Posted inଜାତୀୟ

ନିର୍ବାଚନ ବେଳେ ୩,୪୪୯ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ,୨୦।୫(ପି.ଟି.): ଲୋକ ସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ଦେଶର ବିଭିନ୍ନ ସ୍ଥାନରୁ ମୋଟ ୩୪୪୯.୧୨ କୋଟି ଟଙ୍କା ମୂଲ୍ୟର ନଗଦ ଅର୍ଥ, ଡ୍ରଗ୍ସ, ମଦ ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଜବତ ହୋଇଥିବା ନିର୍ବାଚନ କମିଶନ (ଇସି) ରବିବାର ସୂଚନା ଦେଇଛନ୍ତି। ୨୦୧୪ ତୁଳନାରେ ଏଥର ପାଖାପାଖି ତିନିଗୁଣ ଅଧିକ ଅର୍ଥ ଜବତ ହୋଇଛି। ୨୦୧୪ ସାଧାରଣ ନିର୍ବାଚନ ବେଳେ ମୋଟ ୧୨୦୬ କୋଟି ଟଙ୍କାର ନଗଦ ଅର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା ବୋଲି ଇସି ମହାନିର୍ଦ୍ଦେଶକ (ନିର୍ବାଚନ ଖର୍ଚ୍ଚ) ଦିଲୀପ ଶର୍ମା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ମାର୍ଚ୍ଚ ୧୦ରେ ଇସି ନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ। ମାର୍ଚ୍ଚ ୧୦ରୁ ମେ ୧୯ ମଧ୍ୟରେ ୮୩୯.୦୩ କୋଟି ଟଙ୍କାର ନଗଦ ଅର୍ଥ, ୨୯୪.୪୧ କୋଟି ଟଙ୍କାର ମଦ, ୧୨୭୦.୩୭ କୋଟି ଟଙ୍କାର ଡ୍ରଗ୍ସ, ୯୮୬.୭୬ କୋଟି ଟଙ୍କାର ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମର୍ଗୀ ଏବଂ ୫୮.୫୬ କୋଟି ଟଙ୍କାର ଶାଢ଼ୀ, ହାତଘଡ଼ି ଏବଂ ଭୋଟରଙ୍କୁ ବଣ୍ଟାଯିବାକୁ ଥିବା ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୩ ବର୍ଷ ବୟସରେ ଘର ଛାଡ଼ିଥିଲେ ଏହି କ୍ରିକେଟର୍‌ : ଟି-୨୦ ଡେବ୍ୟୁରେ ରଚିଲେ ଇତିହାସ

ନୂଆଦିଲ୍ଲୀ,୨୩।୧୧: ସୟଦ ମୁସ୍ତାକ ଅଲି ଟ୍ରଫିରେ ଚମତ୍କାର ବୋଲିଂ କରି ଇତିହାସ ରଚିଛନ୍ତି ଜମଶେଦ ଆଲମ। ଲଗାତାର ୪ଟି ଉଇକେଟ ନେଇ ସେ ଏକ ବିରଳ ରେକର୍ଡର…

ଏସିଆରେ ଭାରତ ତୃତୀୟ ଶକ୍ତିଶାଳୀ ଦେଶ: ମୋଦି ଦ୍ୱିତୀୟ ସବୁଠୁ ପ୍ରଭାବୀ ଆଞ୍ଚଳିକ ନେତା

ନୂଆଦିଲ୍ଲୀ,୨୪ା୧୧: ଲୋୟି ଇନ୍‌ଷ୍ଟିଚ୍ୟୁଟ୍‌ର ଏସିଆ ପାଓ୍ବାର ଇଣ୍ଡେକ୍ସ ୨୦୨୬ ଅନୁଯାୟୀ ଭାରତ ଏସିଆ ମହାଦେଶରେ ତୃତୀୟ ସବୁଠୁ ଶକ୍ତିଶାଳୀ ଦେଶ ସ୍ଥାନ ବଜାୟ ରଖିବା ସହ ଏକ…

ଘର ଲୋକଙ୍କୁ କୋଠରିରେ ବନ୍ଦ କରି ଚୋରି, ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍:ଫ୍ରିଜ୍‌ରୁ କ୍ଷୀର ବାହାର କରି ଚା’ କରି ପିଇଲେ…

ଭଞ୍ଜନଗର, ୨୩/୧୧ (ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ…

ଧନୁଯାତ୍ରା ସ୍ଥଗିତ: ମାହୁନ୍ତକୁ ହାତୀ ଦଳି ଦେବା ପରେ ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ବଲାଙ୍ଗୀର,୨୩।୧୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡାରେ ହେଉଥିବା ୪୦ତମ ଧନୁଯାତ୍ରା ମହୋତ୍ସବକୁ ସ୍ଥଗିତ କରିଛି ପ୍ରଶାସନ। ଧନୁଯାତ୍ରା ମହୋତ୍ସବ ସମୟରେ ଏକ ଦୁଃଖଦ ଘଟଣା…

ନନ୍ଦିପଦା ଓ ବନ୍ତ ପୋଲିସ ମିଳିତ ଚଢ଼ାଉ

ହାଟଡିହୀ/ଛେନାପଦୀ, ୨୩/୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାର ନନ୍ଦିପଦା ପୋଲିସ ଏବଂ ଭଦ୍ରକ ଜିଲାର ବନ୍ତ ପୋଲିସ ଏକ ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା…

ପାକିସ୍ତାନଠାରୁ ପରାଜୟର ପ୍ରତିଶୋଧ ନେବ ଭାରତ: ଏହି ଦିନ ପୁଣି ହେବେ ମୁହାଁମୁହିଁ! ଜବାବ ଦେବେ ବୈଭବ-ହର୍ଷିତ

ନୂଆଦିଲ୍ଲୀ,୨୩।୧୧: ଏସିଆ କପ ରାଇଜିଂ ଷ୍ଟାର୍ସରେ ରବିବାର ଖେଳାଯାଇଥିବା ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନଠାରୁ ପରାସ୍ତ ହୋଇଛି ଭାରତ। ଏହି ବିଜୟ ସହ ପାକିସ୍ତାନ ସେମିଫାଇନାଲ ଟିକେଟ…

ଗର୍ଭବତୀଙ୍କ ନିକଟରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଆଉ ତା’ପରେ…

ଥୁଆମୂଳ ରାମପୁର,୨୩।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଗ୍ରାମପଞ୍ଚାୟତ ଅମଠାଗୁଡ଼ା ଗ୍ରାମକୁ ଯିବା ବାଟରେ ପଡ଼ୁଥିବା ଏକ ଛୋଟ ନାଳ ଯୋଗୁ…

ସେବାଶ୍ରମରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଖଇରପୁଟ/ମାଲକାନଗିରି,୨୩।୧୧ (ଜଗନ୍ନାଥ ମାଝୀ/ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପରକନମାଳା (ସୁନା ନଗର) ସେବାଶ୍ରମରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?