ନିଯୁକ୍ତି ଆଳରେ ଯୁବତୀଯୁବକଙ୍କୁ ଠକୁଛି ଟ୍ରଷ୍ଟ

ମାଲକାନଗିରି,୧।୫ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ପ୍ରତି ଗ୍ରାମରେ ବିଦ୍ୟାଳୟ ଖୋଲି ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଦେବାପାଇଁ ସ୍ବାମୀ ବିବେକାନନ୍ଦ ଚାରିଟେବୁଲ ଟ୍ରଷ୍ଟ ନାମକ ଏକ ସଂସ୍ଥା ଖୋଲିଛି। ଏହି ସଂସ୍ଥା ଚାକିରି ପ୍ରଲୋଭନ ଦେଖାଇ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି। ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ରହିଥିବା ବେଳେ ଭୁବନେଶ୍ୱର ଓ ମାଲକାନଗିରି ଜିଲାରେ କାର୍ଯ୍ୟାଳୟ ରହିଥିବା କୁହାଯାଉଥିଲେ ମଧ୍ୟ ଏହା କେଉଁଠି ଅଛି ଏବଂ ଏହାର ଠିକଣା ଦର୍ଶାଯାଇନାହିଁ। ଯୋଗାଯୋଗ ପାଇଁ ମଧ୍ୟ କୌଣସି ଫୋନ ନମ୍ବର ନାହିଁ। ମାଲକାନଗିରି ଜିଲାରେ ଏହି ସଂସ୍ଥାର କେତେକ ବ୍ୟକ୍ତି ଗ୍ରାମ ଗ୍ରାମ ବୁଲି ପ୍ରତ୍ୟେକ ଗ୍ରାମର ଜଣେ ମାଟ୍ରିକ ପାସ କରିଥିବା ଝିଅ କିମ୍ବା ପୁଅକୁ ମାସିକ ୩୫୦୦ ଟଙ୍କା ଦରମା ପ୍ରଦାନ କରାଯିବ, ସେମାନେ ଏହି ଟ୍ରଷ୍ଟ ତରଫରୁ ସେହି ଗ୍ରାମର ପିଲାମାନଙ୍କୁ ପାଠ ପଢାଇବେ। ସେହି ପଞ୍ଚାୟତରେ ୭ହଜାର ଟଙ୍କା ଦରମାରେ ଜଣକୁ ସୁପରଭାଇଜର ଚାକିରି ମିଳିବ ବୋଲି ପ୍ରଲୋଭନ ଦେଖାଉଛନ୍ତି। ତେବେ ଏଥିପାଇଁ ଶିକ୍ଷକଙ୍କୁ ୧୫୦୦ ଟଙ୍କା ଏବଂ ସୁପରଭାଇଜରଙ୍କୁ ୩ ହଜାର ଟଙ୍କା ଦେବାକୁ ପଡିବ ବୋଲି କହି ଅନେକ ଯୁବତୀଯୁବକଙ୍କ ଠାରୁ ଅର୍ଥ ଆଦାୟ କରାଯାଉଥିବା ଗୋରାଖୁଣ୍ଟା ସରପଞ୍ଚ ଏରା ପଡିଆମି ଏବଂ ଏମ୍‌.ଭି.-୨୦ ଗ୍ରାମର ସୁବାସ ବାନାର୍ଜୀ ଅଭିଯୋଗ କରିଛନ୍ତି। ଏମ୍‌.ଭି.-୨୦ ଗ୍ରାମର ସୁଜିତ କୁମାର ବାନାର୍ଜୀଙ୍କୁ ମିଳିଥିବା ନିଯୁକ୍ତିପତ୍ରରେ ଏହି ସଂସ୍ଥା ୧୩ଟି ସର୍ତ୍ତ ରଖିଛି। ସତ୍ତର୍ର୍ରେ ମାସିକ ୭୫୦୦ ଟଙ୍କା ଦରମାରେ ୨୦ ବର୍ଷ ଚାକିରି କରିବାକୁ ବାଧ୍ୟବାଧ୍ୟକତା ରଖାଯାଇଛି। ସ୍ବାମୀ ବିବେକାନନ୍ଦଙ୍କ ନାମରେ ଦିଲ୍ଲୀରେ ଟ୍ରଷ୍ଟ କରି ମାଲକାନଗିରି ପରି ଆଦିବାସୀ ଅଧ୍ୟୁଷିତ ଜିଲାରେ ନିଯୁକ୍ତି ଦେବା ଆଳରେ ବେକାର ଯୁବତୀଯୁବକଙ୍କଠାରୁ ଅର୍ଥ ଆଦାୟ ନେଇ ଏହି ସଂସ୍ଥା ଉପରେ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏପରି କୌଣସି ସଂସ୍ଥା ଜିଲାରେ ଯୁବତୀ ଯୁବକଙ୍କୁ ନିଯୁକ୍ତି ଦେବା ଲାଗି ଅର୍ଥ ଆଦାୟ କରି ପ୍ରତି ଗ୍ରାମରେ ବିଦ୍ୟାଳୟ ଖୋଲି ଶିକ୍ଷା ପ୍ରଦାନ କରିବା ନେଇ ମୋଠାରୁ ଅନୁମତି ନେଇନାହାନ୍ତି। ଯଦି ଏପରି କୌଣସି ସଂସ୍ଥା ଲୋକଙ୍କୁ ଠକୁଥାଏ ତେବେ ଏହି ସଂସ୍ଥା ବିରୋଧରେ ସମ୍ପୃକ୍ତ ଯୁବତୀଯୁବକମାନେ ନ୍ୟାୟାଳୟର ଆଶ୍ରୟ ନେଇପାରିବେ ବୋଲି ସେ କହିଛନ୍ତି।  ଏ ସମ୍ପର୍କରେ ଦିଲୀ ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ଫୋନ ମ୍ବର ନଥିବାରୁ ତାହା ସମ୍ଭବ ହୋଇ ନଥିଲା । ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲାରେ ନକଲି ଜାଲ ନୋଟ ଛପା, ନକଲି ମାଟ୍ରିକ ଓ ଯୁକ୍ତ୨ ସାର୍ଟିଫିକେଟ୍‌ ଏବଂ ନକଲି ନିଯୁକ୍ତିପତ୍ର ଦେଇ ଅନେକ ବ୍ୟକ୍ତି ଧରା ପଡି ଗିରଫ ହୋଇଛନ୍ତି। ସେସବୁ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍‌ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri