ନିର୍ବାଚନ ପାଇଁ ଅବକାରୀ ଚଢ଼ାଉ: ୪୧ ଦିନରେ ୨୦୬ ଗିରଫ

ବାଲେଶ୍ୱର ଅଫିସ, ୨୨।୪-୨୦୧୯ ସାଧାରଣ ନିର୍ବାଚନ ପାଇଁ ବାଲେଶ୍ୱର ଜିଲା ଅବକାରୀ ବିଭାଗ ତତ୍ପର ହୋଇପଡିଛି। ୮ ବିଧାନସଭା ମଣ୍ଡଳୀରେ ଅବକାରୀ ସ୍କ୍ବାଡ ମାଧ୍ୟମରେ ବ୍ୟାପକ ଚଢାଉ କରାଯାଇ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।  ଜିଲା ନିର୍ବାଚନ ଅଧିକାରୀ ତଥା ବାଲେଶ୍ୱର ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲା ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ୪୧ ଦିନ ମଧ୍ୟରେ ୨୦୬ ଜଣ ଚୋରା ବେପାରୀଙ୍କୁ ଗିରଫ କରାଯାଇଛି।

ଚଢାଉ ବେଳେ ୮୮୪୫ ଲିଟର ଚୋରା ରନ୍ଧା ଦେଶୀମଦ, ୯୪ଲିଟର ବିଦେଶୀ ମଦ, ପଶ୍ଚିମବଙ୍ଗରୁ ବେଆଇନ ଭାବେ ଚୋରାଚାଲାଣ ହେଉଥିବା ୨୭୩ ଲିଟର ବିଅର, ୩୫.୧୮୦ ଲିଟର ବିଅର, ପୋଚ ୧୯୫୦ କି.ଗ୍ରା., ୧୧.୪୦୦ ଲିଟର ଦେଶୀ ମଦ,  ନକଲି ବିଦେଶୀ ମଦ ତିଆରି ପାଇଁ ବ୍ୟବହୃତ ହେଉଥିବା ବିପୁଳ ପରିମାଣର ହୋଲୋଗ୍ରାମ, ଏଡେସିଭ୍‌ ଲେବଲ ଠିପି ସହ ୧୪୨ ଗ୍ରାମ ବ୍ରାଉନସୁଗାର ଏବଂ ଏଥିରେ ବ୍ୟବହୃତ ୩ ଚାରିଚକିଆ ଯାନ, ୧୨ ମୋଟର ସାଇକେଲ ଏବଂ ଗୋଟିଏ ସାଇକେଲ ଜବତ କରାଯାଇଛି। ଏସବୁ ଜବତ ଜିନିଷର ଆନୁମାନିକ ମୂଲ୍ୟ ପ୍ରାୟ ୫୦ଲକ୍ଷରୁ  ଊର୍ଦ୍ଧ୍ୱ ହେବ।

ଉଲ୍ଲେଖଯୋଗ୍ୟ,  ବାଲେଶ୍ୱର ଜିଲାର ସୀମାବର୍ତ୍ତୀ ଉଦୟପୁର, ଦୀଘା, ଚନ୍ଦନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଶନିବାର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଶୁଳ୍କ ବିହୀନ ପଶ୍ଚିମବଙ୍ଗର ବିୟର ଏବଂ ବିଦେଶୀ ମଦ ଜବତ କରାଯାଇଛି।  ସେହିପରି ସୋର ଓ ଭଦ୍ରକ ସୀମାନ୍ତରେ ୨ ଗୋଟି ନକଲି ବିଦେଶୀ ମଦ କାରଖାନା ଠାବ ସହିତ ସନ୍ଦିଗ୍ଧମାନଙ୍କୁ ଗିରଫ କରାଯାଇଛି। ଏହି ଚଢାଉରେ ଅବକାରୀ ଉପଅଧୀକ୍ଷକ ଅମରେନ୍ଦ୍ର କୁମାର ଜେନା, ସଦର ଅବକାରୀ ନିରୀକ୍ଷକ, ବାଲେଶ୍ୱର ଜିଲା ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ଉଦେଲାଲ ନାୟକ, ଜଳେଶ୍ୱର ଅବକାରୀ ଥାନାର ଉପନିରୀକ୍ଷକ ହରପ୍ରସାଦ ରଣା, ବସ୍ତା ଅବକାରୀ ଥାନାର ଉପନିରୀକ୍ଷକ ଆମ୍ପା ମାରାଣ୍ଡି ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ତଥା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ଅଭୟ କୁମାର ନାୟକ ଏବଂ ଏପିଆର ଫୋର୍ସ ଏହି ଚଢ଼ାଉରେ ସହଯୋଗ କରିଥିଲେ। ଏପରି ଚଢ଼ାଉ ଚଳିତ ସାଧାରଣ ନିର୍ବାଚନ ସରିବା ପର୍ଯ୍ୟନ୍ତ ଚାଲୁ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଧାନଗଛ ପୋତିଲେ ଗ୍ରାମବାସୀ

ରୂପ୍‌ସା, ୧୩।୯(ଡି.ଏନ.ଏ.)-ବର୍ଷାଦିନେ ଯିବାଆସିବାରେ ହୀନସ୍ତା ହେବାକୁ ପଡୁଛି। ଚାଲି ଚାଲି ହେଉ କି ସାଇକେଲ କି ବାଇକ୍‌ରେ ହେଉ ଏହି କାଦୁଅ ପଚପଚ ରାସ୍ତାରେ ଯା’ଆସ...

ଜେଇ ଟଙ୍କା ନେଉଥିବା ଭିଡିଓ ଭାଇରାଲ

ବାଲେଶ୍ୱର ଅଫିସ,୧୨।୫: ବାଲେଶ୍ୱର ଜିଲାର ରେମୁଣା ବ୍ଲକ ଜେଇ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ଏକ ଭିଡ଼ିଓ ଭାଇରାଲ୍‌ ହେଉଛି। ଏହାକୁ ନେଇ ଉପରିସ୍ଥ ଅଧିକାରୀମାନେ...

୨୪ ଘଣ୍ଟାରେ ଦ୍ୱିତୀୟ ଥର ଲାଗି ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୨୩।୧୨: ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଗୁରୁବାର ସକାଳ ୯ଟା...

କରଞ୍ଜିଆ ଉପ କାରଗାରରୁ ଫେରାର କଏଦୀ ଗିରଫ

ଠାକୁରମୁଣ୍ଡା,୨୭ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କରଞ୍ଜିଆ ଉପକାରାଗାରରୁ ଗତ ୧୬ ତାରିଖରୁ ଫେରାର ହୋଇଯାଇଥିବା କଏଦୀ ଭଗବାନ ଟୁଡୁକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି ା...

ନିଶା ଦେଇ ଯୁବତୀଙ୍କୁ ବଳାତ୍କାର

ନୀଳଗିରି,୧୨।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କରାଯିବା ଚର୍ଚ୍ଚାର ବିଷୟ ହୋଇଛି। ବଳାତ୍କାରୀ ଯୁବକଙ୍କୁ ସ୍ଥାନୀୟ ଲୋକେ...

ଚୁଟିଆପଶିର ବିବାଦୀୟ ଜମିରେ ୧୪୪ ଧାରା ଜାରି କଲା ପ୍ରଶାସନ

ପାଟଣା,୨୧।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ଥାନା ଚୁଟିଆପଶି ମୌଜାର ଏକ ସରକାରୀ ଜମିରେ ଉକ୍ତ ଗ୍ରାମର କୁମ୍ଭାରସାହି ପକ୍ଷରୁ ପାଲାମଣ୍ଡପ ନିର୍ମାଣ ଓ ଗୋପାଳସାହି...

ଭୋଗରାଇ ନାବାଳିକା ଜଗତ୍‌ସିଂହପୁରରୁ ଉଦ୍ଧାର

ଭୋଗରାଇ, ୨୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଗୁନାଇବସାଣ ଗ୍ରାମର ବିଜୟ କୁମାର ଦେ ନାମକ ଯୁବକ ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିବା ତାଙ୍କ ବାପା...

ଚାଷୀଙ୍କୁ ମିଳୁନି ଫସଲ ବୀମା ଟଙ୍କା

ବାଲେଶ୍ୱର ଅଫିସ,୧୫।୮- ବାଲେଶ୍ୱର ଜିଲା ରେମୁଣା ବ୍ଲକ ଦୁର୍ଗାଦେବୀ ସେବା ସମବାୟ ସଂଘର ୪୫୮ ଜଣ ଚାଷୀଙ୍କୁ ମିଳୁନି ଫସଲ ବୀମା ଟଙ୍କ। ସଂଘର ସଭାପତିଙ୍କ...

Advertisement
Archives

Model This Week