ନିଜ ପତ୍ନୀଙ୍କଠାରୁ ଅଲଗା ହେବା ପ୍ରଶ୍ନରେ ଏଭଳି ପ୍ରତିକ୍ରିୟା ଦେଲେ ଏହି ଅଭିନେତା

ମୁମ୍ବାଇ,୮।୬: ଅମିର ଖାଁଙ୍କ ଭଣଜା ତଥା ଅଭିନେତା ଇମ୍ରାନ ଖାଁ ଓ ତାଙ୍କ ପତ୍ନୀଙ୍କୁ ନେଇ ଏବେ ବି ଟାଉନରେ ଚର୍ଚ୍ଚା ଚାଲିଛି। ଇମ୍ରାନ ଅବନ୍ତିକା ମଲ୍ଲିକଙ୍କ ସହ ବିବାହ ବିଚ୍ଛେଦ ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳିଛି। ଏହି ଯୋଡିଙ୍କ ଭିତରେ ଏବେ ସବୁ କିଛି ଠିକ୍‌ ଚାଲି ନ ଥିବା ବେଳେ ସମ୍ପର୍କରେ ଭିତରେ ଫାଟ ଦେଖାଦେଇଛି। ଏକ ଇଭେଣ୍ଟ କାର୍ଯ୍ୟକ୍ରମରେ ଇମ୍ରାନ ଖାଁ ଯୋଗଦେଇଥିବା ବେଳେ ବିବାହ ସମ୍ପର୍କକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନର ଉତ୍ତର ରଖିବା ପୂର୍ବରୁ ସେ ଫାଟୋଗ୍ରାଫର ଓ ଭିଡିଓଗ୍ରାଫରଙ୍କୁ ଚାହିଁ ହସିଥିଲେ। ହସି ହସି କହିଥିଲେ, ଏକ ଇଭେଣ୍ଟରେ ଆପଣମାନେ ଏଭଳି ପ୍ରଶ୍ନ କିପରି ପଚାରି ପାରୁଛନ୍ତି ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ। ସୂଚନା ମୁତାବକ, କିଛି ଦିନରୁ ଦୁହିଁଙ୍କ ଭିତରେ ତିକ୍ତତା ଲାଗିରହିଛି। ଯାହାଫଳରେ ଦୁହେଁ ବିଚ୍ଛେଦ ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଅବନ୍ତିକା ନିଜ ନାଁରୁ ଇମ୍ରାନଙ୍କ ସରନେମ୍‌ ହଟାଇ ନେଇଥିବା ଜଣାପଡ଼ିଛି। ଅପରପକ୍ଷରେ ଏହି ଖବରକୁ ଖଣ୍ଡନ କରିଛନ୍ତି ଅବନ୍ତିକାଙ୍କ ମା’। ବିବାହ ବିଚ୍ଛେଦ ଖବରକୁ ସେ ସମ୍ପୁର୍ଣ୍ଣ ମିଥ୍ୟା କହିଥିବା ବେଳେ ସେମାନଙ୍କ ଭିତରେ ମତଭେଦ ଚାଲିଥିବା କଥାକୁ ସ୍ବୀକାର କରିଛନ୍ତି। ଇମ୍ରାନ ଅବନ୍ତିକାଙ୍କୁ ୮ ବର୍ଷ ଧରି ଡେଟ କରିବା ପରେ ୨୦୧୧ରେ ବିବାହ କରିଥିଲେ। ୨୦୧୪ରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ…

CBSE ପ୍ରସଙ୍ଗକୁ ନେଇ ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୮।୫: CBSE ର ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରମାନଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ମଧ୍ୟରେ, ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟ ତୀବ୍ର ହୋଇଛି। ଗୁରୁବାର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri