Posted inଖେଳ

ନିରପେକ୍ଷ ଅମ୍ପାୟରଙ୍କୁ ପଣ୍ଟିଂଙ୍କ ସମାଲୋଚନା

ସିଡ୍‌ନୀ,୩।୮(ଏଏଫ୍‌ପି)- ଇଂଲଣ୍ଡର ବର୍ମିଂହାମଠାରେ ଚାଲିଥିବା ପ୍ରଥମ ଆଶେସ ଟେଷ୍ଟରେ ଅମ୍ପାୟରଙ୍କ ବହୁ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିଯୋଗୁ ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ରିକି ପଣ୍ଟିଂ ଶନିବାର ନିରପେକ୍ଷ ଅମ୍ପାୟରଙ୍କ ନିୟମକୁ ସମାଲୋଚନା କରିଛନ୍ତି। ଚଳିତ ଟେଷ୍ଟରେ ପାକିସ୍ତାନର ଅଲିମ ଦାର ଓ ଓ୍ବେଷ୍ଟଇଣ୍ଡିଜର ଜୁଏଲ ଓ୍ବିଲସନ ବହୁ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଡିଆରଏସ୍‌ ଯୋଗୁ ଦୁଇ ଦଳ ଭୁଲ ନିଷ୍ପତ୍ତିର ଶିକାର ହେବାରୁ ବର୍ତ୍ତି ଯାଇଛନ୍ତି। କ୍ରିକେଟର ନିୟମ ନିର୍ଦ୍ଧାରଣ କରୁଥିବା ମାର୍ଲେବୋନ କ୍ରିକେଟ କ୍ଲବ (ଏମ୍‌ସିସି) ସଦସ୍ୟ ପଣ୍ଟିଂ ଆଗାମୀ ବୈଠକରେ ଏ ସମ୍ପର୍କରେ ଆଲୋଚନ କରିବେ ବୋଲି କହିଛନ୍ତି। ପରବର୍ତ୍ତୀ ଏମ୍‌ସିସି ବୈଠକରେ ନିରପେକ୍ଷ ଅମ୍ପାୟର ନିୟମରେ ପରିବର୍ତ୍ତନ ନେଇ ଆଲୋଚନା କରିବି। ଯଦି ନ ହୁଏ, ତେବେ ମୁଁ ଏହାକୁ ଏଜେଣ୍ଡାରେ ସାମିଲ କରିବି। ଆମ ନିକଟରେ ବହୁ ଟେକ୍ନୋଲୋଜି ରହିଛି। କିନ୍ତୁ ଅମ୍ପାୟରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପରେ ଏହା ସର୍ବଦା କାମରେ ଆସେନାହିଁ ବୋଲି ସେ କହିଛନ୍ତି। ନିରପେକ୍ଷ ଅମ୍ପାୟରଙ୍କ ନିୟମ ଯୋଗୁ ଇଂଲଣ୍ଡର ରିଚାର୍ଡ କେଟ୍ଟିଲବର୍ଗଙ୍କ ଭଳି ମ୍ୟାଚ୍‌ ପରିଚାଳକ ବାଦ୍‌ ପଡ଼ିଥିବା ଘଟଣାକୁ ଇଙ୍ଗିତ କରି କହିଛନ୍ତି, ଆଇସିସିର ଏଭଳି ନିୟମ ଯୋଗୁ ସାଇମନ ଟଫଲଙ୍କ ଭଳି ଅମ୍ପାୟର ଶୀଘ୍ର ଅବସର ନେଇ ଯାଉଛନ୍ତି। କାରଣ ସେମାନେ କ୍ୟାରିୟରର ପ୍ରାୟତଃ ସମୟ ସ୍ବଦେଶ ବାହାରେ ବିତାଇବାକୁ ପଡ଼ୁଛି। ଉଲ୍ଲେଖଥାଉ କି, ୨୦୦୨ଠାରୁ ନିରପେକ୍ଷ ଅମ୍ପାୟରଙ୍କ ନିୟମ ଲାଗୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲା ବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri