ନିବେଶକଙ୍କ ୫୨ ଲକ୍ଷ କୋଟି କ୍ଷତି

ମୁମ୍ବାଇ,୨୫-୩: କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ କେତେ ପରିମାଣର କ୍ଷତି ହୋଇଛି ତାହାର ସମ୍ପୂର୍ଣ୍ଣ ଆକଳନ କରିବା ବର୍ତ୍ତମାନ କଷ୍ଟକର ବ୍ୟାପାର। ମାତ୍ର ଭାରତୀୟ ପୁଞ୍ଜି ବଜାରକୁ କରୋନାର ପ୍ରଭାବ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି। ଚଳିତ ଆର୍ଥତ୍କ ବର୍ଷରେ କରୋନା ଝଟକାରେ ପୁଞ୍ଜି ବଜାରକୁ ଯେତେ ପରିମାଣର କ୍ଷତି ହୋଇଛି ତାହା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ପ୍ରାୟ ୪୦% ହେବ। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚୀଭୁକ୍ତ କମ୍ପାନୀଗୁଡିକର ମୋଟ ବଜାର ପୁଞ୍ଜୀକରଣରୁ ପ୍ରାୟ ୫୨ ଲକ୍ଷ କୋଟି ଟଙ୍କା ଏହି ସମୟ ମଧ୍ୟରେ କ୍ଷତି ହୋଇଛି। ୨୦୧୯ ଡିସେମ୍ବର ୩୧ରେ ବଜାର ପୁଞ୍ଜୀକରଣ ୧୫୫.୫୩ ଲକ୍ଷ କୋଟି ଟଙ୍କା ରହିଥିବାବେଳେ ୨୦୨୦ ମାର୍ଚ୍ଚ ୨୪ରେ ୧୦୩.୬୯ ଲକ୍ଷ କୋଟି ଟଙ୍କାକୁ ଖସିଛି।
ଜାନୁୟାରୀ ୧୭ରୁ ମାର୍ଚ୍ଚ ୨୩ ମଧ୍ୟରେ ବିଏସ୍‌ଇର ବଜାର ପୁଞ୍ଜୀକରଣ ପ୍ରକୃତ ପକ୍ଷେ ୫୮ ଲକ୍ଷ କୋଟି ଟଙ୍କା ଖସିଛି। ୨୦୧୯-୨୦ ଆର୍ଥତ୍କ ବର୍ଷ ଭାରତର ଧାର୍ଯ୍ୟ ବିତ୍ତୀୟ ନିଅଣ୍ଟ ୭.୬୭ ଲକ୍ଷ କୋଟିର ଏହା ୭ ଗୁଣା। ଚଳିତ ଆର୍ଥତ୍କ ବର୍ଷରେ ସରକାର ଯେତେ ପରିମାଣର ଆୟ ଆଶା କରିଛନ୍ତି ବଜାରର କ୍ଷତି ତାଠାରୁ ୩ ଗୁଣ ଅଧିକ ହୋଇଥିବାବେଳେ ବଜେଟରେ ଖର୍ଚ୍ଚ ଲାଗି ଧାର୍ଯ୍ୟ ଲକ୍ଷ୍ୟର ଏହା ଦୁଇଗୁଣ।
ସୋମବାର ବଜାର ସହିଥିବା ୧୪.୨୨ ଲକ୍ଷ କୋଟି ଟଙ୍କାର କ୍ଷତି ଆଲଜେରିଆ ଦେଶର ମୋଟ ଜିଡିପିଠାରୁ ଅଧିକ। ସେନ୍‌ସେକ୍ସ ଇତିହାସରେ ଏହା ସବୁଠାରୁ ବଡ ଧରଣର ଦୈନିକ କ୍ଷତି ହୋଇଥିବାବେଳେ ସାରା ବିଶ୍ୱର ୧୩୦ ଦେଶର ଜିଡିପି ସହ ସମାନ ବୋଲି ଜଣାପଡିଛି। ବଜାରର ଏହି ଅବସ୍ଥା କ୍ଷୁଦ୍ର ନିବେଶକଙ୍କଠାରୁ ବଡ ନିବେଶକ ସମସ୍ତଙ୍କ ଲାଗି କ୍ଷତିକାରକ ହୋଇଛି। ଦେଶର ୧୪ ଅତିଧନୀ ଏହି ଏଭଳି ସମସ୍ୟା ଲାଗି ୫୩ ବିଲିୟନ ଡଲାର ବା ୪ ଲକ୍ଷ କୋଟି କ୍ଷତି ସହିଛନ୍ତି। ଶୀର୍ଷ ୨ ଅତିଧନୀ ମୋଟ ୨୫ ବିଲିୟନ ବା ୧.୫୮ ଲକ୍ଷ କୋଟି କ୍ଷତି ସହିଛନ୍ତି ବୋଲି ବ୍ଲୁମବର୍ଗ ବିଲିୟନେୟାର ସୂଚକାଙ୍କରେ କୁହାଯାଇଛି। ୨୦୨୦ ବର୍ତ୍ତମାନ ସୁଦ୍ଧା ମୁକେଶ ଅମ୍ବାନୀଙ୍କ ଶେୟାର ପ୍ରାୟ ୪୧% ଖସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri