ନିରୀହ ଆଦିବାସୀଙ୍କୁ ଗିରଫ ପ୍ରତିବାଦରେ ଡଙ୍ଗରିଆଙ୍କ ପକ୍ଷରୁ ବିକ୍ଷୋଭ

ମୁନିଗୁଡ଼ା,୨୭।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ନିୟମଗିରି ସୁରକ୍ଷା ସମିତି ସଭ୍ୟ ଦଧି କାଡ୍ରାକା ମାଓବାଦୀଙ୍କ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଗତ୧୫ ତାରିଖରେ ମୁନିଗୁଡା ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାର ପ୍ରତିବାଦରେ ସୋମବାର ମୁନିଗୁଡ଼ାଠାରେ ଶତାଧିକ ଡଙ୍ଗରିଆ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ବାହାରି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏ ନେଇ ସ୍ଥାନୀୟ ଏସ୍‌ଡିପିଓ ଚନ୍ଦ୍ରଶେଖର ହୋତାଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଲିଙ୍ଗରାଜ ଆଜାଦଙ୍କ ନେତୃତ୍ୱରେ ଉକ୍ତ ଶୋଭାଯାତ୍ରା ସ୍ଥାନୀୟ ମୁନିଖୋଲ ହାଟପଦାରୁ ବାହାରିଥିଲା। ପ୍ରଫୁଲ୍ଲ ସାମନ୍ତରା, ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକ୍‌କା, ଦାଧି ପୁସିକା ପ୍ରମୁଖ ଉପସସ୍ଥିତରହି ପୋଲିସର ଏଭଳି ଦମନଲୀଳାକୁ ବିରୋଧ କରିବା ସହ ଗିରଫ ଦଧିଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସୂତିଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ସରପଞ୍ଚ, ସାଧାରଣରେ ପ୍ରଶଂସା

ମାଲକାନଗିରି, ୨୩ା୬(ଡି.ଏନ.ଏ.): ମାଲକାନଗିରି ଜିଲାର ଜଣେ ଯୁବ ସରପଞ୍ଚ ନନ୍ଦ କୁମାର ଆଜମେରା । ଜଣେ ପ୍ରସୂତି ମହିଳାଙ୍କୁ ଶନିବାର ରକ୍ତଦାନ କରି ସେ ମୃତ୍ୟୁମୁଖରୁ...

ପେପର ମିଲ୍‌ ଉପରେ ୧୫୦୦ କୋଟିର ବକେୟା

ଜୟପୁର,୨୮।୬ : କୋରାପୁଟ ଜିଲା ଜୟପୁର ସ୍ଥିତ ବିଲ୍ଟ ପେପର ମିଲ୍‌ରେ ଲାଗିରହିଥିବା ଅଚଳାବସ୍ଥା ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫ ହଜାର ଲୋକଙ୍କ...

ସମୟ ପୂର୍ବରୁ ବନ୍ଦ ହେଉଛି ସ୍କୁଲ: ୬୦ ଶିକ୍ଷକଙ୍କୁ କୈଫିୟତ ତଲବ

ପଟ୍ଟାଙ୍ଗି,୧୮ା୭(ଡି.ଏନ୍‌.ଏ.): ଖରା ଛୁଟି ପରେ ଜୁନ୍‌ ୨୨ ତାରିଖ ରାଜ୍ୟର ସମସ୍ତ ସ୍କୁଲ ଖୋଲିଥିଲା। କିନ୍ତୁ ପାଠପଢ଼ାରେ କମ୍‌ ସମୟ ଦେଇ ଛୁଟି ହେବାର ନିର୍ଦ୍ଧାରିତ...

କାନ୍ଥ ଭୁଶୁଡ଼ି ମହିଳା ଶ୍ରମିକଙ୍କ ଜୀବନ ଗଲା

ରାୟଗଡା ଅଫିସ, ୨୨।୬: ରାୟଗଡ଼ା ସହର ଗାନ୍ଧୀନଗରରେ ସୋମବାର ସକାଳେ ମାଟି କାନ୍ଥ ଭୁଶୁଡ଼ି ପଡିବାରୁ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଆଗରେ ଲାଞ୍ଜିଆ ସୌରାଙ୍କ ଧାରଣା

ଗୁଣପୁର,୨୩ା୯(ଡି.ଏନ୍‌.ଏ.): ଆଦିମ ଜନଜାତି ଲାଞ୍ଜିଆ ସୌରା ବର୍ଗର ଲୋକଙ୍କ ଜୀବନ ଜୀବିକା, ସାମାଜିକ, ଆର୍ଥିକ, କୃଷି ଭିତ୍ତିକ ଉନ୍ନତି ସାଧନ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର...

ବିଶାଖାପାଟଣାରୁ ରେଳ ଧାରଣାରେ ଚାଲି ଓଡ଼ିଶା ଫେରିଲେ କଳାହାଣ୍ଡିର ୧୮ ଶ୍ରମିକ

ମୁନିଗୁଡ଼ା,୪।୪(ଡି.ଏନ୍.ଏ.): କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ସହ ରାଜ୍ୟ ସିମାକୁ ସିଲ୍ କରି ଦିଆଯାଇଛି। କୌଣସି ରାଜ୍ୟରୁ କେହି ଅନ୍ୟ ରାଜ୍ୟକୁ...

ରାୟଗଡ଼ା ଡେପୁଟି କଲେକ୍ଟର ନିଲମ୍ବିତ

ରାୟଗଡ଼ା ଅଫିସ,୧୯ା୮: କାର୍ଯ୍ୟରେ ଅବହେଳା ପାଇଁ ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା...

ଘରକୁ ଘର ବୁଲି ଭୋଟର କାର୍ଡ ସହ ଆଧାର ଲିଙ୍କ୍‌ କରିବେ ବିଏଲ୍‌ଓ

ଗୁଣପୁର,୩।୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଭୋଟର ପରିଚୟ ପତ୍ର ସହ ଆଧାର ଲିଙ୍କ୍‌କୁ ନେଇ ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।...

Advertisement
Archives

Model This Week