ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି : ଧାରଣାରେ ବସିଲେ କର୍ମଚାରୀ

ଗୋପାଳପୁର,୪ା୨-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପାଲୁର ହିଲ୍‌୍‌ସ୍ଥିତ ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି ଲାଗି ରହିଛି। ଏଥିପାଇଁ ପ୍ରଶାସନିକ ବିବାଦକୁ ଦାୟୀ କରାଯାଇଥିବା ଅଭିଯୋଗ ହୋଇଛି। ଗତ ତିନିଦିନ ହେଲା ଛାତ୍ରୀଛାତ୍ର ଓ କର୍ମଚାରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି। କଲେଜ ରେଜିଷ୍ଟ୍ରାରଙ୍କୁ ବାହାର କରିଦେବା ଏବଂ ଡାଇରେକ୍ଟର ଓ ଚେୟାରମ୍ୟାନଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ଏହାର ପ୍ରତିବାଦରେ ସୋମବାର ଛାତ୍ରୀଛାତ୍ର ହୋହଲ୍ଲା କରିବା ସହ କର୍ମଚାରୀମାନେ ଏହାର ପ୍ରତିବାଦ କରି କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ।
ଛାତ୍ରୀଛାତ୍ରଙ୍କ କହିବାନୁସାରେ, ଗତ ଏକ ବର୍ଷ ତଳେ ଟ୍ରଷ୍ଟି କମିଟି ଦ୍ବାରା ରେଜିଷ୍ଟ୍ରାର ଭାବେ କ୍ଷୀରୋଦ କୁମାର ମହାପାତ୍ର ଚୟନ ହୋଇଥିଲେ। ସେ କଲେଜରେ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ କରି ଉନ୍ନତ ଧରଣର ପାଠପଢ଼ା, ଖାଦ୍ୟ ଆଦି ସୁବିଧା ଏବଂ ଆର୍ଥିକ କାରବାରରେ ସଂସ୍କାର ଆଣିଥିଲେ।
ଏଥିସହ କର୍ମଚାରୀଙ୍କୁ ମଧ୍ୟ ସମସ୍ତ ପ୍ରକାର ସୁବିଧା ଦେଇଥିଲେ। ଗତ ଜାନୁୟାରୀ ୩ ତାରିଖରେ ବିନା କାରଣରେ କଲେଜ ନିର୍ଦ୍ଦେଶକ ତାଙ୍କୁ ବାହାର କରି ଦେଇଥିଲେ । ଏହାପରେ ଡାଇରେକ୍ଟର ଓ ଚେୟାରମ୍ୟାନଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଏହାକୁ ସମାଧାନ କରିବା ପାଇଁ ଚେୟାରମ୍ୟାନ ବାରମ୍ବାର ଡାଇରେକ୍ଟରଙ୍କୁ ବୈଠକ କରିବାକୁ ଡ଼ାକିଥିଲେ ମଧ୍ୟ ସେ ଆସୁ ନ ଥିଲେ। ପ୍ରତିବର୍ଷ ସଂକଳ୍ପ କାର୍ଯ୍ୟକ୍ରମ ପାଇଁ ୮ ରୁ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଉଥିବା ବେଳେ ଚଳିତ ବର୍ଷ ୨ ଲକ୍ଷ ଟଙ୍କାରେ କରାଯିବା ଏବଂ ତାହାକୁ ଇନ୍‌ଡୋରରେ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଛି। ନିଷ୍ଟକୁ ବିଶ୍ବବିଦ୍ୟାଳୟ କରିବା ପାଇଁ ଚେୟାରମ୍ୟାନ ସବୁ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏକ ଟିମ୍‌ କଲେଜ ପରିଦର୍ଶନରେ ଆସିଥିଲେ । ତେବେ ଏହାକୁ ଡାଇରେକ୍ଟର କୌଣସି ପ୍ରକାର ସହଯୋଗ କରି ନ ଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି ା
ସୂଚନାଥାଉକି, ୧୯୯୬ ରେ ନିଷ୍ଟ କଲେଜ ଆରମ୍ଭ ହୋଇଥିଲା।
ଡାଇରେକ୍ଟର ଭାବେ ସଂଗ୍ରାମ ମୁଦୁଲି ଓ ଚେୟାରମ୍ୟାନ ଭାବେ ଜ୍ବାଇଁ ସୁକାନ୍ତ କୁମାର ମହାପାତ୍ର ରହିଥିଲେ । ଏହା କିଛିବର୍ଷ ଚାଲିବା ପରେ ଟ୍ରଷ୍ଟିରେ ମତଭେଦ ଆରମ୍ଭ ହେବା ଫଳରେ ଚେୟାରମ୍ୟାନ ପଦବୀରୁ ସୁକାନ୍ତଙ୍କୁ ବାଦ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସୁକାନ୍ତ ସୁପ୍ରିମକୋର୍ଟରେ ମକଦ୍ଦମା କରି ବିଜୟୀ ହୋଇଥିଲେ । ହେଲେ ଡ଼ାଇରେକ୍ଟର ସଂଗ୍ରାମ ଚେୟାରମ୍ୟାନ ସୁକାନ୍ତଙ୍କୁ କୌଣସି ପ୍ରକାର ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଛି ା
ଏ ସମ୍ପର୍କରେ କଲେଜ ଚେୟାରମ୍ୟାନ ସୁକାନ୍ତଙ୍କ ସହ ଯୋଗାଯୋଗ କରିବାରୁ, ବର୍ତ୍ତମାନ ବୈଠକ ଚାଲିିଛି । ଘଟଣା ସମ୍ପର୍କରେ ମୁଁ କିଛି କହିପାରିିବି ନାହିଁ। ପରବର୍ତ୍ତୀ ସମୟରେ କହିବି ବୋଲି କହିଥିଲେ। ଅପରପକ୍ଷରେ ଡାଇରେକ୍ଟର ସଂଗ୍ରାମ ମୁଦୁଲିଙ୍କ ମୋବାଇଲ ଫୋନ ନମ୍ବର ୯୪୩୭୦୧୧୧୬୫ ରେ ଯୋଗାଯୋଗ କରିବାରୁ ସେ ଉଠାଇ ନ ଥିଲେ । ଫଳରେ ତାଙ୍କଠାରୁ କୌଣସି ଉତ୍ତର ମିଳିପାରିନାହିଁ । ଅନ୍ୟପଟେ ଘଟଣାକୁ ଦୃଷ୍ଟିରେ ରଖି ନିଷ୍ଟ ପ୍ରଶାସନିକ ଅଧିକାରୀ ଡ. ସୁରେଶ ପଟ୍ଟନାୟକ ୧୫ ଦିନ ଛୁଟି ଘୋଷଣା କରିଛନ୍ତିି ା


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ନବବଧୂଙ୍କୁ ତଣ୍ଟିଚିପି ହତ୍ୟା

ଭୁବନେଶ୍ୱର,୧୦ା୩(ବ୍ୟୁରୋ):ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜରିପାଟଣା ଗାଁରେ ଜଣେ ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ ହୋଇଛି। ମୃତା ମହିଳା ଜଣକ ହେଲେ ଉକ୍ତ ଗାଁର ପ୍ରଭାତ...

ଦିନେ ବଢ଼ୁଛି ଦିନେ କମୁଛି: ଆଜି ରାଜ୍ୟରେ ୧୬୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟରେ ରବିବାର ୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ତାରାତାରିଣୀ ମନ୍ଦିର ପାର୍ଶ୍ଵବର୍ତ୍ତୀ ଋଷିକୁଲ୍ୟା ନଦୀ ତଟର ଉନ୍ନତି କରଣ ଲାଗି ହେଲା ମାଷ୍ଟର ପ୍ଲାନ

ପୁରୁଷୋତ୍ତମପୁର,୧୯/୫(ଡିଏନଏ): ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟଦେବୀ ଆଦିଶକ୍ତି ପୀଠ ତଥା ପର୍ଯ୍ୟଟନସ୍ଥଳ ମା ତାରାତାରିଣୀଙ୍କ  ମନ୍ଦିର ନବକଳେବର ହୋଇ ନୂତନ ରୁପରେଖରେ...

ସେମିଷ୍ଟର ପରୀକ୍ଷା ବିରୋଧରେ ବିକ୍ଷୋଭ

କଟକ ଅଫିସ, ୪।୧୨: ରାଜାବଗିଚାସ୍ଥିତ ନେତାଜୀ ସୁଭାଷ ମେମୋରିଆଲ ସିଟି କଲେଜରେ ସେମିଷ୍ଟର ପରୀକ୍ଷା ପ୍ରତିବାଦରେ ବୁଧବାର ଛାତ୍ରୀଛାତ୍ରମାନେ କଳେଜ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ...

ସୁସ୍ଥ ହେଲେ ଆଉ ୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୧।୭(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୧୨ ଜଣ ଅଛନ୍ତି। ସେହିପରି କଟକରୁ...

୪୦ ବର୍ଷରେ ପାଦ ଥାପିଲା ନାଲ୍‌କୋ:ପ୍ରତିଷ୍ଠା ଦିବସ ପାଳନ ଆଜି

ବଅଁରପାଳ,୭।୧ (ଡି.ଏନ୍‌.ଏ.) ଅନୁଗୋଳ ଜିଲା ନାଲ୍‌କୋ ପକ୍ଷରୁ ୪୦ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳନ କରାଯିବ। ଏଥିପାଇଁ ନାଲ୍‌କୋ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବେଶ୍‌ ତତ୍ପରତା ପ୍ରକାଶ...

ସୁରଟରେ ଖୋଲିବ ୧୨ ଓଡ଼ିଆ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୯।୮(ବ୍ୟୁରୋ) : ଗୁଜରାଟରେ ମୋଟ ୧୦ ଲକ୍ଷ ଓଡ଼ିଆ ବସବାସ କରୁଛନ୍ତି। ସେଥିରୁ ପ୍ରାୟ ୭ରୁ ୮ଲକ୍ଷ ଓଡିଆ ସୁରଟରେ ବାସକରନ୍ତି। ସେହି ଓଡିଆ ପରିବାରର...

୯୦.୨୭ କୋଟି ବ୍ୟୟରେ ନିର୍ମାଣ ହେବ ବରଗଡ଼ କ୍ୟାନସର ହସ୍ପିଟାଲ

ବରଗଡ଼ ଅଫିସ୍‌,୧୨।୮: ବରଗଡ଼ରେ କ୍ୟାନସର କେୟାର ସେଣ୍ଟର ସ୍ଥାପନ ପାଇଁ ସରକାରଙ୍କ ପ୍ରଶାସନିକ ଅନୁମୋଦନ ମିଳିଛି । ୧ଲକ୍ଷ ୩୬ ହଜାର ୫୦୮.୭୯ ବର୍ଗଫୁଟରେ ଉକ୍ତ...

Advertisement
Archives

Model This Week