ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟରେ ଅବ୍ୟବସ୍ଥା: ପୋଲିଂ ପାର୍ଟି ହଇରାଣ

କେନ୍ଦୁଝର,୨୨ା୪ (ସ୍ବ.ପ୍ର.) ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରବିବାର ଦିନ ସ୍ଥାନୀୟ ମାଇନିଂ ସ୍କୁଲ ପରିସରରେ ପୋଲିଂ ପାର୍ଟିଙ୍କୁ ପଠାଇବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏଠାରେ ସଦର ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ପୋଲିଂ ପାର୍ଟି ପ୍ରସ୍ତୁତ କରାଯାଇ ପଠାଯାଇଥିଲା। ତେବେ ଏହି ଆୟୋଜନ ବେଳେ ବହୁ ସମସ୍ୟା ଦେଖାଦେଇଥିଲା। ଗଣତନ୍ତ୍ରର ମହାପର୍ବ ନିର୍ବାଚନ ହେଉଥିବାରୁ କେହି ମୁହଁ ଖୋଲି ନ ଥିଲେ ହେଁ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ଛିଣ୍ଡା ଟେଣ୍ଟ ତଳେ ପୋଲିଂ ପାର୍ଟିଙ୍କୁ ବସାଇ ଦିଆଯାଇଥିଲା। ଏପରିକି ସ୍ଥାନ ଅଭାବରୁ ଖାଲା ପଡ଼ିଆରେ ଖରାରେ ଅନେକ ପୋଲିଂ ପାର୍ଟି ସଦସ୍ୟ ବସି ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଥିଲା। ଖରାରେ ଜଣେ ପୋଲିସ କନଷ୍ଟେବଳ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲା। ତେବେ ଏଭଳି ଖରାରେ ଇଭିଏମ ଓ ଭିଭିପିଏଟି ମେଶିନ ଧରି ପୋଲିଂ ପାର୍ଟି ବସିବା ଅନେକଙ୍କୁ ବ୍ୟଥିତ କରିଥିଲା। ପ୍ରବଳ ଖରା ଯୋଗୁ ଇଭିଏମ ମେଶିନ ବାକ୍ସ ଗରମ ହୋଇ ଖରାପ ହେବା ସମ୍ଭାବନା ଥିଲା। ସେହିପରି ହଠାତ ଅପରାହ୍ନରେ ବର୍ଷା ଓ ପବନ ହେବାରୁ ପୋଲିଂ କର୍ମଚାରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। କେତେକଙ୍କ ସାମଗ୍ରୀ ମଧ୍ୟ ଓଦା ହୋଇଯାଇଥିଲା। ସକାଳୁ ପୋଲିଂ ପାର୍ଟି ପହଁଞ୍ଚତ୍ଥିଲେ ହେଁ ଖାଇବା ପାଇଁ କୌଣସି ବ୍ୟବସ୍ଥା ନ ଥିଲା। ପ୍ରଥମ ଥର ପାଇଁ ମହିଳା କର୍ମଚାରୀ ନିର୍ବାଚନରେ ସାମିଲ ହୋଇଥିବାବେଳେ ସେମାନଙ୍କ ପାଇଁ ଖାଦ୍ୟ,ପାନୀୟ ବ୍ୟବସ୍ଥା ତ ଦୂରର କଥା ଆବଶ୍ୟକ ଶୌଚାଳୟ ବ୍ୟବସ୍ଥା କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ପଡିଆ ସମତୁଲ କରାଯାଇ ନ ଥିବାରୁ ପୋଲିଂ କର୍ମଚାରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପାଣି ପାଇଁ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଥିବାବେଳେ ସେଥିରୁ ପାଣି ବୋହି ଚାରିଆଡ଼େ ପଡୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିଲା। ସେହିପରି ଜଣେ ଜଣେ ସେକ୍ଟର ଅଫିସରଙ୍କୁ ୪/୫ଟି ବୁଥ ବଦଳରେ ଦୁଇଟି ପଞ୍ଚାୟତ ଅର୍ଥାତ୍‌ ପାଖାପାଖି ୧୩/୧୪ ଟି ବୁଥ ଦାୟିତ୍ୱ ଦିଆଯାଇଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସିଜିଏସଟି ସୁପରିଟେଣ୍ଡେଣ୍ଟ, ବାନ୍ଧିଲା CBI

ବାଲେଶ୍ବର,୯।୫ ବାଞ୍ଛାନିଧି ଦେ): ଲାଞ୍ଚ ନେଉଥିବାବେଳେ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବାକର (ସିଜିଏସଟି)ବିଭାଗର ବାଲେଶ୍ବର ଆଞ୍ଚଳିକ ଅଧୀକ୍ଷକ (ଟେକ୍ନିକାଲ  ସୁପରିଟେଣ୍ଡେଣ୍ଟ) ଓମ ପ୍ରକାଶ ନାୟକଙ୍କୁ ସିବିଆଇ ଟିମ…

ରାଜପଥରେ ଟ୍ରକକୁ ପିଟିଲା ହାଇୱା   ହେଲପର ମୃତ, ଡ୍ରାଇଭର ଗୁରୁତର

 ବାଲେଶ୍ୱର,୫।୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୧୬ ନଂ ଜାତୀୟ ରାଜପଥ ରୂପସା ଥାନା ଅନ୍ତର୍ଗତ ଯୁକନଣ୍ଡି ଛକ ନିକଟରେ ମଙ୍ଗଳବାର ଏକ ମର୍ମଦୁନ୍ତ ସଡ଼କ  ଦୁର୍ଘଟଣା ଘଟିଛି…

ବାଲେଶ୍ବର ବଢୁଛି ଜିଞ୍ଜର କାରବାର; ମାଡି ବସିଲା ଅବକାରୀ ପୋଲିସ, ୭ଅଭିଯୁକ୍ତ ଗିରଫ

ବାଲେଶ୍ୱର,୩ା୫( ବାଞ୍ଛାନିଧି ଦେ): ଜିଞ୍ଜର ଚାଲାଣ ବେଳେ ମାଡି ବସିଲା ଅବକାରୀ ପୋଲିସ । ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଭ୍ରାମ୍ୟମାଣ…

ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ଜୀବନ ଗଲା 

ବାଲେଶ୍ୱର/ରେମୁଣା/ ସଜନାଗଡ଼, ୩।୫( ବାଞ୍ଛାନିଧି ଦେ/ ରବୀନ୍ଦ୍ର ମହାକୁଡ଼/ ପ୍ରଶାନ୍ତ ବିଶ୍ୱାଳ ): ଗାଧୋଉଥିବା ବେଳେ ଘଟିଛି ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳିକା ସମ୍ପର୍କୀୟ ଭଉଣୀଙ୍କ…

ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ: ଆଉ ତା’ପରେ…

ସୋର,୨।୫(ଜନ୍ମେଜୟ ମିଶ୍ର): ସୋର ତହସିଲର ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂ l…

ବାଇକ୍‌ ଦୁର୍ଘଟଣାକୁ ନେଇ ତେଜିଲା ଗୋଷ୍ଠୀ ସଂଘର୍ଷ

ବାଲେଶ୍ବର,୨୯।୪: ବାଲେଶ୍ୱର ପୋଲାଡ଼ି ଛକରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏକ ବାଇକ୍‌ ଦୁର୍ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ…

ଦିନରେ ଚୁଟି ବେପାର, ରାତିରେ ଚୋରି: ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୋଗରାଇ, ୨୯ା୪(ପ୍ରଦୀପ ଦାସ):ଦିନରେ ଘର ଘର ବୁଲି ଚୁଟି ବେପାର କରୁଥିଲେ। ରାତି ହେଲେ ଘରେ ପଶି ଟଙ୍କା ପଇସା, ସୁନାଗହଣା ଲୁଟ୍‌ କରି ଚମ୍ପଟ ମାରୁଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri