ନିଷ୍ପତ୍ତି ବଦଳାଇଲେ ସରକାର

ନୂଆଦିଲ୍ଲୀ,୫ା୫: ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ନେବା ଲାଗି ସରକାର ଟ୍ରେନ ଚଳାଚଳକୁ ଅନୁମତି ଦେଇଛନ୍ତି। ତେବେ ଶ୍ରମିକମାନଙ୍କ ଭଡ଼ା କିଏ ଦେବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେବା ପରେ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ଟ୍ରେନ୍‌ ଭଡ଼ା ଦେବାକୁ ପଡ଼ିବ ନାହିଁ। ଭଡ଼ାର ୮୫% ରେଲଓ୍ବେ ଭରଣା କରିବ ଏବଂ ରାଜ୍ୟ ସରକାର ଅବଶିଷ୍ଟ ୧୫ % ପ୍ରଦାନ କରିବେ ବୋଲି କେନ୍ଦ୍ର ପକ୍ଷରୁ ସୋମବାର ସ୍ପଷ୍ଟ କରାଯାଇଛି।
ଶ୍ରମିକଙ୍କଠାରୁ ରାଜ୍ୟ ସରକାର ଭଡ଼ା ସଂଗ୍ରହ କରି ରେଲଓ୍ବେ ନିକଟରେ ଜମା କରିବେ ବୋଲି ରବିବାର ଗାଇଡ୍‌ଲାଇନରେ କୁହାଯାଇଥିଲା। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇନେବା ଲାଗି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳକୁ ଅନୁମତି ମିଳିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଶ୍ରମିକଙ୍କଠାରୁ ଭଡ଼ା ଆଦାୟ ନେଇ କିଛି କୁହାଯାଇ ନ ଥିଲା। ରେଲଓ୍ବେ ଓ ସମ୍ପୃକ୍ତ ରାଜ୍ୟ ଭଡ଼ା ବହନ କରିବ ବୋଲି ଗଣମାଧ୍ୟମକୁ ସରକାର ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ରେଳଭଡ଼ା ସମ୍ପୃକ୍ତ ରାଜ୍ୟ ଶାଖା କଂଗ୍ରେସ ଯୋଗାଇଦେବ ବୋଲି ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଘୋଷଣା କରିଥିଲେ। ରେଳ ମନ୍ତ୍ରଣାଳୟ ପିଏମ୍‌-କେୟାର ପାଣ୍ଠିକୁ ୧୫୧ କୋଟି ଟଙ୍କା ଦାନ କରିଥିବାବେଳେ ଦାଦନ ଶ୍ରମିକଙ୍କଠାରୁ ଭଡ଼ା ନେଉଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍‌ କରିଥିଲେ। ପରେ ସରକାର ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଲିକପ୍ଟର ଦୁର୍ଘଟଣା: ଚିହ୍ନଟ ହେଲେ ଅନ୍ୟ ୪ ମୃତ ଯବାନ, ଦିଆଯିବ ଶେଷ ବିଦାୟ

ନୂଆଦିଲ୍ଲୀ,୧୧ ।୧୨: ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଅନ୍ୟ ୪ ଯବାନଙ୍କ ମୃତଦେହ ଚିହ୍ନଟ କରାଯାଇଛି ।...

ଗୋଆରେ ପହଞ୍ଚିଲା ବାତ୍ୟା ‘ତଉକତେ’…

ମୁମ୍ବାଇ,୧୬।୫: ଲାକ୍ଷାଦ୍ୱୀପ ଏବଂ ଆରବ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ତଉକତେ’ ରବିବାର ଗୋଆର ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚିଛି। ଏହାର ପ୍ରଭାବରେ ଗୋଆରେ ପ୍ରବଳ...

ମାସ୍କ ନ ପିନ୍ଧିଲେ ଅଜବ ଦଣ୍ଡ; ହସ୍ପିଟାଲରେ କରିବାକୁ ପଡ଼ିବ ସ୍ବେଚ୍ଛାସେବୀ କାମ

ଗ୍ବାଲିଅର, ୬।୭- ମହାମାରୀ କରୋନା ସଂକ୍ରମଣରୁ ବଞ୍ଚତ୍ବା ଲାଗି ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନି ଚଳିବାକୁ ସରକାର ପରାମର୍ଶ ଦେଇଛନ୍ତି। କିନ୍ତୁ...

ନବଜାତ କନ୍ୟାକୁ ଘରକୁ ଆଣିବା ପାଇଁ ହେଲିକପ୍ଟର ଡକାଇଲେ ବାପା

ନାଗପୁର,୨୩।୪: ରାଜସ୍ଥାନର ନାଗପୁର ଜିଲାରେ ଜଣେ ବ୍ୟକ୍ତି ନିଜ ନବଜାତ କନ୍ୟାକୁ ଘରକୁ ଆଣିବା ପାଇଁ ହେଲିକପ୍ଟର ବ୍ୟବହାର କରିଛନ୍ତି। ହନୁମାନ ପ୍ରଜାପତଙ୍କ ପତ୍ନୀ ଚୁକି...

ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୯।୬: ଜମ୍ମୁ-କଶ୍ମୀରରେ ମଙ୍ଗଳବାର ପୂର୍ବାହ୍ନ ୮ଟା ୧୬ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ଥିଲା ବୋଲି ଜମ୍ମୁ-କଶ୍ମୀର ବିପର୍ଯ୍ୟୟ ପରିଚାଳନା...

କରୋନାକୁ ହରାଇବା ଯୋଜନା: ପ୍ରତିଦିନ ହେବ ୪୫ ଲକ୍ଷ ଟେଷ୍ଟ୍‌…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀକୁ ହରାଇବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନମୁନା ଟେଷ୍ଟ୍‌ ଉପରେ ଗୁରୁତ୍ୱାରୋପ କରାଯାଇଛି। ଦ୍ୱିତୀୟ ଲହର ପରେ ତୃତୀୟ ଲହର...

ବନ୍ୟା ସ୍ଥିତି ଅସମ୍ଭାଳ: ଖାଦ୍ୟାଭାବ ନେଲାଣି ୧୧ ଗଣ୍ଡାଙ୍କ ଜୀବନ

ଗୁଆହାଟି,୨୨ା୭ : ଉତ୍ତରଭାରତରେ ବର୍ତ୍ତମାନ ଲଗାଣ ବର୍ଷା ହେଉଥିବାରୁ ଆସାମରେ ବନ୍ୟା ସୃଷ୍ଟି ହୋଇଛି। ଏହି ବନ୍ୟାରେ ଲୋକଙ୍କ ପ୍ରାଣ ହାନି ହେବା ସହ ପଶୁପକ୍ଷୀମାନେ...

ରଥ ଖଳାରେ କୋଭିଡ୍‌ ଗାଇଡ୍‌ଲାଇନ ସଚେତନତା

ପୁରୀ ଅଫିସ, ୯।୫: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣକୁ ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାହା ଦୂର ହୋଇଛି। କେନ୍ଦ୍ର ସରକାରଙ୍କଠାରୁ...

Advertisement
Archives

Model This Week