଧିକାରୀଙ୍କ ସ୍ତ୍ରୀ ରାଜସ୍ଥାନର କୋଟାରୁ ଫେରିଥିବା ନିଜ ପୁଅଙ୍କୁ ଭେଟିବାକୁ ବିନା ଅନୁମତିରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବେଶ କରିଛନ୍ତି। ସେଠାରେ ସେ ଟାଉନ ଥାନାଧିକାରୀ, ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତେବେ ଚାପରେ ପଡ଼ି ତାଙ୍କ ନାମରେ କେହି ଏତଲା ଦେଇ ନ ଥିବା ଜଣାପଡିଛି। ଘଟଣାକୁ ଚାପି ଦେବାକୁ କୁଆଡ଼େ ନିର୍ଦ୍ଦେଶ ହୋଇଛି।
ଖଜୁରିପଡ଼ା ଅଞ୍ଚଳରେ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀ ଜଣକ ବିନା ଅନୁମତିରେ କୋଟା ଯାଇ ପୁଅଙ୍କୁ ଆଣି ଘରେ ରଖିଥିଲେ। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜିଲା ପ୍ରଶାସନକୁ ଖବର ଦେଇଥିଲେ। ମେଡିକାଲର ଏକ ଟିମ ସମ୍ପୃକ୍ତ ଅଧିକାରୀଙ୍କ ଘରକୁ ଯାଇ ତାଙ୍କ ପୁଅଙ୍କୁ ଆଣି ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପରେ ହୋଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖିଥିଲେ। ଅଧିକାରୀ ଜଣକ କାହା ଅନୁମତିରେ ଜିଲା ତଥା ରାଜ୍ୟ ବାହାରକୁ ଯାଇ ପୁଅଙ୍କୁ ଆଣିଛନ୍ତି ତାହା ତଦନ୍ତ ପରିସରଭୁକ୍ତ ରହିଥିବା ବେଳେ ତାଙ୍କ ସ୍ତ୍ରୀ ସରକାରଙ୍କ ସବୁ ନିୟମକୁ ଉଲ୍ଲଂଘନ କରିଛନ୍ତି। ସରକାରୀ ଗାଡ଼ିରେ ସେ କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିସରକୁ ଆସିଥିଲେ। ସେଠାରେ କାର୍ଯ୍ୟରତ କର୍ମଚାରୀ ଏବଂ ଦାୟିତ୍ୱରେ ଥିବା ଅଧିକାରୀ ଭିତରକୁ ଯିବାକୁ ବାରଣ କରିବାରୁ ତାଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ଟାଉନ ଥାନାଅଧିକାରୀ ନରେଶ କୁମାର ସାହୁଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରି ଜୋର ଜବରଦସ୍ତ ସଙ୍ଗରୋଧ ଗୃହରେ ପଶି ପୁଅଙ୍କୁ ଭେଟିଥିଲେ। ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ ଏବଂ ତାଙ୍କ ସ୍ତ୍ରୀଙ୍କ ଏତାଦୃତ କାର୍ଯ୍ୟକୁ ନେଇ ଜିଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏ ନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ ବୋଲି କହିଛନ୍ତି। ସେହିପରି ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କୁ ପଚାରିବାରୁ ଏଭଳି କିଛି ଖବର ତାଙ୍କ ପାଖରେ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଜିଲାପାଳ ଡା. ବୃନ୍ଦା ଡି. ଘଟଣା ସମ୍ପର୍କରେ ଶୁଣିଛି, ଏତଲା ହୋଇନାହିଁ। ଏତଲା ଦିଆଗଲେ ତଦନ୍ତ କରିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri