ନିମ୍ନମାନର ଚାଉଳ ଯୋଗାଣ ଓ ପରିଚାଳନା ସମସ୍ୟା ନେଇ ସ୍କୁଲରେ ତାଲା: ୪ଦିନ ବିତିଲା, ସମାଧାନ ନାହିଁ

ଝୁମ୍ପୁରା, ୭।୮ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବଡନେଉଳି ଉଚ୍ଚ ବିଦ୍ୟାଳୟର ସମସ୍ୟା ନେଇ ଅଭିଭାବକ ଓ ଗ୍ରାମବାସୀ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେବା ଘଟଣାକୁ ୪ଦିନ ବିତିଲାଣି। ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ବିଦ୍ୟାଳୟ ମୁଖ୍ୟ ଫାଟକ ପାଖରେ ମଧ୍ୟ ବସିରହୁଛନ୍ତି। ସ୍କୁଲ ପରିସରରେ ୧୧୦ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଓ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସକୁ ନିମ୍ନମାନର ଚାଉଳ ଯୋଗାଣର ଯାଞ୍ଚ ନ ହେବା, ଶିକ୍ଷାନୁଷ୍ଠାନ ପରିଚାଳନାଗତ ସମସ୍ୟା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା, ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରଭୃତି ଦାବି ପୂରଣ ଲାଗି ଅଭିଭାବକ ଓ ଗ୍ରାମବାସୀ ଜିଦ୍‌ରେ ଅଡି ବସିଛନ୍ତି। ବ୍ଲକ ଶିକ୍ଷାଧିକାରୀ ଦୁଃଶାସନ ସିଂ ଏବଂ ବିଆରସି କମଳ ଲୋଚନ ବିଶ୍ୱାଳ ଆସି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ଫିଟି ନାହିଁ। ଜିଲା ଶିକ୍ଷାଧିକାରୀ ଏଠାକୁ ନ ଆସିଲେ ତାଲା ଖୋଲିବନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଆନ୍ଦୋଳନକାରୀ ଅଭିଭାବକ ଦର୍ଶାଇଛନ୍ତି ଯେ, ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କିଛି ନୂଆ କଥା ନୁହେଁ। ବାରମ୍ବାର ଗନ୍ଧଯୁକ୍ତ ଚାଉଳ ଯୋଗାଣ ହେଉଥିବାରୁ ଏହାକୁ ରୋଷେଇ କରି ପିଲାଙ୍କୁ ଦିଆଯାଉଛି। ପରିଚାଳନାଗତ ସମସ୍ୟା ଯୋଗୁ ଶିକ୍ଷାନୁଷ୍ଠାନରେ ପାଠପଢ଼ା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗ୍ରାମବାସୀଙ୍କ ଅଭିଯୋଗ ସତ୍ତ୍ୱେ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ୪ଦିନ ହେଲା ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣରୁ ବଞ୍ଚିତ ହୋଇଛନ୍ତି। ଶିକ୍ଷାନୁଷ୍ଠାନକୁ କେନ୍ଦ୍ର କରି ଉତ୍ତେଜନା ଲାଗିରହିଥିବାରୁ ବାରିଆ ଥାନା ପୋଲିସ ପରିସ୍ଥିତି ପ୍ରତି ନଜର ରଖିଥିବା ଥାନା ଅଧିକାରୀ ସୁଶାନ୍ତ ମହାନ୍ତି କହିଛନ୍ତି। ଏସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ହେନାରାଣୀ ସ୍ବାଇଁଙ୍କୁ ପଚାରିବାରୁ କହିଛନ୍ତି, ୪ଜଣ ରୋଷେୟାଙ୍କ ମଧ୍ୟରୁ ଜଣକୁ ଅଫିସ ନିର୍ଦ୍ଦେଶ ମୁତାବକ କାର୍ଯ୍ୟରୁ ଅନ୍ତର କରାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ଚାଉଳକୁ କେନ୍ଦ୍ରକରି ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଛି। ଏନେଇ ସେ ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇଛନ୍ତି। ନିମ୍ନମାନର ଚାଉଳକୁ ନେଇ ଶିକ୍ଷାଦାନରେ ବିଶୃଙ୍ଖଳା ହେବା ସହିତ ଆମ୍ଭେମାନେ ମାନସିକ ଚାପର ସମ୍ମୁଖୀନ ହେଉଛୁ ବୋଲି କେତେକ ଶିକ୍ଷୟିତ୍ରୀଶିକ୍ଷକ ମଧ୍ୟ କହିଛନ୍ତି। ବ୍ଲକ ଶିକ୍ଷାଧିକାରୀ ସିଂଙ୍କୁ ପଚାରିବାରୁ ଏସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରାଯାଇଛି ବୋଲି କହିଛନ୍ତି। ଛାତ୍ରାବାସ, ଛାତ୍ରୀ ନିବାସ, ଆଶ୍ରମ ବିଦ୍ୟାଳୟଗୁଡିକୁ ଯୋଗଇ ଦିଆଯାଉଥିବା ଚାଉଳ ସମ୍ପର୍କରେ ଝୁମ୍ପୁରା ଯୋଗାଣ ଅଧିକାରୀ ସରିତା ମିର୍ଦ୍ଧାଙ୍କୁ ପଚାରିବାରୁ ସେ ଘଟଣା ଅନୁଧ୍ୟାନ କରି ଦେଖିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭବାନୀପାଟଣା,୩ା୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା କେବିକେ-୧ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭବାନୀପାଟଣାସ୍ଥିତ କ୍ୱାର୍ଟର ଓ...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୮ ଜୀବନ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍‌। ଶନିବାର ରାଜ୍ୟରେ କରୋନାଜନିତ ୬୮ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ...

ଭତାରୁ ବଁଚିତ୍‌ ଫୁଲ

  ଲାଠୋର, ୧୪ା୩ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ଅଧୀନ ସାନଗୁର୍ଜିଭଟାର ଫୁଲ ନାଗ(୫୬)। ଆପ୍‌ନେ ପୀତବାସ ନାଗ ଦୁଇ ବଛର...

ବୁଡ଼ାପାଲି ହାଇସ୍କୁଲ: ପଢ଼ାକୁଠି ଅଭାବ, ବାରନ୍‌ଡାରେ ପଢ଼ୁଛନ୍‌ ଛାତ୍ରୀଛାତ୍ର

ବିଜେପୁର, ୬।୨ (ଡି.ଏନ୍‌.ଏ.)-  ଗାଁଗଁଲିନୁ ସହରତକ୍‌ ଛୁଆକୁ ସରକାରୀ ସ୍କୁଲ ମୁହାଁ କରବାକେ ରାଏଜ୍‌ ସରକାର ଭିନ୍‌ ଭିନ୍‌ ଯୋଜନା କାଯକାରୀ କରୁଛନ୍‌। ମାହାଲିଆ ପେଁଟ୍‌ସାଟ୍‌,...

ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ

ଦିଗପହଣ୍ଡି/ଚିକିଟି,୬ା୧(ଡି.ଏନ.ଏ.)-କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ସିନ୍ଧିଖାଳି ଗ୍ରାମ ନିକଟରେ ରବିବାର ରାତି ପ୍ରାୟ ସାଢ଼େ ୯ଟାରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ...

ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିଲ୍ଲୀ ଗସ୍ତ କରିବେ। ସକାଳ ୧୦ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ବାହାରିବେ ବୋଲି ଜଣାପଡିଛି। ତେବେ...

ଗଳାପୋଲ ନିର୍ମାଣ ଦାବି ତେଜିଲା: ରାଣୀତାଲ ବଜାର ବନ୍ଦ, ପ୍ରତିବାଦ ସଭା

ଭଦ୍ରକ ଅଫିସ, ୨୪ା୧୨- ଭଦ୍ରକ ଉପକଣ୍ଠବର୍ତ୍ତୀ ରାଣୀତାଲ ସ୍କୁଲ ଓ ବଜାର ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଗଳାପୋଲ ନିର୍ମାଣ ଦାବିରେ ମଙ୍ଗଳବାର ସ୍ଥାନୀୟ...

ସର୍ବସାଧାରଣରେ ମଦ ବ୍ୟବହାର ନିଷ୍ପତ୍ତିକୁ ବିରୋଧ

ବ୍ରହ୍ମପୁର ଅଫିସ,୧୭ା୧୧- ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ମାସିକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ପ୍ରଫେସର...

Advertisement
Archives

Model This Week