ନିରାଡମ୍ବରରେ ସମ୍ପନ୍ନ ହେଲା ବାଲୁଙ୍କେଶ୍ୱରଙ୍କ ପତରପେଡିଁ

ସମ୍ବଲପୁର, ୨୩।୫ (ବ୍ୟୁରୋ)-କରୋନା କଟକଣାକୁ ଦୃଷ୍ଟିରେ ରଖି ଶନିବାର ନିରାଡମ୍ବର ଭାବେ ନନ୍ଦପଡା ବମ୍‌ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଡିଁ (ନିର୍ବନ୍ଧ) ଶେଷ ହୋଇଛି। ଏଥିସହ ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଛି । ପରମ୍ପରା ଓ ରୀତିନୀତି ଅନୁସାରେ ବାଲୁଙ୍କେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ବରପିତା ରାମଚରଣ ମିଶ୍ର କନ୍ୟା ଖୋଜା ଅନ୍ବେଷଣରେ ସପ୍ତଋଷିଙ୍କ ସହ ଗୋଧୂଳି ଲଗ୍ନରେ ବାହାରିଥିଲେ। ସନ୍ଧ୍ୟା ୬ଟାରେ ବରପିତା, ପଣ୍ଡିତ, ସପ୍ତଋଷି ଅଇଁଠାପାଲିର ଶୁଭଶ୍ରୀବିହାରସ୍ଥିତ କନ୍ୟାମାତା ରିଙ୍କି ଓ ପିତା ସୁକାନ୍ତ ବିଶିଙ୍କ ବାସଭବନରେ ପହଞ୍ଚତ୍ଥିଲେ। ସେଠାରେ କନ୍ୟାପକ୍ଷ ଓ ବରପକ୍ଷ ପଣ୍ଡିତମାନଙ୍କ ମନ୍ତ୍ରୋଚାରଣରେ ଶିବଙ୍କ ଗୁଣଗ୍ରାମ ବିଷୟରେ ପ୍ରଶ୍ନୋତ୍ତର ହୋଇଥିଲା। ଏହାପରେ ଶଙ୍ଖନାଦ, ହରିବୋଲ ହୁଳହୁଳି ଧ୍ୱନିରେ ମହାଦେବଙ୍କ ସହ ଦେବୀ ପାର୍ବତୀଙ୍କୁ ବିବାହ କରିବାକୁ କନ୍ୟାପକ୍ଷ ସମ୍ମତି ପ୍ରଦାନ କରିଥିଲେ । ତତ୍‌କ୍ଷଣାତ ବରପିତା ରାମଚରଣ  କନ୍ୟାମାତା ପିତାଙ୍କୁ ଥାଳରେ ଶାଳପତ୍ର ପେଣ୍ଡା, ବେଲପତ୍ର, ଫୁଲ, ଚନ୍ଦନ ପ୍ରଦାନ କରି ବିବାହ ଚୂଡାନ୍ତ କରିଥିଲେ। ପଣ୍ଡିତ ଶଶାଙ୍କ ଶେଖର ମିଶ୍ର ପୂଜାର୍ଚ୍ଚନା କରିଥିଲେ। ବିଜୟ ମିଶ୍ର, କାମପାଳ ହୋତା, ନିଗମାନନ୍ଦ ମିଶ୍ର, ଚକ୍ରଧର ମିଶ୍ର, ଶଶାଙ୍କ ଶେଖର ନନ୍ଦ, ଗୋଲକ ବିହାରୀ ମିଶ୍ର ଓ ଅଚ୍ୟୁତ ମିଶ୍ର ସପ୍ତଋଷି ଥିଲେ। କରୋନା କଟକଣା ଯୋଗୁ ଚଳିତବର୍ଷ ଦୁଲଦୁଲି, ଝଣ୍ଡା, ଛତ୍ର, ବୈରଖ, ନୃତ୍ୟଗୀତ ହୋଇ ନ ଥିଲା। ପ୍ରଥମ ଥର ପାଇଁ ଏପରି ନିରାଡମ୍ବର ଭାବେ ପତରପେଡିଁ ସମ୍ପନ୍ନ ହୋଇଥିବା ପଡାର ବରିଷ୍ଠ ନାଗରିକମାନେ ମତ ଦେଇଛନ୍ତି । ନନ୍ଦପଡା ଯାତ୍ରା କମିଟିର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri