ନିରାକାରପୁର ଅଞ୍ଚଳରେ ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ଚିନ୍ତା: ପ୍ରଶାସନ ନିକଟରେ ଅଭିଯୋଗ କଲେ ଅଞ୍ଚଳବାସୀ

ନିରାକାରପୁର, ୮।୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେବଳ ରାଜଧାନୀ ଭୁବନେଶ୍ୱରରେ ୩୦ରୁ ଅଧିକ ଆକ୍ରାନ୍ତ ରହିଛନ୍ତି। ଏପରିକି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାପରେ ଭୁବନେଶ୍ୱରରେ ଥିବା ଖୋର୍ଦ୍ଧା ଜିଲା ନିରାକାରପୁର ଏବଂ ତାର ଆଖପାଖ ଅଞ୍ଚଳର ଲୋକମାନେ ଗ୍ରାମାଭିମୁଖି ହେଉଥିବା ଦେଖିବାକୁ ମିଳିଛି। ଦୈନିକ ବିଭିନ୍ନ ଗ୍ରାମକୁ ଭୁବନେଶ୍ୱରରେ ବସବାସ କରୁଥିବା ଲୋକେ ଚାଲି ଆସୁଛନ୍ତି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇଯାଉଛନ୍ତି। ଏପରିକି ସେମାନେ ଆଶା, ଅଙ୍ଗନଓ୍ବାଡିଠାରୁ ଆରମ୍ଭ କରି ଜିଲା, ବ୍ଲକ୍‌ ଓ ପୋଲିସ୍‌କୁ ଫୋନ୍‌ କରି ଜଣାଉଥିବା ଜଣାପଡ଼ିଛି।

ଲୋକମାନେ ଗ୍ରାମକୁ ଆସୁଥିବା ଲୋକେ ଓ ତାଙ୍କ ପରିବାର ସହ ମିଳାମିଶା ମଧ୍ୟ କରୁ ନ ଥିବା ଦେଖିବାକୁ ମିଳିଛି। ତେବେ ଗ୍ରାମର କିଛି ଯୁବକଗ କଟକଣାକୁ ନ ମାନି ଭୁବନେଶ୍ୱରକୁ ନିୟମିତ ବାଇକ ନେଇ ଯିବାଆସିବା କରୁଛନ୍ତି। ଏହାକୁ ନେଇ ଲୋକମାନେ ଆତଙ୍କିତ ହୋଇଯାଉଛନ୍ତି। ଏନେଇ ପୋଲିସକୁ ଜଣାଇବା ପରେ ଭୁବନେଶ୍ୱର ଫେରନ୍ତାମାନଙ୍କୁ ଡାକି ତାଗିଦ କରି ଛାଡିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ତେବେ ଜିଲା ସିମା ସିଲ୍‌ ହୋଇଛି ହେଲେ ଲୋକମାନେ କିଭଳି ନିୟମିତ ଯାତାୟାତ କରୁଛନ୍ତି ସେନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିବା ସହିତ ଚିନ୍ତାରେ ରହିଥିବା ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

କାଠରେ ତାରାତାରିଣୀ ମନ୍ଦିରର କ୍ଷୁଦ୍ର କଳାକୃତି

ବ୍ରହ୍ମପୁର ଅଫିସ୍‌,୪ା୪: କାଠଶିଳ୍ପୀ ଦିଲୀପ ମହାରଣା ପୁଣିଥରେ ଏକ ନୂଆ କଳାକୃତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଚୈତ୍ର ମେଳା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗଞ୍ଜାମର...

୩ ମାସରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ ଅଫିସ,୨୯।୧: ଶ୍ରୀକ୍ଷେତ୍ରରେ ଚାଲିଥିବା ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜୋରସୋର୍‌ରେ ଚାଲିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର...

ବିରୋଧ ସତ୍ତ୍ୱେ ବାର୍‌ ଖୋଲିବାକୁ ଉଦ୍ୟମ: ପ୍ରତିବାଦରେ ଦୋକାନ, ବଜାର ବନ୍ଦ

ବରଗଡ଼ ଅଫିସ,୨୨ା୯: ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କ୍ୟାମ୍ପ ଛକରେ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ଏକ ବାର୍‌ (ଅନ୍‌ ଅଫ୍‌ ବିଦେଶୀ...

ଆଜି ୧୧ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ ରବିବାର ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରାଣ୍ଟାଇନ୍‌ରୁ...

ଦଦରା ଘରେ ଡାକ୍ତରଖାନା

ପରଜଙ୍ଗ, ୨।୬(ଡି.ଏନ.ଏ.) – କରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟସେବାର ଗୁରୁତ୍ୱ ଅନେକାଂଶରେ ବଢ଼ିଯାଇଛି। ଜରୁରିକାଳୀନ ସମୟରେ ହାତପାହାନ୍ତାରେ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି।...

ପୁରୁଷୋତ୍ତମପୁରରେ ପୁଣି ମାତିଲେ ଲୁଟେରା : ବନ୍ଧୁକମୁନରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ଲୁଟ୍‌

ପୁରୁଷୋତ୍ତମପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଲୁଟେରାମାନେ ପୁଣି ମାତିଛନ୍ତି। ଭୂତସରସିଙ୍ଗ – କୋଦଳା ମୁଖ୍ୟରାସ୍ତାର ଅରଖପୁର ଛକ ଭଙ୍ଗାଶଙ୍ଖ ନିକଟରେ ସୋମବାର ସକାଳେ...

ସବୁ କୋଭିଡ୍‌ ଚିକିତ୍ସା କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୩।୪(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହାର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ...

୩ ବେଆଇନ ସ’ ମିଲରେ ଚଢ଼ାଉ : ୧୧ ଲକ୍ଷ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

ରୂପ୍‌ସା/ବସ୍ତା, ୧୪।୯(ସ୍ବ.ପ୍ର.)-ବାଲେଶ୍ୱର ଜିଲା ସଦର ଓ ବସ୍ତା ଥାନା ଅଞ୍ଚଳରେ ଚାଲିଥିବା ୩ଟି ବେଆଇନ୍‌ ସ’ ମିଲ ଉପରେ ଶନିବାର ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।...

Advertisement
Archives

Model This Week