ନିପା ଭାଇରସ କାହିଁକି ଡିସେମ୍ବର ଏବଂ ମେ’ରେ ହୋଇଥାଏ ଜାଣନ୍ତୁ

୧୯୯୮ରେ ମାଲେସିଆରେ ପ୍ରଥମେ ନିପା ଭାଇରସ ଦେଖାଦେଇଥିଲା। ମାଲେସିଆର ସଂଗଇ ନିପା ଗାଁର ଲୋକେ ପ୍ରଥମେ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ। ଗାଁର ନାମାନୁସାରେ ଏହି ରୋଗର ନାମ ନିପା ଭାଇରସ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ପାଳିତ ଜନ୍ତୁ ଯଥା, କୁକର, ବିଲେଇ, ଛେଳି, ଘୋଡ଼ା ଏବଂ ବାଦୁଡ଼ିିଙ୍କ ଠାରୁ ଏହି ରୋଗ ସଂକ୍ରମିତ ହୋଇଥାଏ।

ବାଦୁଡ଼ି ଦ୍ୱାରା ସଂକ୍ରମିତ ହୋଇଥାଏ :


ବାଦୁଡ଼ି ନିପା ଭାଇରସର ବାହକ। କାରଣ ରାତିରେ ବାଦୁଡ଼ି ଦେହରେ ଏକ ପ୍ରକାର ଆଣ୍ଟିବଡିଜ୍‌ ମିଳିଥାଏ। ଏହି କାରଣରୁ ନିପା ଭାଇରସ ବାଦୁଡ଼ିକୁ ପ୍ରଭାବିତ କରିପାରେ ନାହିଁ। ଏହା ବାଦୁଡ଼ି ଶରୀରରେ ସୁପ୍ତ ଅବସ୍ଥାରେ ରହିଥାଏ। ଯାହାକୁ ଶେଡିଂ କୁହାଯାଏ। ଯେତେବେଳେ ବାଦୁଡ଼ି କୌଣସି ଫଳ ଖାଇଥାଏ ସେଥିରେ ନିପା ଭାଇରସ ପ୍ରବେଶ କରିଥାଏ। ଏହି ଫଳକୁ ଅନ୍ୟ କେହି ଖାଇଲେ ନିପା ଭାଇରସ ସଂକ୍ରମିତ ହୋଇଥାଏ। ଏହି ରୋଗ ଥରେ ହେଲେ ଜୀବନ ନେଇ ଯାଇଥାଏ। କେରଳରେ ନିପା ଭାଇରସ ବେଶୀ ମାତ୍ରାରେ ସଂକ୍ରମିତ ହେଉଛି। ଏହାର କାରଣ କେବଳ ଫଳ ଏବଂ ତାଡ଼ି।

ନିପା ଭାଇରସ କାହିଁକି ଡିସେମ୍ବର ଏବଂ ମେ’ରେ ବେଶୀ ହୋଇଥାଏ :
ଏକ ସର୍ବେକ୍ଷଣରୁ ଜଣାପଡ଼ିଛି, ନିପା ଭାଇରସ ଡିସେମ୍ବର ଏବଂ ମେ’ରେ ବେଶୀ ହୋଇଥାଏ। କାରଣ ଏହି ଦୁଇ ଋତୁରେ ବେଶୀ ତାଡ଼ି ମିଳିଥାଏ। ବାଦୁଡ଼ି ଏହାର ଗନ୍ଧରେ ଆକର୍ଷିତ ହୋଇ ଏହାକୁ ପିଇଥାଏ। ସଂଗୃହୀତ ଏହି ତାଡ଼ିକୁ ଯେତେବେଳେ କୌଣସି ବ୍ୟକ୍ତି ଅଜାଣତରେ ପିଇଥାଏ ସେ ନିପା ଭାଇରସରେ ସଂକ୍ରମିତ ହୋଇଥାଏ।

କେମିତି ଜାଣିବେ ନିପା ଭାଇରସ ହୋଇଛି :
ଭାଇରାଲ ଜ୍ୱର ହେବା ସହ ଦେହହାତ ଦରଜ, ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ବାନ୍ତି ଲାଗିବା ଏବଂ ମୁଣ୍ଡ ବୁଲାଇବା ପରି ଲକ୍ଷଣ ଦେଖା ଦେଇଥାଏ। ଏହି ଲକ୍ଷଣ ୧-୨ ସପ୍ତାହ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏଥିରୁ ରକ୍ଷା ପାଇବା ପାଇଁ ଯଦିଓ କୌଣସି ଭ୍ୟାକ୍ସିନ୍‌ ଆଜିପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ ତେବେ ଭାରତ, ବାଂଲାଦେଶ ଏବଂ ଥାଇଲାଣ୍ଡରେ ଏନେଇ ଲଗାତାର ପରୀକ୍ଷା ନିରୀକ୍ଷା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ…

CBSE ପ୍ରସଙ୍ଗକୁ ନେଇ ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୮।୫: CBSE ର ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରମାନଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ମଧ୍ୟରେ, ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟ ତୀବ୍ର ହୋଇଛି। ଗୁରୁବାର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri