ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି : ଧାରଣାରେ ବସିଲେ କର୍ମଚାରୀ

ଗୋପାଳପୁର,୪ା୨-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପାଲୁର ହିଲ୍‌୍‌ସ୍ଥିତ ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି ଲାଗି ରହିଛି। ଏଥିପାଇଁ ପ୍ରଶାସନିକ ବିବାଦକୁ ଦାୟୀ କରାଯାଇଥିବା ଅଭିଯୋଗ ହୋଇଛି। ଗତ ତିନିଦିନ ହେଲା ଛାତ୍ରୀଛାତ୍ର ଓ କର୍ମଚାରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି। କଲେଜ ରେଜିଷ୍ଟ୍ରାରଙ୍କୁ ବାହାର କରିଦେବା ଏବଂ ଡାଇରେକ୍ଟର ଓ ଚେୟାରମ୍ୟାନଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ଏହାର ପ୍ରତିବାଦରେ ସୋମବାର ଛାତ୍ରୀଛାତ୍ର ହୋହଲ୍ଲା କରିବା ସହ କର୍ମଚାରୀମାନେ ଏହାର ପ୍ରତିବାଦ କରି କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ।
ଛାତ୍ରୀଛାତ୍ରଙ୍କ କହିବାନୁସାରେ, ଗତ ଏକ ବର୍ଷ ତଳେ ଟ୍ରଷ୍ଟି କମିଟି ଦ୍ବାରା ରେଜିଷ୍ଟ୍ରାର ଭାବେ କ୍ଷୀରୋଦ କୁମାର ମହାପାତ୍ର ଚୟନ ହୋଇଥିଲେ। ସେ କଲେଜରେ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ କରି ଉନ୍ନତ ଧରଣର ପାଠପଢ଼ା, ଖାଦ୍ୟ ଆଦି ସୁବିଧା ଏବଂ ଆର୍ଥିକ କାରବାରରେ ସଂସ୍କାର ଆଣିଥିଲେ।
ଏଥିସହ କର୍ମଚାରୀଙ୍କୁ ମଧ୍ୟ ସମସ୍ତ ପ୍ରକାର ସୁବିଧା ଦେଇଥିଲେ। ଗତ ଜାନୁୟାରୀ ୩ ତାରିଖରେ ବିନା କାରଣରେ କଲେଜ ନିର୍ଦ୍ଦେଶକ ତାଙ୍କୁ ବାହାର କରି ଦେଇଥିଲେ । ଏହାପରେ ଡାଇରେକ୍ଟର ଓ ଚେୟାରମ୍ୟାନଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଏହାକୁ ସମାଧାନ କରିବା ପାଇଁ ଚେୟାରମ୍ୟାନ ବାରମ୍ବାର ଡାଇରେକ୍ଟରଙ୍କୁ ବୈଠକ କରିବାକୁ ଡ଼ାକିଥିଲେ ମଧ୍ୟ ସେ ଆସୁ ନ ଥିଲେ। ପ୍ରତିବର୍ଷ ସଂକଳ୍ପ କାର୍ଯ୍ୟକ୍ରମ ପାଇଁ ୮ ରୁ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଉଥିବା ବେଳେ ଚଳିତ ବର୍ଷ ୨ ଲକ୍ଷ ଟଙ୍କାରେ କରାଯିବା ଏବଂ ତାହାକୁ ଇନ୍‌ଡୋରରେ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଛି। ନିଷ୍ଟକୁ ବିଶ୍ବବିଦ୍ୟାଳୟ କରିବା ପାଇଁ ଚେୟାରମ୍ୟାନ ସବୁ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏକ ଟିମ୍‌ କଲେଜ ପରିଦର୍ଶନରେ ଆସିଥିଲେ । ତେବେ ଏହାକୁ ଡାଇରେକ୍ଟର କୌଣସି ପ୍ରକାର ସହଯୋଗ କରି ନ ଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି ା
ସୂଚନାଥାଉକି, ୧୯୯୬ ରେ ନିଷ୍ଟ କଲେଜ ଆରମ୍ଭ ହୋଇଥିଲା।
ଡାଇରେକ୍ଟର ଭାବେ ସଂଗ୍ରାମ ମୁଦୁଲି ଓ ଚେୟାରମ୍ୟାନ ଭାବେ ଜ୍ବାଇଁ ସୁକାନ୍ତ କୁମାର ମହାପାତ୍ର ରହିଥିଲେ । ଏହା କିଛିବର୍ଷ ଚାଲିବା ପରେ ଟ୍ରଷ୍ଟିରେ ମତଭେଦ ଆରମ୍ଭ ହେବା ଫଳରେ ଚେୟାରମ୍ୟାନ ପଦବୀରୁ ସୁକାନ୍ତଙ୍କୁ ବାଦ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସୁକାନ୍ତ ସୁପ୍ରିମକୋର୍ଟରେ ମକଦ୍ଦମା କରି ବିଜୟୀ ହୋଇଥିଲେ । ହେଲେ ଡ଼ାଇରେକ୍ଟର ସଂଗ୍ରାମ ଚେୟାରମ୍ୟାନ ସୁକାନ୍ତଙ୍କୁ କୌଣସି ପ୍ରକାର ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଛି ା
ଏ ସମ୍ପର୍କରେ କଲେଜ ଚେୟାରମ୍ୟାନ ସୁକାନ୍ତଙ୍କ ସହ ଯୋଗାଯୋଗ କରିବାରୁ, ବର୍ତ୍ତମାନ ବୈଠକ ଚାଲିିଛି । ଘଟଣା ସମ୍ପର୍କରେ ମୁଁ କିଛି କହିପାରିିବି ନାହିଁ। ପରବର୍ତ୍ତୀ ସମୟରେ କହିବି ବୋଲି କହିଥିଲେ। ଅପରପକ୍ଷରେ ଡାଇରେକ୍ଟର ସଂଗ୍ରାମ ମୁଦୁଲିଙ୍କ ମୋବାଇଲ ଫୋନ ନମ୍ବର ୯୪୩୭୦୧୧୧୬୫ ରେ ଯୋଗାଯୋଗ କରିବାରୁ ସେ ଉଠାଇ ନ ଥିଲେ । ଫଳରେ ତାଙ୍କଠାରୁ କୌଣସି ଉତ୍ତର ମିଳିପାରିନାହିଁ । ଅନ୍ୟପଟେ ଘଟଣାକୁ ଦୃଷ୍ଟିରେ ରଖି ନିଷ୍ଟ ପ୍ରଶାସନିକ ଅଧିକାରୀ ଡ. ସୁରେଶ ପଟ୍ଟନାୟକ ୧୫ ଦିନ ଛୁଟି ଘୋଷଣା କରିଛନ୍ତିି ା


Enter your email to get our daily news in your inbox.

All Right Reserved By Dharitri.Com

SIRର ଲକ୍ଷ୍ୟ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ: ପ୍ରତି ଘରକୁ ୩ ଥର ଯିବେ ବିଏଲଓ

ଭଞ୍ଜନଗର,୩୦।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସଆଇଆର ଉପରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏନେଇ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଶନିବାର ଏକ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ଅବମାନନା: ବର୍ଷକ ପରେ ବି ଉଚ୍ଛେଦ ହୋଇପାରୁନି…

ଭୁବନେଶ୍ୱର,୩୦ା୫(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବାପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏଥିମଧ୍ୟରେ ୮,୧୦୬ କୋଟି ଟଙ୍କାର ରିଙ୍ଗ୍‌ ରୋଡ୍‌ ପ୍ରସ୍ତାବ ସହିତ ରାଜଧାନୀକୁ…

ଆଜି ସାରା ରାଜ୍ୟରେ ବର୍ଷିବ: ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୩୦ା୫(ବନ୍ଦନା ସେଠୀ):କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଏବେ ତାପମାତ୍ରା ସାମାନ୍ୟ କମ୍‌ ରହିଛି। ଆସନ୍ତା ୬ଦିନ ଅର୍ଥାତ୍‌ ଜୁନ୍‌ ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ସେହିପରି…

ଭିଡ଼ ନିୟନ୍ତ୍ରଣ ପାଇଁ ବିଭିନ୍ନ ଟ୍ରେନ୍‌ରେ ଅସ୍ଥାୟୀ ଭାବେ କୋଚ୍‌ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର, ୩୦।୫ (ବନ୍ଦନା ସେଠୀ): ଯାତ୍ରୀମାନଙ୍କୁ ଆରାମଦାୟକ ଭ୍ରମଣ ସୁବିଧା ଯୋଗାଇଦେବା ଏବଂ ବଢୁଥିବା ଯାତ୍ରୀ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ କେତେକ…

ଆଜିଠୁ ଓଡ଼ିଶାରେ ଏସ୍‌ଆଇଆର୍‌: ସାମାନ୍ୟ ତ୍ରୁଟି ଥିଲେ…

ଭୁବନେଶ୍ୱର,୩୦।୫ (ସୁନିତ୍‌ ମିଶ୍ର): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟରେ ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌)-୨୦୨୬ ଶନିବାରଠାରୁ ଆରମ୍ଭ ହେବ। ଆସନ୍ତା ଜୁନ୍‌ ୨୮ ପର୍ଯ୍ୟନ୍ତ ବିଏଲ୍‌ଓମାନେ ଘରକୁ ଘର…

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri