ନିଲାମ ଘାଟରୁ ବେଆଇନ ବାଲି ଚାଲାଣ

ରସୁଲପୁର,୧୧।୧୦(ଡି.ଏନ୍‌.ଏ.): ରସୁଲପୁର ତହସିଲ ଅଧିନରେ ଥିବା ବ୍ରାହ୍ମଣୀ ନଦୀର ଅଧିକାଂଶ ନିଲାମ ବାଲି ଘାଟରେ ପାଣି ପଶିି ଯାଇଛି। ତେଣୁ ବାଲି ଉତ୍ତୋଳନ ଓ ପରିବହନ ସାମୟିକ ବନ୍ଦ ରହିଛି। ଏହି ସୁଯୋଗରେ ବାଲି ମାଫିଆମାନେ ନଦୀ ଗର୍ଭରେ ଥିବା ଉଚ୍ଚା ଓ କୁଦ ସ୍ଥାନକୁ ଟାର୍ଗେଟ କରିଛନ୍ତି। ବିଶେଷକରି ରସୁଲପୁର ବ୍ଲକ ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତର ବ୍ରାହ୍ମଣୀ ନଦୀରେ ଚାଲିଥିବା ରଣେଶ୍ୱରୀ ନିଲାମ ବାଲିଘାଟରୁ ବେଆଇନ ଭାବରେ ବାଲି ପରିବହନ ହେଉଥିବା ଅଭିଯୋଗ ହେଉଛି। ଆଉ ଏହି ଘାଟରୁ ଉଠାଯାଇଥିବା ଫଟୋରୁ ଅଭିଯୋଗର ସତ୍ୟତା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଯାଉଛି। ଲିଜ୍‌ଧାରୀ ଘାଟ ପରିଚାଳନାରେ ଆଇନକୁ ଖୋଲାଖୋଲି ଭାବରେ ଊଲ୍ଲଂଘନ କରୁଛନ୍ତି। ଏଠାରେ ବାଲି ଉତ୍ତୋଳନକାରୀମାନେ ଆବଶ୍ୟକ ଠାରୁ ଅଧିକ, ଅନୁମତି ନ ଥିବା ଯନ୍ତ୍ରାଂଶ ଓ ଭାରିଯାନ ସବୁ ବ୍ୟବହାର କରି ବାଲି ଉତ୍ତୋଳନ କରୁଛନ୍ତି। ଏଦିଗରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁ ନ ଥିବାରୁ ବାଲି ଚାଲାଣକାରୀମାନେ ମାଲେମାଲ ହେଉଥିବାବେଳେ ସରକାରୀ ରାଜସ୍ବ ଆଦାୟ ବାଟବଣା ହୋଇଯାଇଛି। ବେଆଇନ ବାଲି ଉତ୍ତୋଳନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି।
ଘଟଣାରୁ ପ୍ରକାଶ ଯେ, ୨୦୧୬-୧୭ ଆର୍ଥତ୍କ ବର୍ଷରେ ରସୁଲପୁର ତହସିଲ ପକ୍ଷରୁ ରଣେଶ୍ୱରୀ ଘାଟକୁ ନିଲାମ ଦିଆଯାଇଛି। ଲଘୁ ଖଣିଜ ସମ୍ପଦ ଉତ୍ତୋଳନ ନିୟମ ଆଧାରରେ ବାଲି ଉତ୍ତୋଳନ କରିବାକୁ ନେଇ ଲିଜ୍‌ଧାରୀ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ବାଲି ପରିବହନରେ ଛୋଟ ଗାଡ଼ି ଯଥା ଟ୍ରାକ୍ଟର, ଟାଟା ଏସିଇ, ୪୦୭, ମିନିଟ୍ରକ ଆଦି ବ୍ୟବହାର କରାଯିବ ା ଉକ୍ତ ଗାଡ଼ିକୁ ବାଲି ବୋଝେଇ କରିବା ପାଇଁ ଶ୍ରମିକଙ୍କୁ ନିଯୁକ୍ତି ଦିଆଯିବ। ଏଦିଗରେ କୌଣସି ମେଶିନ ବ୍ୟବହାର କରାଯିବ ନାହିଁ। ଏପରି କି ଆବଶ୍ୟକତାଠାରୁ ଅଧିକ ଗଭୀର ପର୍ଯ୍ୟନ୍ତ ବାଲି ଖୋଳା ଯାଇପାରିବ ନାହିଁ। ମାତ୍ର ଏଠାରେ ଏସବୁ ନିୟମକୁ ଖୋଲାଖୋଲି ଭାବରେ ଊଲ୍ଲଂଘନ କରାଯାଉଛି। ଲିଜ୍‌ଧାରୀ ସ୍ଥାନୀୟ ଅଞ୍ଚଳର କେତେକ ମାଫିଆଙ୍କୁ ଢାଲକରି ବାଲିଘାଟରେ ବ୍ୟବହୃତ ଗାଡ଼ିକୁ ବାଲି ବୋଝେଇ କରିବା ପାଇଁ ଜେସିବି ମେଶିନ ବ୍ୟବହାର କରୁଛନ୍ତି। ଛୋଟ ଗାଡ଼ି ବଦଳରେ ହାଇୱା ଓ ୧୦ଚକିଆ ଟ୍ରକ ବ୍ୟବହାର କରୁଛନ୍ତି। ଆବଶ୍ୟକତାଠାରୁ ଅଧିକ ବାଲି ପରିବହନ କରୁଛନ୍ତି। ତହସିଲ ପକ୍ଷରୁ ଚିହ୍ନଟ କରାଯାଇଥିବା ଅଞ୍ଚଳକୁ ଛାଡ଼ିଦେଇ ଯଥେଷ୍ଟ ଅଧିକ ଅଞ୍ଚଳକୁ ଅକ୍ତିଆର କରି ବାଲି ଉଠାଯାଉଛି। ଭାରିଯାନ ଚଳାଚଳ ଦ୍ୱାରା ଗ୍ରାମ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି। ବଡ଼ ଗାଡ଼ିଗୁଡ଼ିକ ଗାଁ ରାସ୍ତାରେ ବେପରୁଆ ଭାବରେ ଗାଡ଼ି ଚାଳନା କରିବା ଦ୍ୱାରା ଧନ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଉକ୍ତ ବେଆଇନ ବାଲି ଚାଲାଣକୁ ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ତହସିଲଦାରଙ୍କୁ ଅବଗତ କରାଇଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଇ ପାରି ନାହିଁ । ଏ ସମ୍ପର୍କରେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କୁ ପଚାରିବାରେ ସେ ଏସଂକ୍ରାନ୍ତରେ ତାଙ୍କ ନିକଟକୁ କେତେକ ଅଭିଯୋଗ ହୋଇଥିବା କଥାକୁ ସ୍ବୀକାର କରିବା ସହ ଘଟଣାସ୍ଥଳ ପରିଦର୍ଶନ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri