ସ୍ଥିତି ପାଇଁ ସଂଗ୍ରାମ କରୁଛନ୍ତି କ୍ଷୁୁଦ୍ର, ମଧ୍ୟମ ଶିଳ୍ପ

ନୂଆଦିଲ୍ଲୀ,୨୫-୩: କରୋନା ଭାଇରସର ପ୍ରଭାବରେ ଦେଶର କ୍ଷୁଦ୍ର ଶିଳ୍ପଗୁଡିକର ଅଣ୍ଟା ଭାଙ୍ଗିଯାଇଛି। ନିଜର ସ୍ଥିତି ବଜାୟ ରଖିବା ଲାଗି ଦେଶର କ୍ଷୁଦ୍ର ମଧ୍ୟମ ଶିଳ୍ପଗୁଡିକ ଏବେ ସଂଗ୍ରାମ ଜାରି ରଖିଛନ୍ତି। ସରକାର ଯଦି ଏହି ଶିଳ୍ପ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଦ୍ୱାରା ସହାୟତା ନ କରନ୍ତି ତେବେ ସ୍ଥିତି ଆହୁରି ବିଗିଡିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। କରୋନା ଦ୍ୱାରା ଏବେ ସାରା ଦେଶରେ ୯ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି। ଏହି ଭାଇରସକୁ ପ୍ରତିରୋଧ କରିବା ଲାଗି ସରକାରଙ୍କ ପ୍ରସ୍ତୁତି ପର୍ଯ୍ୟାନ୍ତ ହେଉନାହିଁ। ଲୋକଙ୍କୁ ଘରେ ରହିବା ଲାଗି କୁହାଯାଇଛି। ଏବେ ସୁଧା ସରକାର ବଜେଟ ସହାୟତା କିମ୍ବା ସୁଧହାର ହ୍ରାସ ଭଳି ପଦକ୍ଷେପ ଘୋଷଣା କରିନାହାନ୍ତି। କ୍ଷୁଦ୍ର ମଧ୍ୟମ ଶିଳ୍ପ ଶ୍ରମିକ ଆଧାରିତ ହୋଇଥିବା ଏଥିରେ ପ୍ରାୟ ୧୦୦ ନିୟୁତ ଲୋକ କାମ କରୁଛନ୍ତି। ଏହି କ୍ଷେତ୍ରକୁ ତ୍ୱରୀତ ଭିତ୍ତିରେ ଆର୍ଥତ୍କ ସହାୟତା ଏବଂ ଋଣ ଯୋଗାଣ ହେବାର ଆବଶ୍ୟକତା ରହିଛି। ଏହା ହେଲେ ଶ୍ରମଶକ୍ତିକୁ ଠିକ୍‌ କରି ରଖିବା ସହ ପ୍ଲାଣ୍ଟ ଏବଂ ମେଶିନାରୀଗୁଡିକୁ ଚଳାଇ ରଖିବା ଦିଗରେ ସହାୟକ ହେବ ବୋଲି ଇଞ୍ଜିନିୟରିଂ ଏକ୍ସପୋର୍ଟ ପ୍ରମୋଶନ କାଉନସିଲ ଅଫ୍‌ ଇଣ୍ଡିଆର ମୁଖ୍ୟ ରବି ଶେହଗଲ କହିଛନ୍ତି। ଏହି ସମୟରେ ଭାରତର ଅଭିବୃଦ୍ଧି ଆକଳନକୁ ଅନେକ ଅନ୍ତର୍ଜାତୀୟ ଏଜେନ୍ସି ଏବେ କମ୍‌ କରୁଛନ୍ତି। ଆସନ୍ତା ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି କମିବ ବୋଲି ଅନେକେ ଆକଳନରେ କହିଛନ୍ତି। ଏହା ହେଲେ ସ୍ଥିତି ଆହୁରି ବିଗିଡିବ ବୋଲି କୁହାଯାଉଛି। ଅର୍ଥ ବ୍ୟବସ୍ଥାକୁ ନଗଦ ଯୋଗାଣ ଦିଗରେ ରିଜର୍ଭ ବ୍ୟାଙ୍କ କିଛି ପଦକ୍ଷେପ ନେଇଛି। ଆଗାମୀ ଦିନରେ ସୁଧହାର ହ୍ରାସ ଘୋଷଣା କରାଗଲେ ମଧ୍ୟ ଏହା ଅର୍ଥ ବ୍ୟବସ୍ଥା ଲାଗି ପର୍ଯ୍ୟାପ୍ତ ହେବ ନାହିଁ ବୋଲି କେତେକ ବଜାର ବିଶେଷଜ୍ଞ ଯୁକ୍ତି ବାଢିଛନ୍ତି। ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରୟଟର୍ସକୁ କହିଛନ୍ତି ଯେ, ବିତ୍ତିୟ ନିୟଣ୍ଟକୁ ସରକାର ନ ବିଚାର କରି ଅର୍ଥ ବ୍ୟବସ୍ଥାର ସୁଧାର ଦିଗରେ ପଦକ୍ଷେପ ନେବା ଆବଶ୍ୟକ। କମ୍ପାନୀଗୁଡିକୁ ପୁନଃ ଫାଇନାନ୍ସ ପ୍ରଦାନ ଏବଂ ସ୍ପଳ୍ପମିଆଦି ଲାଏବିଲିଟି ଉପରେ ନିୟାମକ ବିଚାର କରିବାର ଆବଶ୍ୟକତା ରହିଥିବା ଡାନଟ୍ରନ ଇନଭେଷ୍ଟମେଣ୍ଟର ପୋର୍ଟଫୋଲିଓ ମ୍ୟାନେଜର ଭେଙ୍କଟ ପଶୁପୁଲେତି କହିଛନ୍ତି। ଅକ୍ଟୋବର-ସେପ୍ଟେମ୍ବର ତ୍ରୈମାସରେ ଦେଶର ଅର୍ଥ ବ୍ୟବସ୍ଥା ୬ ବର୍ଷର ସର୍ବନିମ୍ନ ସ୍ତର ୪.୭% ରହିଛି। ସାରା ବର୍ଷ ବିକାଶ ହାର ୫% ରହିବା ନେଇ ଆକଳନ କରାଯାଇଛି। ୨୦୦୮ ବିଶ୍ୱ ମାନ୍ଦାବସ୍ଥା ପରଠାରୁ ଏହା ଭାରତର ସବୁଠାରୁ ସର୍ବନିମ୍ନ ସ୍ତର। ଆସନ୍ତା ଆର୍ଥତ୍କ ବର୍ଷ ଏପ୍ରିଲ ଜୁନ ତ୍ରୈମାସରେ ବିକାଶ ହାର ୩.୧%ରୁ ୩.୪% ରହିବ ବୋଲି ୨ ବରିଷ୍ଠ ସରକାରୀ ଅଧିକାରୀ ମତ ରଖିଛନ୍ତି। ଚଳିତ ତ୍ରୈମାସରେ ଆର୍ଥତ୍କ କାର୍ଯ୍ୟକଳାପ କମୁଥିବା ମଧ୍ୟ ନଜରକୁ ଆସିଥିବା ସେମାନେ ମତବ୍ୟକ୍ତ କରିଛନ୍ତି। ବିଶ୍ୱର ୫ମ ବୃହତ୍ତ ଅର୍ଥ ବ୍ୟବସ୍ଥା ଭାବେ ଭାରତ ପରିଗଣିତ ହେଉଥିବା ବେଳେ ସମସ୍ୟା ସମାଧାନକୁ ଏଭଳି ଅଣଦେଖା ନ କରିବା ଆବଶ୍ୟକ ବୋଲି ଆସୋଚାମର ମୁଖ୍ୟ ନିରଞ୍ଜନ ହୀରାନନ୍ଦୀନି କହିଛନ୍ତି। ବାଣିଜ୍ୟଗୁଡିକ ଦେବାଳିଆ ହୋଇଯିବା ପୂର୍ବରୁ ଆର୍ଥତ୍କ ଏବଂ ବିତ୍ତୀୟ ସହାୟତା ପ୍ରଦାନ ଦ୍ୱାରା ସେଗୁଡିକୁ ସୁରକ୍ଷା ପ୍ରଦାନ ଜରୁରୀ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri