ନିଶ୍ଚିନ୍ତକୋଇଲି ବ୍ଲକରେ ପ୍ରଶାସନିକ ଅବହେଳା: ୨୧ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର କାର୍ଯ୍ୟ ଅଧାପନ୍ତରିଆ, ଫେରିଲେ ୫୨ ପ୍ରବାସୀ

ନିଶ୍ଚିନ୍ତକୋଇଲି,୮।୫(ସ୍ବ.ପ୍ର.)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଳକ ୪୧ଟି ପଞ୍ଚାୟତ ମଧ୍ୟରୁ ମାତ୍ର ୨୦ଟି ପଞ୍ଚାୟତରେ ପ୍ରବାସୀ ଓଡିଆଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଅନ୍ୟ ୨୧ଟି ପଞ୍ଚାୟତରେ କାର୍ଯ୍ୟ ଅଧାପାନ୍ତରିଆ ହୋଇପଡିଛି। ବ୍ଲକ ପ୍ରଶାସନର ବ୍ୟାପକ ଅବହେଳା ପାଇଁ ସଙ୍ଗରୋଧ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଜଣାଯାଇଛି। ଅପରପକ୍ଷରେ ଗୁରୁବାର ଶେଷ ସୁଧା ୫୧ ଜଣ ପ୍ରବାସୀ ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ପହଞ୍ଚିିଥିବା ଜଣାଯାଇଛି। ତେବେ ବହିରାଗତ ଗାଁ ମୁହାଁ ହୋଇଥିବା ବେଳେ ବ୍ଲକ ପ୍ରଶାସନର ଦୁରଦୃଷ୍ଟିର ଅଭାବ ହେତୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ର ପ୍ରସ୍ତୁତି ହେବା ବ୍ଲକ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମସ୍ତ ପଞ୍ଚାୟତରେ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ବହିରାଗତକୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ପାଇଁ ବିଭିନ୍ନ ସମସ୍ୟା ଉପୁଜିଛି। କେତେକ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ରଗୃହ ପ୍ରସ୍ତୁତ ହୋଇଥିବା ବେଳେ କେତେକ ସ୍ଥାନରେ ବେଡ ଓ ଆନୁସଙ୍ଗିକ ଜିନିଷପତ୍ର ପହଞ୍ଚିନାହିଁ। ଆଉ କେଉଁଠି ଗାଧୁଆ ଘର ଓ ଶୌଚାଳୟ ମଧ୍ୟ ପ୍ରସ୍ତୁତ ସରିନାହିଁ । କିଛି ପଞ୍ଚାୟତରେ ଆଲୋକିକରଣ କାର୍ଯ୍ୟ ମଧ୍ୟ ଅଧାପାନ୍ତରିଆ ହୋଇ ରହିଛି। ତେବେ କେତୋଟି ସଙ୍ଗରୋଧ କେନ୍ଦ୍ରକୁ ପ୍ରସ୍ତୁତି କରାଇ ଜିଲାପାଳଙ୍କ ଦୃଷ୍ଟିକୁ ଆଣି ବ୍ଲକ ପ୍ରଶାସନ ବାହାବାହା ନେଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ।

ଅପରପକ୍ଷରେ ୩ ତାରିଖ ସୁଦ୍ଧା ସମସ୍ତ କେନ୍ଦ୍ର ପ୍ରସ୍ତୁତି କରିବା ପାଇଁ ଜିଲାପାଳ ଭବାନୀ ଶଙ୍କର ଚଇନି ନିର୍ଦ୍ଦେଶ ଦେଇଥିଲେ। ୮ ତାରିଖ ସୁଧା ମଧ୍ୟ ବହୁ କେନ୍ଦ୍ର ଏବେ କାର୍ଯ୍ୟ ଚାଲିଛି। ତେବେ ନିକଟରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା ବୈଠକରେ ତୁରନ୍ତ ସଙ୍ଗରୋଧ କେନ୍ଦ୍ରରେ ୪ ହଜାର ଶଯ୍ୟା ପକାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଅଦ୍ୟାବଧି ୧୮ଶହ ଶଯ୍ୟାମଧ୍ୟ ପ୍ରସ୍ତୁତ ହୋଇନାହିଁ। ଅପରପକ୍ଷରେ ୪ ତାରିଖଠାରୁ ବିଭିନ୍ନ ପଞ୍ଚାୟତକୁ ବହିରାଗତଙ୍କ ଆଗମନ ହୋଇଛି। ତେବେ ବାହାରୁ ଆସିଥିବା ୫୧ ଜଣ ମୁଖ୍ୟତଃ ବାଙ୍ଗାଲୋର ଓ ହାଇଦ୍ରାବାଦ ଫେରନ୍ତା ବୋଲି ଜଣାପଡ଼ିଛି। ତେବେ ଏହି ବ୍ଲକର ବାବୁଜଙ୍ଗ ପଂଚାୟତର ୨ ଜଣ, ବନ୍ଧକାଟିଆ, ବରାଦୋ,ଦାଉଦପୁର, ଫୋଗଳ, ଜମରା, ଝାଡେଶ୍ୱରପୁର, କଳମିଶ୍ରି, କଟରପଡା, ମଣିଜଙ୍ଗ, ନଗସପୁର,ତରତସାଶନ, ଉତରକୂଳ ପଞ୍ଚାୟତକୁ ଜଣେ ଲେଖାଏ ଫେରିଥିବା ବେଳେ ଜୟରାମପୁର ପଞ୍ଚାୟତରେ ୪ ଜଣ, ଝାଡେଶ୍ୱର ପଂଚାୟତକୁ ୨ ଜଣ, ଜିଗ୍ନିପୁର ୪ ଜଣ,କଟିକଟା ୩ ଜଣ, ନରୋନ୍ଦ୍ରପୁର ୫ଜଣ, ନତକାଇ ୫ ଜଣ,ନେମାଳ୨ ଜଣ, ପାଳଦା ୪ ଜଣ,ରାମକୃଷ୍ଣପୁର ୫ ଜଣ ଓ ଶୁକରପଡା ୩ ଜଣ ପ୍ରବାସୀ ଫେରିଥିବା ବ୍ଳକ ପ୍ରଶାସନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରୁ ଆନ୍ଧ୍ରକୁ ତଡ଼ିଲା ଓଡ଼ିଶା

କୋରାପୁଟ/ପଟ୍ଟାଙ୍ଗୀ,୧୦।୭: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର- ଓଡ଼ିଶା...

ଏମ୍‌ଜିଏନ୍‌ଇଆରଇଜିଏସ୍‌ର ପ୍ରାପ୍ୟ ନ ପାଇ ଅନଶନରେ ବସିଲେ ହିତାଧିକାରୀ

ଦାରିଙ୍ଗବାଡ଼ି,୫ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଏମ୍‌ଜିଏନ୍‌ଇଆର୍‌ଇଜିଏସ୍‌ ଯୋଜନାରେ କାର୍ଯ୍ୟ କରି ପ୍ରାପ୍ୟ ନ ପାଇ ଶେଷରେ ଆମରଣ ଅନଶନରେ ବସିବାକୁ...

ଆଜି ଭୁବନେଶ୍ୱରରୁ ୫ ଆକ୍ରାନ୍ତ ଚିହ୍ନଟ: ୭ ସୁସ୍ଥ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଫନୀ ମୁକାବିଲା ଡକ୍ୟୁମେଣ୍ଟାରୀ ଉନ୍ମୋଚିତ

ଭୁବନେଶ୍ୱର, ୯।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବାତ୍ୟା ‘ଫନୀ’ ମୁକାବିଲା ଡକ୍ୟୁମଣ୍ଟାରୀ ଉନ୍ମୋଚିତ ହୋଇଯାଇଛି। ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ ଉତ୍ସବରେ ପୋଲିସ ବିଭାଗ ଦ୍ୱାରା...

ଉଚ୍ଛେଦ କରିବାକୁ ଯାଇ ନାକେଦମ୍‌

ଭୁବନେଶ୍ୱର, ୧୮।୩ (ବ୍ୟୁରୋ): ଉଠାଦୋକାନୀ ଏବଂ ବିଏମ୍‌ସି, ବିଡିଏ ମଧ୍ୟରେ ଚାଲିଥିବା ଛକାପଞ୍ଝାର ସ୍ଥାୟୀ ସମାଧାନ ବାହାରି ପାରୁନାହିଁ। ଉଠାଦୋକାନୀମାନେ ଯେଉଁଠି ପାରୁଛନ୍ତି ସେଠି ବେପାର...

ଛତ୍ରପୁରରେ ବନ୍ଦ ପ୍ରଭାବ ଶୂନ

ଛତ୍ରପୁର, ୮।୧(ଡି.ଏନ.ଏ): ଗଞ୍ଜାମ ଜ଼ିଲା ସଦର ମହକୁମା ଛତ୍ରପୁର ସହରରେ ଭାରତ ବନ୍ଦର ପ୍ରଭାବ ଆଦୌ ପଡିନି। ଏଠାରେ ପରିବା, ମାଛ ମାର୍କେଟ ସହ ସମସ୍ତ...

ବର୍ଷା ଅଭାବରୁ ପୁଣି ଜୀବନ ହାରିଲେ ଆଉ ଜଣେ ଚାଷୀ: ୪ ଦିନ ଭିତରେ ୨ ଜଣଙ୍କ ଆତ୍ମହତ୍ୟା

ବଲାଙ୍ଗୀର ଅଫିସ,୬।୯: ବଲାଙ୍ଗୀର ଜିଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାଟଣାଗଡ ବ୍ଲକ ଭାଲୁଜୁରି ଗାଁର ଚାଷୀ ଯୁଧିଷ୍ଠିର ଭୋଇ...

ଗଞ୍ଜାମରେ ୧୨ କରୋନା ଯୋଦ୍ଧାଙ୍କ ସମେତ ୪୨ ପଜିଟିଭ୍‌ : ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି

ଛତ୍ରପୁର,୧୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଶୁକ୍ରବାର ୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି। ୪୨...

Advertisement
Archives

Model This Week