ନିୟମିତ ବସୁନି ପଞ୍ଚାୟତ ସମିତି ଅଧିବେଶନ: ୨ ମାସ ବଦଳରେ ବର୍ଷ ବର୍ଷ ବିତିଯାଉଛି

ନୟାଗଡ଼ ଅଫିସ,୧୧ା୮: ନୟାଗଡ଼ ଜିଲାରେ ଥିବା ୮ ପଞ୍ଚାୟତ ସମିତିରେ ଠିକ୍‌ ସମୟରେ ଅଧିବେଶନ ବସୁନାହିଁ। କେଉଁଠି ୬ ମାସ ତ ଆଉ କେଉଁଠି ବର୍ଷ ବର୍ଷ ବିତିଯାଉଛି। ରଣପୁର ପଞ୍ଚାୟତ ସମିତି ବୈଠକ ପାଖାପାଖି ବର୍ଷେ ହେଲା ବସିନାହିଁ। ଏହାକୁ ନେଇ କିଛିଦିନ ତଳେ ସିପିଆଇ (ଏମ୍‌) ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ନୂଆଗାଁ, ଓଡ଼ଗାଁ ଓ ନୟାଗଡ଼ ପଞ୍ଚାୟତ ସମିତିର ଶେଷ ବୈଠକ ଫେବୃୟାରୀ ମାସରେ ବସିଥିଲା। ଖଣ୍ଡପଡ଼ା ପଞ୍ଚାୟତ ସମିତିର ଶେଷ ବୈଠକ ଜୁଲାଇ ୨୪ରେ ଓ ଭାପୁର ପଞ୍ଚାୟତ ସମିତି ବୈଠକ ୨୧ ଜୁଲାଇରେ ବସିଥିଲା। ପଞ୍ଚାୟତ ସମିତି ବୈଠକ ଠିକ୍‌ ସମୟରେ ବସୁ ନ ଥିବାରୁ ଜନପ୍ରତିନିଧିମାନେ ନିଜ ପଞ୍ଚାୟତର କାର୍ଯ୍ୟକ୍ରମ ବିଷୟରେ ଜାଣିପାରୁ ନାହାନ୍ତି। ଏହା ଦ୍ୱାରା ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ନିୟମ ଅନୁସାରେ ପ୍ରତି ୨ମାସରେ ଥରେ ପଞ୍ଚାୟତ ସମିତି ଅଧିବେଶନ ବସିବା କଥା। ହେଲେ ଏହାକୁ ଅଣଦେଖା କରାଯାଇ କେତେବେଳେ ୪ ମାସ ତ ଆଉ କେତେବେଳେ ୬ ମାସ ପରେ ବୈଠକ କରାଯାଉଛି। ଅନ୍ୟପଟେ ପଞ୍ଚାୟତ ସମିତି ଅଧିବେଶନରେ ମହିଳା ଜନପ୍ରତିନିଧିଙ୍କୁ ଅଣଦେଖା କରାଯାଉଛି। ମହିଳା ସରପଞ୍ଚ, ସମିତିସଭ୍ୟାଙ୍କ ବଦଳରେ ସେମାନଙ୍କ ସ୍ବାମୀମାନେ ବୈଠକରେ ବସୁଥିବା ଦେଖିବାକୁ ମିଳୁଛି। ଏମାନେ ଆଲୋଚନାରେ ସାମିଲ ହୋଇ ମତାମତ ମଧ୍ୟ ଦେଉଛନ୍ତି, ଯାହା ନିୟମ ବିରୋଧ। ଜିଲାର ୮ ପଞ୍ଚାୟତ ସମିତି ଅଧୀନରେ ୧୯୪ ପଞ୍ଚାୟତ ଥିବାବେଳେ ଏଥିରୁ ୫୦ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି। ମହିଳାମାନେ ଘରେ ରହୁଥିବା ବେଳେ ସେମାନଙ୍କ ସ୍ବାମୀ କିମ୍ବା ପ୍ରତିନିଧିମାନେ ଆସି ବୈଠକରେ ଆଲୋଚନାରେ ଭାଗ ନେଉଛନ୍ତି। ଫଳରେ ମହିଳା ସଂରକ୍ଷଣ ନୀତି ନାମକୁମାତ୍ର ବୋଲି ଆଲୋଚନା ହେଉଛି। ଗତ ମାର୍ଚ୍ଚ ମାସରେ ନୟାଗଡ଼ ବ୍ଲକ ସିନ୍ଦୂରିଆ ସମିତିସଭ୍ୟ ହୁସେନ ଖାଁ ନିଜର ଫେସ୍‌ବୁକ୍‌ ପୋଷ୍ଟରେ ପଞ୍ଚାୟତ ସମିତି ବୈଠକରେ ସମିତିସଭ୍ୟାଙ୍କ ସ୍ବାମୀମାନେ ଆଲୋଚନା କରୁଥିବା ଭିଡ଼ିଓ ଭାଇରାଲ କରିଥିଲେ। ଏ ନେଇ ବିଭିନ୍ନ ଗଣାମଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଏ ଦିଗରେ କିଛି ବି କାର୍ଯ୍ୟାନୁଷ୍ଠାନ ହେଲାନି। ପ୍ରଶାସନ ସବୁ ଜାଣୁଥିଲେ ମଧ୍ୟ ଏ ଦିଗରେ ନୀରବତା ଅବଲମ୍ବନ କରୁଛନ୍ତି। ଅନେକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଧ୍ୟକ୍ଷାଙ୍କ ସ୍ବାମୀମାନେ ଆସି ରାତି ପର୍ଯ୍ୟନ୍ତ ରହି କାର୍ଯ୍ୟ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। କିଛିମାସ ତଳେ ଓଡ଼ଗାଁ ବ୍ଲକ ହରିହରପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ସ୍ବାମୀ ରହି ବିଭିନ୍ନ କାର୍ଯ୍ୟ କରୁଥିବା ନେଇ ପଞ୍ଚାୟତର କିଛି ଲୋକ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ପରେ ଜିଲା ପଞ୍ଚାୟତ ଅଧିକାରୀ ଏହାର ତଦନ୍ତ କରିବା ପାଇଁ ଜିପିଇଓଙ୍କୁ କହିଥିଲେ। ଜିପିଇଓ ତଦନ୍ତ କଲା ସମୟରେ ସରପଞ୍ଚଙ୍କ ସ୍ବାମୀ ସରପଞ୍ଚଙ୍କ ଟେବୁଲ ଉପରେ ବସି ଆଲୋଚନା କରିଥିଲେ। ବିଭିନ୍ନ ପଞ୍ଚାୟତ ସମିତି ବୈଠକ ଠିକ୍‌ ସମୟରେ ହେଉ ନ ଥିବା ନେଇ ଜିଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଥିଲେ, ଡିଆରଡିଏ କାର୍ଯ୍ୟାଳୟ ଏ ବିଷୟରେ ବୁଝୁଛି। ସେହିଭଳି ହରିହରପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ସ୍ବାମୀ ଉପସ୍ଥିତ ରହିବା ଘଟଣାର ତଦନ୍ତ କରାଯାଉଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri