ନିରାଡମ୍ବରରେ ପାଳନ ହେଲା ଶୀତଳଷଷ୍ଠୀ

ବଲାଙ୍ଗୀର ଅଫିସ, ୨୭ା୫-କରୋନା ମହାମାରୀ ଚଳିତବର୍ଷର ଶୀତଳଷଷ୍ଠୀ ପୂଜନୋତ୍ସବକୁ ଅନାକର୍ଷଣୀୟ କରିଦେଇଥିଲେ ମଧ୍ୟ ଭକ୍ତଙ୍କ ଆସ୍ଥାକୁ କମାଇ ପାରିନାହିଁ ା ବଲାଙ୍ଗୀରରେ କରୋନା ମହାମାରୀକୁ ଆଖି ଆଗରେ ରଖି ଭକ୍ତ ଓ ସଚେତନ ନାଗରିକମାନେ ନିରାଡମ୍ବର ଭାବେ ଶୀତଳଷଷ୍ଠୀ ପୂଜା ପାଳନ କରିଛନ୍ତି ା ବୁଧବାର ଯଥାରୀତି ଅନୁସାରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିର ପ୍ରାଙ୍ଗଣରେ ଶିବବିବାହ ସୁରୁଖୁରୁରେ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀ ଉତ୍ସବ ପାଇଁ ସର୍ବପ୍ରଥମେ ଅକ୍ଷୟ ତୃତୀୟ ଦିନ ଥାଳଉଠା କାର୍ଯ୍ୟକ୍ରମ ଓ ପରବର୍ତ୍ତି ପର୍ଯ୍ୟାୟରେ ପତରପେଣ୍ଡି ଓ ଦେବନିମନ୍ତ୍ରଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ା ବୁଧବାର ସକାଳେ ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିଲା ା ଏହି ବିବାହ ଉତ୍ସବରେ ରାଧାରଣୀପଡା ତରଫରୁ କନ୍ୟାପିତା-ମାତା ଭାବେ ଦୀପକ ଚୌଧୁରୀ ଓ ଜାନ୍ମବୀ ଚୌଧୁରୀ ଦାୟିତ୍ୱ ତୁଲାଇଥିଲେ ା ବରପିତା-ମାତା ଭାବେ ଭୁଜନ୍ଦର ସେଠ ଓ ସୁନିତା ସେଠ ଦାୟିତ୍ୱ ତୁଲାଇଥିଲେ ା ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌ ୧୯ କଟକଣା ଓ ସର୍ତ୍ତାବଳୀକୁ ପାଳନ ପୂର୍ବକ ଦେବଦମ୍ପତ୍ତିଙ୍କ ବିବାହ ସମ୍ପାଦିତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତୁତି, ପରିଚାଳନା, ଶ୍ରମଭିତ୍ତିକ କାର୍ଯ୍ୟର ସମୀକ୍ଷା କଲେ କୋଭିଡ-୧୯ ପର୍ଯ୍ୟବେକ୍ଷକ

ବଲାଙ୍ଗୀର ଅଫିସ, ୨।୫: ବଲାଙ୍ଗୀର ଜିଲା ଦାୟିତ୍ୱରେ ଥିବା କୋଭିଡ୍‌-୧୯ ପର୍ଯ୍ୟବେକ୍ଷକ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଗୃହ(ନିର୍ବାଚନ) ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

ବଲାଙ୍ଗୀର ଏମ୍‌ପି ସଙ୍ଗୀତା ସିଂଦେଓଙ୍କୁ ବିରୋଧ

ବଲାଙ୍ଗୀର ଅଫିସ, ୧୭।୮: ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବଲାଙ୍ଗୀରରେ ସମାଜକର୍ମୀ ଲଳିତ କୁମାର ନାୟକ ଓ ତାଙ୍କ ସମର୍ଥକମାନେ ଶନିବାର ବିରୋଧ କରିଛନ୍ତି।...

ଦାଉ ସାଧ୍‌ଲା ବରଷା: ବାସହୀନ ହେଲେ ମା’ବାପ୍‌ ଛେଉଁଡ୍‌ କୁବେର

ଲାଠୋର, ୧୧ା୯ (ଡି.ଏନ୍‌.ଏ.): ଗଲା କେତେଦିନ ଧରି ହେଇଥିବାର ଲଘୁଚାପ ବରଷାରେ ବଲାଙ୍ଗୀର ଜିଲାରେ ବହୁତ୍‌ ଲୁକ୍‌କର କ୍ଷୟକ୍ଷତି ହେଇଛେ। ସେନ୍‌ତା ଜିଲାର ଖପ୍ରାଖୋଲ ବ୍ଲକ...

ଲକ୍‌ଡାଉନ ବେଳେ ବି ଚାଲିଛି ମଦ କାରବାର

ଲୋଇସିଂହା, ୧୦।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଲୋଇସିଂହା ଥାନା ଅନ୍ତର୍ଗତ କୁଟାସିଂହା, ଅଗଲାପାଲି ଓ ଗୋପାଳପୁର ଗାଁରେ ଅବକାରୀ ବିଭାଗ ଚଢାଉ କରି ୯୦ ଲିଟର...

ଗୋଟିଏ ଦିନରେ କାମ କଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମିକ

ବଲାଙ୍ଗୀର ଅଫିସ, ୫ା୬ – କରୋନା ମହାମାରୀ ଓ ଲକ୍‌ଡାଉନ୍‌ ସମୟରେ ବଲାଙ୍ଗୀର ଭଳି ଦାଦନପ୍ରବଣ ଓ ଶିଳ୍ପବିହୀନ ଜିଲାରେ ଲୋକଙ୍କୁ ରୋଜଗାର ଯୋଗାଇବା ଏକ...

ବେପରୁଆ ଗାଡି ଚାଳକଙ୍କୁ ଧରି ଥାନା ଜିମାଦେଲେ ଲୋକେ

ଲାଠୋର, ୨୬ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ସଦର ଗ୍ରାମ ଲାଠୋରରେ ବୁଧବାର ବେପରୁଆ ଗାଡି ଚାଳନା କରୁଥିବା ଜଣେ ଚାଳକଙ୍କୁ ଆମ୍ବେଦକର କଲୋନୀର ଯୁବକମାନେ...

ଭିଜିଲାନ୍ସ ଜାଲରେ ଗୁଡ଼ଭେଲା ବିଇଓ ଅଫିସ ମୁଖ୍ୟ କିରାଣୀ

ବଲାଙ୍ଗୀର ଅଫିସ, ୨୦ା୮: ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଡମନ୍‌ ପ୍ରସାଦ ମିଶ୍ର ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ...

କାମ ଚାଲିଥିବାବେଳେ ଦବିଗଲା ସୁକତେଲ ବ୍ରିଜ, ୨ ଶ୍ରମିକଙ୍କ ଜୀବନ ଗଲା

ପାଟଣାଗଡ, ୨୯।୪ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ ଅଧୀନ ଟମିଆ ଗାଁ ନିକଟରେ ଥିବା ସୁକତେଲ ବ୍ରିଜ ବୁଧବାର ସକାଳ ୯ଟାରେ କାମ ଚାଲିଥିବାବେଳେ...

Play 250+ Trending Games
Archives

Model This Week

Why Dharitri